ସମର୍ଥନ ଯୋଗାଡ଼ରେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଜନ୍ମ ମାଟି ଓ଼ଡିଶାରେ ବିଜେପି ଓ ବିଜେଡିର ଭବ୍ୟ ସ୍ୱାଗତ ।
ଦ୍ରୌପଦୀଙ୍କ ଭୁବନେଶ୍ୱର ଗସ୍ତ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସମ୍ବୋଧିତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ଏବଂ ବିଜେଡି ବିଧାୟକ-ସାଂସଦଙ୍କ ଠାରୁ ଔପଚାରିକତା ଦୃଷ୍ଟିରୁ ସମର୍ଥନ ଲୋଡ଼ିଛନ୍ତି ।
ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସି ରାଜ୍ୟ ନେତାଙ୍କୁ ଭୋଟ ମାଗିଛନ୍ତି ଦ୍ରୌପଦୀ । ପ୍ରଥମେ ବିମାନ ବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା ।
ସରକାରୀ କାର୍ଯ୍ୟକ୍ରମକୁ ଡକାଯାଇନଥିବା ନେଇ ଟ୍ୱିଟ୍ କରି କ୍ଷୋଭ ପ୍ରକାଶ କଲେ ଅପରାଜିତା । ଭୁବନେଶ୍ୱରରେ ଆୟୋଜିତ ହେଉଛି ୭୩ ତମ ବନ ମହୋତ୍ସବ ।
ସୌମ୍ୟ କହିଲେ ଭୁଲ୍ ତଥ୍ୟ ଦେଇ ଆମକୁ ସଜାଉଛନ୍ତି ମିଛୁଆ । ଆନନ୍ଦପୁରର ସ୍ୱାସ୍ଥ୍ୟ ଭିତ୍ତିଭୂମି ଗୁମର ଖୋଲିଲେ ଭାଗିରଥୀ
ରାସ୍ତାଘାଟ ରକ୍ଷଣାବେକ୍ଷଣ ପାଇଁ ୨୯୭୦ କୋଟି ବିନିଯୋଗ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଜୁ ଏକ୍ସପ୍ରେସ ୱେ ପାଇଁ ୩ ଶହ କୋଟିର ବ୍ୟୟବରାଦ ପ୍ରସ୍ତାବ କରାଯାଇଛି ।
କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି ବ୍ୟୟବରାଦ କରାଯାଇଛି ।
ସାଧାରଣ ନିର୍ବାଚନ ପାଇଁ ହାତରେ ମାତ୍ର ଆଉ ଦୁଇ ବର୍ଷ । ତେଣୁ ରାଷ୍ଟ୍ରପତି ନିର୍ବାଚନ ଲଢ଼େଇ ଜୋରଦାର୍ ହେବ ବୋଲି କୁହାଯାଉଛି ।
କେଉଁ ପଇସାରେ ସେ ଇଟାଲୀ ଗସ୍ତ କରିଥିଲେ ? ଯଦି ସରକାରୀ ପଇସାରେ ଯାଇଥିଲେ, ତେବେ କଣ ଉପଲବ୍ଧି କଲେ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି ।
ବିଜେଡି ମନ୍ତ୍ରୀ ଓ ବିଧାୟକ ଟୁଇଟ୍ କରି ଦ୍ରୌପଦୀଙ୍କୁ ଓଡିଶାର ଗର୍ବ କହିବା ସହ ସ୍ୱାଗତ କରିଥିଲେ ।
କାଲି ନାମାଙ୍କନ ଭରିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ପ୍ରସ୍ତାବକ ହେଲେ ବିଜେଡିର ଦୁଇ ମନ୍ତ୍ରୀ। ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ପ୍ରସ୍ତାବକ।
ଏବେ ବି ତାଲିକାରେ ନାଁ ରହିଛି, ମିଡିଆରେ ବହିଷ୍କୃତ ହୋଇଛି ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ଯଦି ଭଲ ପାଉ ନ ଥାନ୍ତେ, ଲିଖିତ ଭାବେ ବିଧାନସଭାକୁ ଜଣାଇଥାନ୍ତେ ।
ସର୍ବସମ୍ମତିକ୍ରମେ ଦଳମତ ନିର୍ବିଶେଷରେ ସମର୍ଥନ କରିବାକୁ ଅପିଲ । ଓଡ଼ିଶାର ଝିଅଙ୍କୁ ସମର୍ଥନ କରିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ।
SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଲେ କଟକ ଜିଲ୍ଲା ଜଜ୍ ।
ବଦ୍ରୀ କହିଛନ୍ତି, ଯୁବବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଉଛନ୍ତି । ଆଉ ଏହାକୁ ନେଇ ବଦ୍ରୀ ପାତ୍ର ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି ୨୦୨୪ରେ ଯୁବକମାନଙ୍କୁ ବାଟ ଛାଡ଼ିବାକୁ ପଡ଼ିବ ।
ବୈଠକ ପାଇଁ ଆମନ୍ତ୍ରଣ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ବଲାଙ୍ଗିର ବିଧାୟକ କହିଛନ୍ତି, ନିରଂଜନ ଲଢୁନଥିଲେ, ନାଟକ କରୁଥିଲେ । ତେବେ ଏନେଇ ନିରଞ୍ଜନଙ୍କ ପ୍ରତିକ୍ରିୟା ମିଳିପାରିନି ।
ୟୁଏଇ ଓଡ଼ିଆ ସମାଜ ତରଫରୁ ଆୟୋଜିତ ପ୍ରବାସୀ ଓଡ଼ିଆ ସମ୍ମିଳନରେ ମୁଖ୍ୟମନ୍ତ୍ରୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ହେଲେ ଏନେଇ ତାରିଖ ଚୂଡାନ୍ତ ହୋଇନଥିବା ବେଳେ ଏଇ ମାସରେ ହିଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ ।
ପଶ୍ଚିମ ଓଡ଼ିଶାର ୭ ବିଧାୟକ ଓଜନଦାର ଡିପାର୍ଟମେଣ୍ଟର ମନ୍ତ୍ରୀ । ବିଜେପି ଓ କଂଗ୍ରେସର ନିଶାନା-ବିକାଶ ନାହିଁ, ଖାଲି ଭୋଟ୍ ପାଇଁ ଲକ୍ଷ୍ୟ
ନୂଆ ମନ୍ତ୍ରୀ, ନୂଆ ଚ୍ୟାଲେଞ୍ଜ୍। ରବିବାର ଶପଥ ଗ୍ରହଣ ପରେ କିଛି ମନ୍ତ୍ରୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୪ ନିର୍ବାଚନ ପାଇଁ ହାତରେ ଦୁଇ ବର୍ଷରୁ ବି କମ୍ ସମୟ ଥିବାରୁ ମନ୍ତ୍ରୀମାନେ କିଭଳି ନିଜ ନିଜ ବିଭାଗରେ ପାରଦର୍ଶିତା ଆଣିବେ ତା’ ଉପରେ ରହିବ ଫୋକସ୍।
ପୁଣି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିଦେଶ ଗସ୍ତ । ଦୀର୍ଘ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ଚର୍ଚ୍ଚା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା କହୁଛି, ଜୁନ୍ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପ୍ରଥମେ ଦୁବାଇ ଯିବେ ଏବଂ ଏହିଦିନ ଇପିକଲ୍, ଫିକି ଓ ଦୁବାଇ ସ୍ଥିତ ଇଣ୍ଡିଆନ୍ କନ୍ସୋଲେଟ୍ ପକ୍ଷରୁ ସେଠାରେ ଆୟୋଜିତ ଇନ୍ଭେଷ୍ଟର୍ସ ମିଟ୍ରେ ଯୋଗ ଦେବେ ।
ମନ୍ତ୍ରୀମଣ୍ଡଳରୁ ବିଦା ନେତାଙ୍କ ମାନଭଞ୍ଜନ । ଦିନ ୧୦ଟା ବେଳେ ନବୀନ ନିବାସରେ ପହଞ୍ଚିଥିଲେ ମନ୍ତ୍ରୀମଣ୍ଡଳରୁ ବାଦ ପଡିଥିବା ଜଣେ ପରେ ଜଣେ ନେତା ।
ଦୁବାଇ ବିଶ୍ୱର ଏକ ପ୍ରମୁଖ ଇନ୍ଭେଷ୍ଟମେଣ୍ଟ ହବ୍ ହୋଇଥିବାରୁ ସେଠାରେ ଥିବା ବଡ଼ ବଡ଼ ନିବେଶକଙ୍କୁ ଓଡ଼ିଶା ଆସି ଶିଳ୍ପ ପ୍ରତିଷ୍ଠା କରିବାକୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ ।
୧୦ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ନବୀନ । ୨୦୨୪ ନିର୍ବାଚନକୁ ଆଖିରେ ରଖି ସଂଗଠନ ମଜବୁତ୍ ପାଇଁ ପରାମର୍ଶ ।