• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjd

Soumya Ranjan Patnaik
ଶାସକ ଦଳର କେତେ ବିଧାୟକଙ୍କ ପାଖରେ ଅଛି ଆୟ ବହିର୍ଭୁତ ସଂପତ୍ତି?

ପୁଣି ଥରେ ନିଜ ସଂପାଦକୀୟ ଲେଖାରେ ବିଜେଡି ଓ ରାଜ୍ୟ ସରକାରକୁ ନିଶାନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ପଦ୍ଧତିକୁ ନେଇ ଏଥର ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ

Ganjam
ବିଧାୟକଙ୍କୁ ଅପମାନ, ଉଦ୍‌ଘାଟନ୍ କରିବାକୁ ଯାଇ ନିରାଶ ହେଲେ ! ପ୍ରଶାସନ ତାଡ଼ିନେଲା ଫଳକ

ଗଞ୍ଜାମ ଟାଇଗର କୁହାଯାଉଥିବା ସାନଖେମୁଣ୍ଡି ବିଧାୟକଙ୍କୁ ଅପମାନ । ପାଣି ଟାଙ୍ଗି ଉଦ୍‌ଘାଟନ କରିବାକୁ ଯାଇଥିଲେ । ହେଲେ ନିରାଶ ହୋଇ ଫେରିଲେ । କାରଣ ପ୍ରଶାସନ ତାଡ଼ି ନେଇଥିଲେ ଉଦ୍‌ଘାଟନ ଫଳକ ।

soumya ranjan patnaik
ନବୀନଙ୍କୁ ସୌମ୍ୟଙ୍କ ସିଧାସଳଖ ଟାର୍ଗେଟ୍‌ -ବଢୁଛି ଅହଙ୍କାର,ଫିକା ପଡ଼ୁଛି ସ୍ୱଚ୍ଛତା

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥର ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ‘ଆମ ଘରର ହାଲଚାଲ୍’ ସଂପାଦକୀୟ ସ୍ତମ୍ଭରେ ସେ ଲେଖିଛନ୍ତି, ସହଜ ବିଜୟ ଅହଙ୍କାରର ରୂପ ନେଉଛି । ବିକଳ୍ପ ନଥିବାରୁ ବିଜୟ ସହଜ ହେଉଛି । ଏବେ ଜୁଆରରେ ଭଟ୍ଟା ପଡିଲାଣି ବୋଲି ସୌମ୍ୟ ଲେଖିଛନ୍ତି ।

Pradeep Kumar Majhi
“୮ ଥର ଆଲୋଚନା ପରେ ବିଜେଡ଼ିରେ ମିଶିବାକୁ ନିଷ୍ପତ୍ତି ନେଲି”

ବିଜେଡ଼ିରେ ମିଶିବା ପୂର୍ବରୁ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ। କହିଲେ, ଏବେ ନୁହେଁ ବରଂ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡ଼ି ହିଁ ଶାସନ କରିବ

BJD Workers Arrested
ବିଜେପି, ଜେଏମ୍ଏମ୍ କର୍ମୀଙ୍କୁ ଆକ୍ରମଣ ଘଟଣା; ଗିରଫ ହେଲେ ୨ ଜଣ ବିଜେଡି କର୍ମୀ

ବାରିପଦାରେ ବିଜେପି, ଜେଏମ୍ଏମ୍ କର୍ମୀଙ୍କୁ ଆକ୍ରମଣ ଘଟଣାରେ ୨ ଜଣ ବିଜେଡି କର୍ମୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ଯୁବକଙ୍କ ମଧ୍ୟରୁ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ପୁଅ ଥିବା ସୂଚନା ମିଳିଛି। ଏନେଇ ୪ଟି ମାମଲା ରୁଜୁ ହୋଇଛି। 

BJP, JMM workers Thrashed
ବିଜେପି, ଜେଏମ୍ଏମ୍ କର୍ମୀଙ୍କୁ ମାଡ଼ ମାରି ମୁହଁ ଫଟାଇ ଦେଲେ ବିଜେଡି ସମର୍ଥକ !

