ସୋମବାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ନେତା ବାହାରୁଛନ୍ତି ନବୀନଙ୍କ ସପକ୍ଷରେ । ପ୍ରକଳ୍ପ ହେଲେ ମାଲକାନିଗିରିର କିଛି ଗାଁ କ୍ଷତିଗ୍ରସ୍ତ ହେବ ବୋଲି କେନ୍ଦ୍ର ସରକାରଙ୍କୁ ନବୀନ ପଟ୍ଟନାୟକ ପୂର୍ବରୁ ବହୁବାର ଚିଠି ଲେଖି ଜଣାଇଥିବା କଥା କହୁଛି ବିଜେଡି ।
ସରକାରୀ ବାବୁ ମଧୁବାବୁ ପେନସନ୍ ସ୍କିମ୍ ଓ ଜାତୀୟ ସାମାଜିକ ସହାୟତା ଯୋଜନାରେ ଅଯୋଗ୍ୟ ହିତାଧିକାରୀ ନାଁ ସାମିଲ କରୁଥିଲେ । ଯାଜପୁର ଜିଲ୍ଲାରେ ସର୍ବାଧିକ ୮୯୪ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ଜିଲ୍ଲାର ସରକାରୀ ବାବୁମାନେ ଅଯୋଗ୍ୟଙ୍କୁ ଯୋଗ୍ୟ କରିବାରେ ମୁଖ୍ୟ ଭୂମିକା ନେଉଥିଲେ ।
ଜଙ୍ଗଲ ଜମି ସହ ଶିଳ୍ପ ନାଁରେ ରାଜ୍ୟ ସରକାରଙ୍କୁ ଚୂନ ଲଗାଇ ଅଧିଗ୍ରହଣ ହୋଇଛି କୋଟି କୋଟି ଟଙ୍କାର ମୂଲ୍ୟବାନ ଜମି । କେଳେଙ୍କାରୀ ବେଧଡ଼କ୍ ଚାଲିଥିଲେ ମଧ୍ୟ ଆଖି ବନ୍ଦ କରିଦେଇଥିଲେ ପୂର୍ବ ବିଜେଡି ସରକାର । ଅଚ୍ୟୁତ ସାମନ୍ତ ନିଜ ସଂସ୍ଥା ନାଁରେ ଇଡକୋଠୁ ୨୦୧୨ ମସିହାରେ ହାତେଇ ଥିଲେ ୮୯ ଏକର ଜମି ।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କଲେ, କିଟ୍ ଘଟଣାରେ ଅଚ୍ୟୁତ ସାମନ୍ତଙ୍କୁ କାହିଁକି ଗିରଫ କରାଯାଉନାହିଁ ? ଆଇନ ମନ୍ତ୍ରୀ କହିଲେ, ତଦନ୍ତ ଚାଲିଛି । ଦୋଷୀ ଯେତେ ବଡ ଲୋକ ହେଲେ ବି ଆକ୍ସନ ହେବ । ବିଜେଡି ବିଧାୟକ କିଟ୍ ପାଇଁ ବାହାରି କହିଲେ, ବଦନାମ୍ କରାନଯାଉ ।
ଇଞ୍ଜିନର କ’ଣ ଇମୋସନ ଥାଏ? ତାହାକୁ କେବଳ ଅପରଟେ କରାଯାଏ। ଟ୍ରାକ୍ ଠିକ୍ ନ ଥିଲେ ଅବସ୍ଥା କ’ଣ ହେବ ବୋଲି କହିଛନ୍ତି ଅରୁଣ ସାହୁ।
ଯାହା ବିଜେପି କରିପାରୁନି କହୁଛି ବିଜେଡି ଯୋଗୁ କରି ପାରୁନୁ। ଯାହା କରିପାରୁଛନ୍ତି ତାହା ଡବଲ ଇଞ୍ଜିନ ଯୋଗୁ କଲୁ ବୋଲି କହୁଛନ୍ତି ବିଜେପି ନେତା। ଏପରି ଆକ୍ଷେପ କରିଛନ୍ତି ବିଜେଡି ନେତା ଅରୁଣ ସାହୁ ।
