/odishatv-khabar/media/media_files/2026/01/10/poster-2026-01-10-16-19-25.jpg)
Poster Photograph: (OTV)
ଯାଜପୁରରେ ରଙ୍ଗ ରାଜନୀତି। ଗେରୁଆ ରଙ୍ଗ ପୋଷ୍ଟରରେ ଯାଜପୁରର ବିଜେଡି ନେତା। ଯାହାକୁ ନେଇ ଯାଜପୁର ରାଜନୀତିରେ ଉଷ୍ମତା ଦେଖାଦେଇଛି। ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡି ଉପସଭାପତି ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେ଼ଇ ଓ ବର୍ତ୍ତମାନର ବିଧାୟିକା ସୁଜାତା ସାହୁଙ୍କର ଗେରୁଆ ରଙ୍ଗରେ ପୋଷ୍ଟର ଲାଗିଛି ।
ସୂଚନା ଅନୁସାରେ, ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଆୟୋଜିତ ଅନ୍ୱେଷଣ ଥିଏଟର ଗ୍ରୁପ ସପ୍ତମ ବାର୍ଷିକ ଉତ୍ସବରେ ଆୟୋଜିତ ରାଜ୍ୟସ୍ତରୀୟ ଲୋକକଳା ଓ ନାଟ୍ୟ ମହୋତ୍ସବରେ ନିମନ୍ତ୍ରିତ ଅତିଥି ଭାବେ ଏମାନଙ୍କ ପୋଷ୍ଟର ଲାଗିଛି। ଯାହାକୁ ନେଇ ରାଜନୀତି ସରଗରମ ହୋଇଛି ।
ଏଭଳି କାର୍ଯ୍ୟକୁ ନିନ୍ଦା କରି ବିଧାୟିକା ସୁଜାତା ସାହୁ କହିଛନ୍ତି, ରଙ୍ଗ ରାଜନୀତି ବନ୍ଦ କରାଯାଉ । ଯିଏ ଏଭଳି ରାଜନୀତି କରୁଛି, ସେମାନେ ଏଥିରୁ କ୍ଷାନ୍ତ ରୁହନ୍ତୁ । ଆମେ ସେବା ଲାଗି ନିର୍ବାଚିତ ହୋଇଛୁ, ରଙ୍ଗ ରାଜନୀତି ଲାଗି ନୁହଁ ବୋଲି ସୁଜାତା ସାହୁ କହିଛନ୍ତି ।
ଯାଜପୁରରେ ରଙ୍ଗ ରାଜନୀତି
ଗେରୁଆ ରଙ୍ଗ ପୋଷ୍ଟରରେ ଯାଜପୁରର ବିଜେଡି ନେତା
ଗେରୁଆ ପୋଷ୍ଟରକୁ ନେଇ ଯାଜପୁର ରାଜନୀତିରେ ଉଷ୍ମତା
ଏକ ବାର୍ଷିକ ଉତ୍ସବରେ ନିମନ୍ତ୍ରିତ ଅତିଥିଙ୍କ ଗେରୁଆ ପୋଷ୍ଟର
Stone-Pelting Incident: ପୋଲିସ ଉପରକୁ କରିଥିଲେ ଟେକାପଥର ମାଡ଼, ଏବେ ଥାନାରେ ଅଟକ

Nabakrushna Choudhury’s Daughter Accuses Harassment: ନିର୍ଯାତନା ଅଭିଯୋଗ ଆଣିଲେ ନବକୃଷ୍ଣ ଚୌଧୁରୀଙ୍କ ଝିଅ, ଜମି ହଡପ ଉଦ୍ୟମ କଥା ବି ଉଠାଇଲେ

Gas Cylinder Theft: ସିସିଟିଭିରେ ଧରାପଡ଼ିଲା ଗ୍ୟାସ୍ ସିଲିଣ୍ଡର ଚୋରି ଗ୍ୟାଙ୍ଗ, ଖନ୍ତାପଡ଼ା ପୋଲିସର ସଫଳତା

One More Hindu Minority Killed: ପୁଣି ଜଘନ୍ୟ କାଣ୍ଡ; ପ୍ରଥମେ ନିର୍ମମ ଭାବରେ ମାଡ଼, ତା'ପରେ ବିଷ ଦେଇ…

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)