ବାରିପଦାରେ ବିଜେପି, ଜେଏମ୍ଏମ୍ କର୍ମୀଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଳା ପତାକା ପ୍ରଦର୍ଶନ ଉଦ୍ୟମ ବେଳେ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

ପଞ୍ଚାୟତିରାଜ ବିଭାଗ
ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପ୍ରକ୍ରିୟାରେ ତ୍ରୁଟି ରହିଛି: ବିଜେପି

ପୌର ଓ ପଂଚାୟତ ନିର୍ବାଚନରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗଙ୍କ ନିମନ୍ତେ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ରଖିବା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ମ୍ୟୁନିସପାଲ ଆଇନ-୧୯୫୦ ଏବଂ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ-୨୦୦୩ ସମେତ ଓଡ଼ିଶା ଗ୍ରାମପଂଚାୟତ ଆଇନ-୧୯୬୪, ଓଡ଼ିଶା ପଂଚାୟତ ସମିତି ଆଇନ-୧୯୯୯ ଓ ଓଡ଼ିଶା ଜିଲ୍ଲା ପରିଷଦ ଆଇନ-୧୯୯୧ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Union Minister Bishweswar Tudu
ଜିଲ୍ଲାପାଳ ଜିଲ୍ଲା ବିଜେଡ଼ି ସଭାପତି- କେନ୍ଦ୍ରମନ୍ତ୍ରୀ

ପୁଣି ମୟୂରଭଂଜ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କହିଲେ ଜିଲ୍ଲାପାଳ, ଜିଲ୍ଲା ବିଜେଡି ସଭାପତି ଭଳି କାର୍ଯ୍ୟ କରୁଛନ୍ତି । ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କିଭଳି ସମ୍ମାନ ଦିଆଯାଏ ଜିଲ୍ଲାପାଳ ତାହା ଜାଣିନାହାନ୍ତି।

Congress
ଆମେ ୧୮ ଘଣ୍ଟା ଖଟିବୁ, ତୁମେ ଆସି ଆମ ଅଫିସ୍‌ ଭାଙ୍ଗିବ; ନାଇଁ...

କଂଗ୍ରେସ ଭବନ ଭଙ୍ଗାରୁଜା ନେଇ ମୁହଁ ଖୋଲିଲେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। କହିଲେ, ଆମ ଅଫିସ୍‌ରେ ବେଳେ ବେଳେ ଏମିତି ଭଙ୍ଗାରୁଜା ଅନେକ ସମୟରେ ହୁଏ

prasanta jagadev
ଜେଲ୍ ଗଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ

ଗତ ସେପ୍ଟେମ୍ବର ୮ରେ ବିଜେପି ବାଲୁଗାଁ ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ ହେବା ସହ ତଳ କୋର୍ଟରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ।

 Chilika MLA Prashant Jagdev
କୋର୍ଟରେ ହାଜର ହେଲେ ଚିଲିକା ବିଧାୟକ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ଖୋର୍ଦ୍ଧା ଏସ୍‌ସି/ଏସ୍‌ଟି ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଛନ୍ତି। ସେ ଜାମିନ ପାଇଁ ଆବେଦନ କରିବେ। ବିଧାୟକଙ୍କ ବିରୋଧରେ ବିଜେପି ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ନେଇ ଅଭିଯୋଗ ହୋଇଛି।

BJP Leader Jayram Pangi
ବିଜେପି ଛାଡ଼ିବେ କି ବରିଷ୍ଠ ନେତା ଜୟରାମ ପାଙ୍ଗି ?

ଜୟରାମ ପାଙ୍ଗି କୋରାପୁଟ ଏବଂ ଦକ୍ଷିଣ ଓଡ଼ିଶାର ଜଣେ ବରିଷ୍ଠ ଓ ଟାଣୁଆ ନେତା। ବିଜେଡିରୁ ସାଂସଦ ଏବଂ ପରେ ଗତ ନିର୍ବାଚନରେ ସେ ବିଜେପିରେ ସାମିଲ ହୋଇଥିଲେ।  

pipili by election postmortem
ପିପିଲି ପୋଷ୍ଟମର୍ଟମ: କାହାର ବଢିଲା, କାହାର କମିଲା?