ଆମେ 5T ରେ ମଲୁ । ସେମାନେ ଓଡ଼ିଆ ଅସ୍ମିତାରେ ମରିବେ । ନ୍ୟାରେସନ କ୍ରିଏଟ୍ କରିଦେଲେ ଆମେ ଗାଧେଇଗଲୁ । ସେମାନେ ଓଡ଼ିଆ ଅସ୍ମିତାରେ ମରିବେ ବୋଲି କହିଛନ୍ତି ଅରୁଣ । ଆମେ ଏବେ ପ୍ରତି କଥାରେ ଓଡ଼ିଆ ଅସ୍ମିତା କଥା ଉଠେଇବୁ ।
IPS କଥା ଦେଖିଲେ, ରାଜ୍ୟରେ ମୋଟ୍ ପଦବୀ ୧୯୫ ଥିବା ବେଳେ, ସେଥିରୁ ୬୯ଟି ଖାଲି ପଡ଼ିଛି। ୧୦ ଜଣ IPS ଅଧିକାରୀ ୫ ବର୍ଷରୁ ଅଧିକ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେପଟେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଜୋର୍ ଧରିଛି ରାଜନୀତି।
କୁହାଯାଉଛି, ଦୁର୍ବଳ ଅର୍ଥନୀତିକୁ ବଳ ଦେବା ପାଇଁ ଖଣିଭିତ୍ତିକ ଶିଳ୍ପ ସହ କୃଷି, ଗ୍ରାମାଞ୍ଚଳ ବିକାଶ ଓ ପର୍ଯ୍ୟଟନ ଭଳି କ୍ଷେତ୍ରକୁ ସରକାର ଦେଇପାରନ୍ତି ଗୁରୁତ୍ୱ। ତେଣେ ବଜେଟରୁ ଅନେକ କିଛି ଆଶା କରୁଛନ୍ତି ଚାଷୀ, ମହିଳା ଏବଂ ଯୁବକ।
ରମାର ପରିବାର ସଦସ୍ୟ ପୋଲିସ ବିରୋଧରେ ମାନସିକ ନିର୍ଯାତନା ସହ ଜୁଲୁମ ଅଭିଯୋଗ ଆଣିଥିବା ବେଳେ ମୃତ ସହଦେବଙ୍କ ପତ୍ନୀ ରମାର ପୁଅକୁ ବି ଧରିବା ପାଇଁ ଦାବି କରିଛନ୍ତି।
ଦଳର ନେତା ଆଗଭଳି ନାହାନ୍ତି । ଦଳର ଭବିଷ୍ୟତ ନାହିଁ । ମୋତେ ଲଲିପପ ଧରାଇଦେଲେ । ଏବେ ମୁଁ କ’ଣ କରିବି ନକରିବି ଅଲଗା କଥା। ହେଲେ ବିଜେଡି କାମକୁ ନେଇ ମୁଁ ଅସନ୍ତୁଷ୍ଟ। ଆଦିବାସୀ ନେତା ତଥା ତଲସରା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ ବିସ୍ପୋରକ ବୟାନ।
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡ଼ାସ୍ଥିତ ବାସଭବନରେ ରହି କାମ କରୁଥିଲେ ବେଲାଳସେନଙ୍କ ପୁଅ ଲଳିତ। ବର୍ଷ ବର୍ଷ ଧରି ନବଦାସଙ୍କ ଘରେ ସେ ରୋଷଇ କରୁଥିଲେ।
ଆସେମ୍ବ୍ଲି ଅଚଳାବସ୍ଥାରେ ନୋ ବ୍ରେକ୍ । ଚାଷୀ ପ୍ରସଙ୍ଗରେ ବିଜେଡିର ହୋହଲ୍ଲା, ରାଜ୍ୟପାଳଙ୍କୁ ଫେରାଦ । ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଅଚଳ କରୁଛି ବିଜେଡି କହିଲେ ଜୟନାରାୟଣ । ବିଧାନସଭାରେ ବିଜେଡି-ବିଜେପି ବାକ୍ ଯୁଦ୍ଧ ।
