/odishatv-khabar/media/media_files/2026/02/05/bridge-2026-02-05-20-38-43.jpg)
Bridge Photograph: (OTV)
ବ୍ରହ୍ମପୁର ହଳଦିଆପଦରର ଇଏ ସେହି କିଲର ଓଭରବ୍ରିଜ୍। ଜାତୀୟ ରାଜପଥ 16ରୁ ବ୍ରହ୍ମପୁରକୁ ସଂଯୋଗ କରି ସହରର ମୁଖଶାଳା ପାଲଟିଛି, ଡିଜାଇନରେ ସାଂଘାତିକ ତ୍ରୁଟି ପାଇଁ ମୃତ୍ୟୁର ଦ୍ବାର ବି ସାଜିଛି ଯେମିତି।...ସଂକୀର୍ଣ୍ଣ ବ୍ରିଜ୍ ଏବଂ ବେପରୱା ଟ୍ରକ୍ ଡ୍ରାଇଭର ପାଇଁ ନିକଟରେ ଏକାଦିନେ 5 ଜଣଙ୍କ ଜୀବନ ଯିବା ପରେ ଏବେ ଏ ବ୍ରିଜରେ ଗାଡ଼ି ଗଡ଼େଇଲେ ଯେମିତି ଭୟରେ ଛାତି ଥରୁଛି।...
କେବଳ ଏଇ ଗୋଟିଏ ଦୁର୍ଘଟଣା ନୁହେଁ, 2013ରେ ଉଦ୍ଘାଟନ ପରଠୁ ଏଇ ବ୍ରିଜ୍ ନେଲାଣି 20ରୁ ଅଧିକ ଜୀବନ। ହେଲେ କାହିଁକି? 16 ନମ୍ବର ଜାତୀୟ ରାଜପଥର ଗୋଷାଣି ନୂଆଗାଁରୁ ହଳଦିଆପଦରକୁ ସଂଯୋଗ କରୁଥିବା ଅଣଓସାରିଆ ଏବଂ ଏକ ଅଙ୍କାବଙ୍କା ଓଭର ବ୍ରିଜ୍ । ଡିଜାଇନକୁ ଆଉ ଟିକେ ନିରିଖେଇ ଦେଖିଲେ ୟୁ ଓ ଭି ସେପ୍ ର ଜିପିଏସ୍ ଫଟୋକୁ ଦେଖିଲେ ଜଣାପଡୁଛି ।
ତେଣୁ କହିବାକୁ ଗଲେ ଓଭରବ୍ରିଜର ଏ ଗୁରୁତର ଢାଞ୍ଚାଗତ ତ୍ରୁଟି ହିଁ ପ୍ରତିମୁହୂର୍ତ୍ତରେ ଦୁର୍ଘଟଣାକୁ ନିମନ୍ତ୍ରଣ କରୁଛି। ଟିକେ ଅସାବଧାନ ହେଲେ କାମ ସଫା। ଆପ୍ରୋଚ୍ ରୋଡ୍ ବି ନଥିବାରୁ ବ୍ରିଜର ଦୁଇ ମୁଣ୍ଡରେ ତ ଟ୍ରାଫିକ୍ ସ୍ଥିତି ଆହୁରି ଭୟଙ୍କର। କେତେବେଳେ କିଛି ବି ଘଟିପାରେ। ହେଲେ ଏମିିତି ଘାତକ ଓଭରବ୍ରିଜ୍ ନିର୍ମାଣ ହେଲା କାହିଁକି?
କୁହାଯାଉଛି ତଳେ ଥିବା ରେଲୱେ ଲେଭଲ କ୍ରସିଂରେ ଦୁର୍ଘଟଣା ଏଡ଼ାଇବା ଲକ୍ଷ୍ୟରେ ଏ ଓଭରବ୍ରିଜ୍ ପାଇଁ ଥିବା ପ୍ରସ୍ତାବିତ ନକ୍ସା ଓ ଡିଜାଇନରେ କିନ୍ତୁ ଏମିତି ନଥିଲା। ଏ ଜିପିଏସ୍ ଫଟୋ ଅନୁସାରେ ନାଲିତୀର ଚିହ୍ନିତ ଗୋଷାଣୀ ନୂଆଗାଁର ଏଇ ସ୍ଥାନରୁ ଆରପଟ ଏନ୍ଏଚରୁ 2ଶହରୁ 3 ଶହ ମିଟର ଦୂରରେ ସିଧାସଳଖ ଶେଷ ହୋଇଥାନ୍ତା ଏ ବ୍ରିଜ୍। ପ୍ରସ୍ତାବିତ ସ୍ଥାନରେ ସରକାରୀ ଜମିଥିବାରୁ ଅଧିଗ୍ରହଣ ବାବଦକୁ ଟଙ୍କା ଦେବାକୁ ବି ପଡ଼ି ନଥାନ୍ତା। କିନ୍ତୁ କାହା ସ୍ବାର୍ଥ ପାଇଁ ବଦଳିଗଲା ଡିଜାଇନ୍ ?