ଭୋଟ୍ ସରିଲା, ଆରମ୍ଭ ହେଲା ଫାଇଦା-ଘାଟାର ପୋଷ୍ଟମର୍ଟମ। ଭୋଟ୍ ପ୍ରତିଶତ ହିସାବକୁ ଦେଖିଲେ, ବିଜେଡି ଫାଇଦାରେ ଥିବା ବେଳେ ବିଜେପି ନିଜ ଭୋଟ୍ ବ୍ୟାଙ୍କ ବଜାୟ ରଖିବା ସହ ସାମାନ୍ୟ ଉନ୍ନତି କରିଛି। କିନ୍ତୁ ଢେର୍ ଘାଟା ଖାଇଛି କଂଗ୍ରେସ୍।

Teacher
ବିଧାୟକ କରିବେ ଶିକ୍ଷକଙ୍କ ବଦଳି

ଆଗକୁ ପଞ୍ଚାୟତ ନିର୍ବାଚନ ଯେଉଁଥିରେ ଶିକ୍ଷକମାନଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ତେଣୁ ପଞ୍ଚାୟତ ନିର୍ବାଚନ ବୈତରଣୀ ଶିକ୍ଷକଙ୍କ ଦ୍ୱାରା ପାର ହେବା ଲାଗି ଶାସକ ଦଳ ଏପରି ହୀନ ଚକ୍ରାନ୍ତ କରିଛି ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ ଆଣିଛନ୍ତି।

Pipili Byelection Result
ପିପିଲି ଗଡ଼ ବଜାୟ ରଖିବାର ୪ କାରଣ

ପିପିଲି ଉପନିର୍ବାଚନ ଫଳ ରାଜ୍ୟ ରାଜନୀତିକୁ କେତେଦୂର ପ୍ରଭାବିତ କରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହି ବିଜୟ, ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଆଣିବା ସହିତ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିରେ ବୁଷ୍ଟର ଭଳି କାମ କରିବ ବୋଲି କୁହାଯାଉଛି। କଂଗ୍ରେସ ଅମାନତ ହରାଉଥିବାରୁ ଆଗକୁ ଅଧିକାଂଶ ସିଟ୍‌ରେ ଆଉ ତ୍ରିକୋଣୀୟ ଲଢେଇ ନହୋଇ ସିଧାସଳଖ ବିଜେଡି-ବିଜେପି ମଧ୍ୟରେ ଫାଇଟ୍ ହୋଇପାରେ।

Rudra  Maharathy won Pipili Byelection
ବିଜେଡି ଜିତିଲା ପିପିଲି ବାଜି

ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପ୍ରଥମେ ଏବଂ କରୋନାର ଦ୍ୱିତୀୟ ଲହର ଯୋଗୁ ଦ୍ୱିତୀୟ ଥର ଲାଗି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ରେ ଭୋଟ୍ ଗ୍ରହଣ ହୋଇଥିଲା।

Pipili Byelection
ପିପିଲିରେ କିଏ ଜିତିବ ବାଜି, କାହାର ହେବ ହାର ?

ପ୍ରଥମେ ପୋଷ୍ଟାଲ୍ ବ୍ୟାଲଟ୍‌ର ଗଣତି ହେବ, ଏହାପରେ ଠିକ୍ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମ୍‌ରୁ ଗଣତି। ତେବେ ଗଣତି ଶେଷରେ ଯେକୌଣସି ୫ଟି ବୁଥ୍‌ର ଭିଭିପ୍ୟାଟ୍‌କୁ ଗଣନା କରାଯିବ। ଡବଲ୍ ଡୋଜ୍ ଟିକା ନେଇ ନଥିବା ବ୍ୟକ୍ତି ହଲ୍‌ରେ ରହିପାରିବେ ନାହିଁ।

Pradeep majhi
ବିଜେଡିକୁ ସାହା କଂଗ୍ରେସ ନେତା

ଦୁଇ ଦଶନ୍ଧି ଧରି ସରକାରରେ ମାଳ ମାଳ ନେତା, ବିରୋଧୀ ନିଷ୍କ୍ରିୟ ତଥାପି ବିଜେଡିକୁ ସାହା କଂଗ୍ରେସ ନେତା । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଦକ୍ଷିଣ ଓଡ଼ିଶାର ଟାଣୁଆ କଂଗ୍ରେସ ନେତା ପ୍ରଦୀପ ମାଝୀ ବିଜେଡିରେ ଖୁବ୍ ଶୀଘ୍ର ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ।

Prithiviraj Harichandan
‘ପିପିଲିରେ ଏଥର ୭୮% ଭୋଟ, ପରିବର୍ତ୍ତନର ସଙ୍କେତ’

ପିପିଲିରେ ଏଥର ୭୮ ପ୍ରତିଶତ ଭୋଟ୍ ପଡିଛି । ୨୦୧୪ ଓ ୨୦୧୯ ତୁଳନାରେ ଏଥର ପିପିଲିରେ ଭୋଟ୍ ପ୍ରତିଶତ ବଢିବା ପରିବର୍ତ୍ତନର ସଙ୍କେତ । ଆଜି ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

Pipili Vote
ସରିଲା ପିପିଲି ଭୋଟ, ୩ରେ ଜଣାପଡ଼ିବ କିଏ ଧରିବ ମଙ୍ଗ..

