ବିଜେଡିରେ ତୀବ୍ର ଅସନ୍ତୋଷ ଭିତରେ ଅମର ଶତପଥୀଙ୍କ ବିସ୍ଫୋରଣ । କହିଲେ ନିର୍ବାଚନ ପରାଜୟ ଦାୟିତ୍ୱ ନିଜ ମୁଣ୍ଡକୁ ନିଅନ୍ତୁ ନବୀନ । ଆମେ ନବୀନଙ୍କୁ ନେତା ବାଛିଥିଲୁ, ପାଣ୍ଡିଆନଙ୍କୁ ନୁହେଁ । ଯୋଗାଣ ମନ୍ତ୍ରୀ କହିଲେ, ଧୂଳିସାତ୍ ହୋଇଯିବ ବିଜେଡି ସଂଗଠନ ।
ଗୋଟିଏ ପଟେ ଦଳକୁ ସଂଗଠିତ କରିବାକୁ ନବୀନଙ୍କ ପ୍ରୟାସ, ଅନ୍ୟପଟେ ଅଡୁଆ ସାଜିଲେଣି ଦଳୀୟ ନେତା। ଦିନେ ନବୀନଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଅମର, ଆଜି ସୁପ୍ରିମୋଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା ଅମର ଶତପଥୀ । ସେ କହିଛନ୍ତି, ପାଣ୍ଡିଆନଙ୍କୁ ଆମେ ନେତା କରିନଥିଲୁ। ଆମେ ନବୀନ ବାବୁ ଙ୍କୁ ହିଁ ନେତା ବାଛିଥିଲୁ।
ଛିଡୁଛନ୍ତି ବିରୋଧୀ, ବଢୁଛି ଶାସକ ବିଜେପି। କ୍ଷମତା ଯିବା ପରେ ନେତା ତ ଛାଡୁଛନ୍ତି, ଯୁବ-ଛାତ୍ର ଗୋଷ୍ଠୀ ବି ବିଜେଡିଠୁ ମୁହଁ ଫେରାଇଲେଣି। କଂଗ୍ରେସରେ ବି ସମାନ ଦଶା।
ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁପଡ଼ନ୍ତି ବୋଲି ସମ୍ବିତ କହିଛନ୍ତି ।
ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ବିଧାୟକ ହୋଇଥିଲେ । ୨୦୦୪ରୁ ୨୦୧୪ ଯାଏଁ ବିଧାୟକ ହୋଇଥିଲେ ନିରଞ୍ଜନ ।
ଯାଜପୁର ଆଉ ରାଜ୍ୟସ୍ତରୀୟ ଦଳୀୟ କାର୍ଯ୍ୟକ୍ରମରେ ଅମରଙ୍କ ଅନୁପସ୍ଥିତି । ପୁଣି ବବିଙ୍କ ବୟାନ ଯାଜପୁରରେ ବିଜେଡି କହିଲେ କେବଳ ବବି-ଜିତୁ-ଡ୍ୟାନି । ଯାହାକୁ ନେଇ ବଢିଛି ରାଜନୈତିକ ଚର୍ଚ୍ଚା ।
ଗତ ସାଧାରଣ ନିର୍ବାଚନରେ କଟକ ବାରବାଟୀରୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପ୍ରକାଶ ବେହେରା ନିର୍ବାଚନ ଲଢ଼ିଥିଲେ ।
ବିଜେଡିର ବରିଷ୍ଠ ନେତା ଅମର ଶତପଥୀ କହିଛନ୍ତି ମୁଁ ଏଭଳି ରାଜନୈତିକ କାର୍ଯ୍ୟକ୍ରମରୁ କିଛିଦିନ ହେଲା ନିଜକୁ ନିବୃତ୍ତ ରଖିଛି ।
ଯେଉଁମାନେ ଦଳର ପୂର୍ବରୁ ନେତୃତ୍ବ ନେଉଥିଲେ ଏବଂ ଏବେ ମଧ୍ୟ ନେଉଛନ୍ତି ସେମାନେ ତାଙ୍କ ବନ୍ଧୁବାନ୍ଧବଙ୍କୁ ଲଗେଇ କୋଟି କୋଟି ଟଙ୍କା କଳାଧନ ଖର୍ଚ୍ଚ କରିଥିଲେ। କେବଳ ପ୍ରଭାତ ବିଶ୍ବାଳଙ୍କୁ ତଳକୁ ଖସେଇବା ପାଇଁ।
ବିଜେପି ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀଙ୍କ ବୟାନ । ବିଜେଡିକୁ ଚଳାଉଛି ଦିଲ୍ଲୀ କଂଗ୍ରେସ ।
ବିଜେଡିକୁ ଦିଲ୍ଲୀ କଂଗ୍ରେସ ଚଳାଉଛି ଓ ରାଜ୍ୟରେ କଂଗ୍ରେସକୁ ଚଳାଉଛି ବିଜେଡି । ବିଜେପି ବିଧାୟକ ଅଶ୍ୱିନୀ ଷଡଙ୍ଗୀଙ୍କ ଏଭଳି ବୟାନ ପରେ ତେଜିଛି ରାଜନୀତି ।