କିଏ ସେହି ପ୍ରଭାବଶାଳୀ ରାଜନେତା ?
କେଉଁମାନଙ୍କ ସ୍ବାର୍ଥସାଧନ ପାଇଁ ଓଭର ବ୍ରିଜର ଦୁଇ ଦୁଇଟି ଜାଗାରେ ଦିଆଗଲା ମୃତ୍ୟୁର ମୋଡ଼ ? ଅଭିଯୋଗ ହେଉଛି ଗତ ସରକାରର ବଡ଼ ବଡ଼, ରାଜନେତା, ବିଲଡର ଓ ପ୍ରଭାବଶାଳୀଙ୍କୁ ଡବଲ୍ ମୁନାଫା ଦେବାକୁ ସେମାନଙ୍କ ଜମି ଉପର ଦେଇ ବ୍ରିଜ୍ ନିଆଯାଇଛି। ଯେଉଁଥିରେ ବିପ୍ଳବ ପାତ୍ର, ପିତା ସୂର୍ଯ୍ୟନାରାୟଣ ପାତ୍ର, ଗୋପାଳକୃଷ୍ଣ ପାତ୍ର ପିତା ରଘୁନାଥ ପାତ୍ର ଏବଂ ଏକ ଚୌଧୁରୀ ପରିବାର ସହ ଅନେକଙ୍କ ଜମି ରହିଛି।
ତତ୍କାଳୀନ ରାସ୍ତା ଓ କୋଠାବାଡ଼ି ବିଭାଗ ନିର୍ବାହୀ ଯନ୍ତ୍ରୀ ଜାଣି ଜାଣି ଏଭଳି ତ୍ରୁଟିପୂର୍ଣ୍ଣ ଡିଜାଇନକୁ କିଭଳି ଅନୁମୋଦନ କଲେ ତାକୁ ନେଇ ବି ପ୍ରଶ୍ନଉଠିଛି। ସେପଟେ ତ୍ରୁଟିପୂର୍ଣ୍ଣ ବ୍ରିଜ ନିର୍ମାଣ ପାଇଁ ତତ୍କାଳୀନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ୟା ଭିତରେ ଥାନାରେ ଅଭିଯୋଗ ବି ହୋଇଛି।
ଏପରିକି ବ୍ରିଜକୁ ସଂପୂର୍ଣ୍ଣ ଭାଙ୍ଗି ଆଉ ଥରେ ତିଆରି କରିବାକୁ ବି ଦାବି ଉଠିଛି। ସେପଟେ ବ୍ରିଜର ଢାଞ୍ଚାଗତ ତ୍ରୁଟିକୁ ବି ମାନିଛନ୍ତି ପରିବହନ ମନ୍ତ୍ରୀ। ଏପରକି ଏଭଳି କାର୍ଯ୍ୟକୁ ଅକ୍ଷମଣୀୟ କହି ଆଗକୁ ବ୍ରିଜର ତ୍ରୁଟିର ଡିଜାଇନ୍ ସୁଧାରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ।.....
Big UPSC Reform: UPSC ପରୀକ୍ଷା ନିୟମରେ ବଡ଼ ପରିବର୍ତ୍ତନ, ରାଙ୍କ୍ ବଢ଼ାଇବାକୁ ମିଳିବନି ଦ୍ବିତୀୟ ସୁଯୋଗ

1.5 Lakh Aspirants Left Waiting: କେବେ ହେବ ପୋଲିସ୍ SI ପରୀକ୍ଷା ? ଭାଙ୍ଗୁଛି ପ୍ରାୟ ଦେଢ଼ ଲକ୍ଷ ଆଶାୟୀଙ୍କ ଧୈର୍ଯ୍ୟର ବନ୍ଧ

Official Correction: ଖୁର୍ଦ୍ଦା ନୁହେଁ ଖୋରଧା, ଦେଓଗର ନୁହେଁ ଦେବଗଡ଼; ଇଂରାଜୀ ବନାନରେ ସଂଶୋଧନ ପାଇଁ ବିଜ୍ଞପ୍ତି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)