/odishatv-khabar/media/media_files/2025/11/30/bjd-2025-11-30-08-43-02.jpg)
BJD Photograph: (OTV)
ଭଦ୍ରକ ଜିଲ୍ଲାରେ ଭୁଶୁଡ଼ିଲା ବିଜେଡି । ଶଙ୍ଖ ଦଳକୁ ଜବରଦସ୍ତ ଝଟକା । ଗୋଟିଏ ଦିନରେ ବିଜେଡିକୁ ବାଏ ବାଏ କଲେ ତିନି ବ୍ଲକ୍ ଅଧ୍ୟକ୍ଷ । ଗତକାଲି ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ଓ ଭଣ୍ଡାରିପୋଖରୀ ବ୍ଲକ୍ ଅଧ୍ୟକ୍ଷା ସୁମତୀ ସେଠୀ ବିଜେଡିରୁ ଇସ୍ତଫା ଦେଇଛନ୍ତି। ରୋଚକ କଥା ହେଲା ସମସ୍ତେ ବ୍ୟକ୍ତିଗତ କାରଣ ଦର୍ଶାଇ ଗୋଟିଏ ଦିନରେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
ପ୍ରଥମେ ବନ୍ତ ବ୍ଲକ ଅଧ୍ୟକ୍ଷ ଇସ୍ତଫା ଦେଇଥିବା ବେଳେ ପରେ ପରେ ଉର୍ମିଳା ନାୟକ ଓ ସୁମତୀ ସେଠୀ ଦଳ ଛାଡ଼ିଥିଲେ। ଗୋଟିଏ ଦିନରେ ତିନି ବ୍ଲକ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେବାପରେ ଭଦ୍ରକ ରାଜନୀତି ସରଗରମ ହୋଇଛି । ଖୁବଶୀଘ୍ର ତିନି ବ୍ଲକ ଅଧ୍ୟକ୍ଷ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
• ଗୋଟିଏ ଦିନରେ ବିଜେଡି ଛାଡ଼ିଲେ ୩ ବ୍ଲକ୍ ଅଧ୍ୟକ୍ଷ
• ଭଦ୍ରକ ଜିଲ୍ଲାରେ ଭୁଶୁଡ଼ିଲା ବିଜେଡି
• ଶଙ୍ଖ ଦଳକୁ ଜବରଦସ୍ତ ଝଟକା
• ବିଜେଡିକୁ ବାଏ ବାଏ କଲେ ତିନି ବ୍ଲକ୍ ଅଧ୍ୟକ୍ଷ
• ଗୋଟିଏ ଦିନରେ ତିନି ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା
• ବନ୍ତ, ଭଦ୍ରକ ଓ ଭଣ୍ଡାରିପୋଖରୀ ଅଧ୍ୟକ୍ଷ ଛାଡ଼ିଲେ ବିଜେଡି
• ଜିଲ୍ଲା ସଭାପତିଙ୍କ ପାଖକୁ ପଠାଇଲେ ଇସ୍ତଫା
• ଇସ୍ତଫା ନେଇ ଭଦ୍ରକ ରାଜନୀତି ସରଗରମ
• ସମସ୍ତେ ବିଜେପିରେ ସାମିଲ ହେବା ଚର୍ଚ୍ଚା
EC doubles remuneration of BLOs: ବଢିଲା BLOଙ୍କ ପାରିଶ୍ରମିକ, ଦୁଇଗୁଣା ପାରିଶ୍ରମିକ ବଢାଇଲେ ନିର୍ବାଚନ କମିଶନ

Ditwah edges closer to India: ଶ୍ରୀଲଙ୍କାରେ ପ୍ରଳୟ ରଚି ଭାରତ ମୁହାଁ ସାମୁଦ୍ରିକ ଝଡ଼, ୩ ରାଜ୍ୟରେ ରେଡ୍ ଆଲର୍ଟ

Daily Horoscope 30th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 30th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)