ଇଣ୍ଡିମେଣ୍ଟ ଆଡ଼କୁ ଢଳୁଛି କି ବିଜେଡି ? ହରିୟାଣା,ଜମ୍ମୁ-କାଶ୍ମୀର ଏକଜିଟ୍ ପୋଲ ପରେ ପରେ ବଢ଼ିଲା ଚର୍ଚ୍ଚା । କଂଗ୍ରେସ ଓ ରାହୁଲଙ୍କୁ ବିଜେଡି ନେତାଙ୍କ ଭୁରି ଭୁରି ପ୍ରଶଂସା ପରେ ଚର୍ଚ୍ଚା । ଦେବାଶିଷ କହିଲେ, ନିଷ୍ପତ୍ତି ନେବ ଦଳ । ବିଜେପି କହିଲା, କିଛି ପ୍ରଭାବ ପଡ଼ିବନି ।
ହରିୟାଣା ଏବଂ ଜାମ୍ମୁ-କାଶ୍ମୀର ଏକଜିଟ୍ ପୋଲ୍ ରେ କଂଗ୍ରେସ୍ କ୍ଷମତାକୁ ଫେରୁଥିବା ବହୁ ସଂସ୍ଥା ଆକଳନ କରିବା ପରେ ଓଡ଼ିଶା ରାଜନୀତିରେ ହଲଚଲ୍ ।
ଘନେଇଲା ରାଜନୀତି। ରାଜ୍ୟପାଳ ରଘୁବର ଦାସ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭେଟଘାଟକୁ ନେଇ ତେଜିଲା ରାଜନୈତିକ ବିବାଦ।
ଘନେଇଲା ରାଜନୀତି। ରାଜ୍ୟପାଳ ରଘୁବର ଦାସ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭେଟଘାଟକୁ ନେଇ ତେଜିଲା ରାଜନୈତିକ ବିବାଦ।
ବିଜେଡି ନେତା ନୃସିଂହ ସାହୁ କହିଛନ୍ତି ପ୍ରଥମରୁ ହିଁ ରାଜଭବନ ରାଜନୀତିର ପେଣ୍ଠସ୍ଥଳୀ ପାଲଟିଛି। ଓଡ଼ିଶା ରାଜନୀତିରେ ଆଗରୁ ଏଭଳି କେବେ ଦେଖାଯାଇ ନଥିଲା।
ରାଜ୍ୟରେ ବିଜେପି ସରକାରକୁ ୪ ଜଣ ଚଲାଉଛନ୍ତି । କିଛି ଏଭଳି କହି ବିବାଦକୁ ଟାଣି ହୋଇ ଆସିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।
ନୀତି ସମାନ ଥିବାରୁ ଯୋଜନା ବି ବିଫଳ ହେବା ଆଶଙ୍କା ବୋଲି କହିଛି ବିଜେଡି । ବିଜେପି କହିଲା, ପୂର୍ବ ସରକାରର ଇଚ୍ଛାଶକ୍ତି ନଥିଲା, ଆମର ଫେଲ୍ ହେବନି ।
କେଡ଼େ ଶ୍ରଦ୍ଧାରେ ଲୋକେ ଅର୍ପଣ କରିଥିଲେ .. ହେଲେ ଅଦରକାରୀ ଭଳି ଏଠି ସେଠି ପଡ଼ିଲା । ସେଥିରେ ପୋକ ଲାଗିଗଲା .. ଆଉ ଭୋଗ ଲାଗିବା ଅବସ୍ଥାରେ ନଥିବାରୁ ଶେଷରେ ନିଲାମ କରାଗଲା ।
ରାଜନୈତି ଉଦ୍ଦେଶ୍ୟ ନେଇ ରାଜ୍ୟପାଳଙ୍କୁ ଭେଟୁଛନ୍ତି। ତେବେ ବିଜେଡିର ଅଭିଯୋଗକୁ ନେଇ ରାଜଭବନ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।
ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁଙ୍କ ବିବାଦୀୟ ମନ୍ତବ୍ୟ । ଖୋର୍ଦ୍ଧା ପାଇକ ମାଟିର ବାସିନ୍ଦାଙ୍କ ପାଇଁ ଅପଶବ୍ଦ ।
ଇସ୍ତଫା ଦେବାର ପ୍ରଶ୍ନ ଉଠୁନି । ଆଉ ପ୍ରଣବ ପ୍ରକାଶ ଉପ-ନିର୍ବାଚନ ଲଢ଼ିବାର ନାହିଁ କହିଲେ ସୁଜାତା ।
ଯିଏ ଦୁର୍ନୀତି କରିଥିବ ସିଏ ନିଶ୍ଚିତ ବନ୍ଧା ହେବ । ବବି ଦାସଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ ।
ଯାହା ସବୁ ପ୍ରଚାର ଚାଲିଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ସୁଜାତା ସାହୁ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ‘ମୁଁ ଇସ୍ତଫା ଦେବି କହିନି କି ମୋ ନେତା ଉପନିର୍ବାଚନ ଲଢ଼ିବେ ବୋଲି କହିନାହାନ୍ତି ।