ଡକ୍ତର ମାଝୀ ସୁନ୍ଦରଗଡ଼ ଜିଲ୍ଲା ତଳସରା ନିର୍ବାଚନମଣ୍ଡଳୀରୁ ୨୦୦୬ ମସିହାରେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ। ପରେ ସେହି ଆସନରୁ ୨ ଥର ବିଜୟୀ ହୋଇଥିଲେ। ତେବେ ୨୦୨୧ ମସିହାରେ ସେ ଅସନ୍ତୋଷ ଝାଡ଼ି କଂଗ୍ରେସ ଛାଡ଼ିଥିଲେ।
କୋରେଇକୁ କିଏ ରଖିବ ହାତରେ ? ଲୋକ କୁହନ୍ତି, କୋରେଇରେ ବାରଭାଇ ଆଖଡ଼ା । ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନମଣ୍ଡଳୀ ସବୁବେଳେ ଥାଏ ଚର୍ଚ୍ଚାରେ । ପ୍ରଫୁଲ୍ଲ ଘଡେଇଙ୍କ ବିସ୍ଫୋରକ ବୟାନ ପରେ ଏହି ଚର୍ଚ୍ଚା ଆହୁରି ବଢିଯାଇଛି । ଦୁଇ ପରିବାରର ପତିଆରା ଲଢ଼େଇରେ ଗୋଟି ହୋଇଛି କି କୋରେଇ ?
ତେବେ ପ୍ରଫୁଲ୍ଲ ଘଡାଇଙ୍କ ଭଳି ଜଣେ ଭେଟେରାନ୍ ନେତାଙ୍କ ଏଭଳି ବିସ୍ଫୋରକ ବୟାନ ପରେ ପ୍ରଶ୍ନ- ସତରେ କଣ ବିଜେଡ଼ିରେ ଚାଲିଥିଲା ଚକ୍ରାନ୍ତ ଥିଓରୀ ? ଯଦି ଘଡାଇ ପରିବାର ଷଡଯନ୍ତ୍ରର ଶିକାର ହୋଇଛି, ତାହାଲେ ଏତେ ଦିନ ଯାଏଁ ଚୁପ୍ ବସିଥିଲେ କାହିଁକି ?
ପୁଅ ପାଇଁ ମୁହଁ ଖୋଲିଲେ । ବିଜେଡି ଚକ୍ରାନ୍ତର ଗୁମର ପଦାକୁ ଆଣି ବିଷୋଦଗାର କଲେ । ବିଜୁ ଜନତା ଦଳର ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ଏଭଳି ସାଙ୍ଘାତିକ ବୟାନ ଏବେ ବିଜେଡି ରାଜନୀତିରେ ସୃଷ୍ଟି କରିଛି କଂପନ ।
ପୁଣି ଥରେ ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ପାଲଟିଛି। ଆଉ ମୁହାଁମୁହିଁ ହୋଇଛନ୍ତି ପୂର୍ବତମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଓ ବର୍ତ୍ତମାନର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।
ବିଧାନସଭାର ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ନୟାଗଡ଼ ବିଧାୟକ ଅରୁଣ ସାହୁ, ଓଡ଼ିଆ ଅଭିଧାନରେ ଅସ୍ମିତା ଶବ୍ଦର ଅର୍ଥ କଣ; ଓଡ଼ିଆ ଅସ୍ମିତାର ସମ୍ପୂର୍ଣ୍ଣ ବ୍ୟାଖ୍ୟା ସମ୍ପର୍କରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ ପଚାରିଥିଲେ । ଏହାପରେ ଲିଖିତ ଉତ୍ତର ରଖି ସ୍ପଷ୍ଟ ଭାବରେ ଅସ୍ମିତାର ଅର୍ଥ ବୁଝାଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ପ୍ରଦୀପ କହିଲେ, ପ୍ରଫୁଲ୍ଲ ଘଡେଇ ଯାହା କହିଛନ୍ତି ତାର ଅର୍ଥ ହେଲା ପ୍ରୀତିରଞ୍ଜନ ଘଡାଇ ଆଉ ସୁକିନ୍ଦାରେ ଜିତି ପାରିବେନି। ସେଥିପାଇଁ ତାଙ୍କୁ କୋରେଇ ପଠାଇବାକୁ ସେ ଯୋଜନା କରୁଛନ୍ତି । ଆଉ ନିଜେ ପ୍ରଫୁଲ୍ଲ ଘଡେଇ ସୁକିନ୍ଦାରୁ ପୁଣି ଲଢ଼ିବାକୁ ଇଚ୍ଛା ରଖିଛନ୍ତି ।
ଏହି ଅଳ୍ପ ସମୟର କଥାବାର୍ତ୍ତା ରାଜ୍ୟ ରାଜନୀତିକୁ ଉଷ୍ମ କରିଦେଇଛି । ହଠାତ୍ କାହିଁକି ଏମିତି ପଚାରିଲେ ନବୀନ ? ନବୀନ ନିବାସକୁ ଡାକି କଥା ହୋଇ ପାରିଥାଆନ୍ତେ । ବିଜେପି କଥା କାହିଁକି ଉଠାଇଲେ ? ସନାଙ୍କୁ ଡରୁଛନ୍ତି କି ବିଜେଡି ମୁଖିଆ ? ନା ବିଜେପିକୁ ଡରୁଛନ୍ତି ?
ଗତକାଲି ବିଜେଡିର ପୋଲ ଖୋଲି ପ୍ରଫୁଲ୍ଲ କହିଥିଲେ, ଦଳୀୟ ଚକ୍ରାନ୍ତର ଶିକାର ହୋଇ ପ୍ରୀତିରଞ୍ଜନଙ୍କୁ କୋରେଇ ଆସନ ଛାଡ଼ିବାକୁ ପଡିଥିଲା। ପ୍ରୀତିରଞ୍ଜନ ଓ କୋରେଇବାସୀଙ୍କ ଇଛା ବିରୋଧରେ ପ୍ରୀତିରଞ୍ଜନଙ୍କୁ ଯିବାକୁ ପଡିଲା ସୁକିନ୍ଦା।
ଯାଜପୁରରେ ଚାଲିଛି ବିଜେଡି ପାଲା । ପଲିଟିକ୍ସ ପାଲା କରୁଛନ୍ତି ଦୁଇ ଗୋଷ୍ଠୀ । ଗୋଟିଏ ବବି, ଅନ୍ୟଟି ଡ୍ୟାନି । ବିଜେଡି ସରକାର ଯିବା ପରେ ଯାଜପୁରରେ ବିଜେଡଇର ଦଳୀୟ କନ୍ଦଳ ଯେମିତି ବଢ଼ିବାରେ ଲାଗିଛି । ଉପରକୁ ଚକ୍ଚକ୍ କରୁଥିବା ବିଜେଡି ନେତାଙ୍କ ସମ୍ପର୍କ ଏବେ ଭିତରେ ସମ୍ପୂର୍ଣ୍ଣ ମଳିନ ପଡ଼ିଛି ।
ସନାଙ୍କ ନବୀନଙ୍କୁ ମୁହଁ ତୋଡ ଜବାବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦେଖା କରିବା କ’ଣ ପାପ ? କିଏ କ‘ଣ ଭାବିଲା ମୁଁ କ’ଣ କହିବି, ମୁ କ’ଣ ତାଙ୍କ ହୃଦୟ କଥା ଜାଣିଛି ।
ଆଜି ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ନବୀନ ଗୃହକୁ ପ୍ରବେଶ କରୁଥିଲେ। ଠିକ୍ ସେତିକି ବେଳେ ତାଙ୍କୁ ସ୍ୱାଗତ କରିବାକୁ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସମେତ ଦଳୀୟ ବିଧାୟକମାନେ ଉପସ୍ଥିତ ଥିଲେ।