ଦୁଇ ଦୁଇ ଥର ସ୍ଥଗିତ ପରେ ଶେଷରେ ଆଜି ଶାନ୍ତିଶୃଙ୍ଖଳାର ସହ ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଶେଷ ହୋଇଛି । ନିର୍ବାଚନ କମିଶନ୍‌ଙ୍କ ସୂଚନା ଅନୁଯାୟୀ, ଅପରାହ୍ନ ୫ଟା ସୁଦ୍ଧା ୬୮.୪ ପ୍ରତିଶତ ମତଦାନ ହୋଇଛି ।

VOTE
ରାତି ପାହିଲେ ପିପିଲି ଉପନିର୍ବାଚନ, ପ୍ରସ୍ତୁତି ଶେଷ.. ମୁତୟନ ହେବେ ୨୦୦୦ ପୋଲିସ

ଆସନ୍ତାକାଲି ପିପିଲି ଉପନିର୍ବାଚନ ଲାଗି ଭୋଟଗ୍ରହଣ । ଏନେଇ ପ୍ରସ୍ତୂତି ଚୂଡାନ୍ତ ପର୍ଯ୍ୟାୟରେ । ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚିଛନ୍ତି । ୩୦ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ।

Balanga Police Station
ଛାତିଥରା ବିସ୍ଫୋରଣରେ ଉଡ଼ିଲା ବଳଙ୍ଗା ଥାନା, ଦାୟୀ କିଏ ? କଂଗ୍ରେସ କହିଲା ଭୋଟରଙ୍କୁ ଭୟଭୀତ କରିବାକୁ ଚାଲ୍‌..

ଛାତିଥରା ବିସ୍ଫୋରଣରେ ଉଡ଼ିଲା ବଳଙ୍ଗା ଥାନା । ଛିନଛତ୍ର ଛାତ ଓ କାନ୍ଥ, ଇତଃସ୍ତତ ଆସବାବପତ୍ର । କେତେ ଭୟଙ୍କର ଥିଲା ବ୍ଲାଷ୍ଟ, ସ୍ପଷ୍ଟ ବୟାନ କରୁଛି ଘଟଣାସ୍ଥଳ ଓ ପାରିପାର୍ଶ୍ୱିକ ପରିସ୍ଥିତି ।

Pipili Vote
ଦିନକ ପରେ ଭାଗ୍ୟ ପରୀକ୍ଷା, କିଏ ମାରିବ ବାଜି ? ଭୋଟିଂ ପାଇଁ ପୁଲିଂ ପାର୍ଟି ପ୍ରସ୍ତୁତ

ପିପିଲି ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି । ଦିନକ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ବୁଥ୍ ମୁହାଁ ହୋଇଛନ୍ତି ପୋର୍ଲିଂ ପାର୍ଟି । ପୁରୀ ପେଣ୍ଠକଣ୍ଟାରେ ଲାଗି ରହିଛି ପୁଲିଂ ପାର୍ଟିଙ୍କ ଭିଡ ।

Ashrit Patnaik
ଆଜି ଶେଷ ପ୍ରଚାର, ମଇଦାନରେ ଜୋରଦାର ଲଢ଼େଇ

ପିପିଲି ଉପନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର । ଏଥିଲାଗି ପ୍ରଚାରରେ ଜି ଜାନ୍ ଲଗାଇ ଦେଇଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲିରେ ତାଙ୍କର ପ୍ରଚାର ଜୋରଦାର କରିଥିବା ବେଳେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ମଧ୍ୟ ପରିଶ୍ରମ କରୁଥିବା ନଜର ଆସିଛନ୍ତି ।

Pipili Bye Election
ପିପିଲି ଉପନିର୍ବାଚନ, ସୋମବାର ସନ୍ଧ୍ୟାରେ ସରିବ ପ୍ରଚାର

ପିପିଲି ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ସରିବ ପ୍ରଚାର । ଏଥିପାଇଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରଚାର ଅଭିଯାନ ଜୋରଦାର ଚଳାଇଛନ୍ତି ।