Advertisment

ଏୟାରପୋର୍ଟ ଭଳି ଦିଶିବ ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନ

ଭୁବନେଶ୍ୱର ଷ୍ଟେସନର ନବୀକରଣ ସହ ବିଶ୍ୱସ୍ତରୀୟ କରିବା ଲାଗି ରୂପରେଖ ପ୍ରସ୍ତୁତ ହୋଇଛି। ବିଶ୍ୱ ସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନରେ ବିମାନବନ୍ଦର ପରି ସମସ୍ତ ପ୍ରକାର ସୁବିଧା ମିଳିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bhubaneswar Railway Station Renovation

Renovation Of Bhubaneswar Railway Station

ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନର ହେବ ନବକଳେବର। ଆଜି ଏହି ପ୍ରକଳ୍ପ ପାଇଁ ଭୂମି ପୂଜନ ହୋଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଭୂମି ପୂଜନ କରିଥିଲେ। ଭୁବନେଶ୍ୱର ଷ୍ଟେସନର ନବୀକରଣ ସହ ବିଶ୍ୱସ୍ତରୀୟ କରିବା ଲାଗି ରୂପରେଖ ପ୍ରସ୍ତୁତ ହୋଇଛି। ବିଶ୍ୱ ସ୍ତରୀୟ ହେବାକୁ ଥିବା ଏହି ଷ୍ଟେସନରେ ବିମାନବନ୍ଦର ପରି ସମସ୍ତ ପ୍ରକାର ସୁବିଧା ମିଳିବ।

Advertisment

ଗତ କିଛି ଦିନ ପୂର୍ବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ନୂତନ ପ୍ରକଳ୍ପର ସମୀକ୍ଷା କରିଥିଲେ। ଷ୍ଟେସନର ନବକଳେବର ପାଇଁ ଟେଣ୍ଡର ପ୍ରକ୍ରିୟା ସରିଥିବାରୁ ଭୂମି ପୂଜନ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିଲେ। ଏହି ପ୍ରକଳ୍ପ ଲାଗି ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୩୦୮ କୋଟି ଟଙ୍କା।

ଅଧିକ ପଢ଼ନ୍ତୁ: ଖୁବ୍‌ଶୀଘ୍ର ଭୁବନେଶ୍ୱରରୁ ବ୍ୟାଙ୍କକ୍-ଦୁବାଇ-ସିଙ୍ଗାପୁରକୁ ଉଡ଼ିବ ବିମାନ

Advertisment

ଭୁବନେଶ୍ୱର ରେଳ ଷ୍ଟେସନ୍‌ର ମାଷ୍ଟରକ୍ୟାଣ୍ଟିନ୍ ଓ ୬ ନମ୍ବର ଗେଟ୍‌କୁ ଅଧିକ ସୁଗମ ସହ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ କରାଯିବ। ପ୍ରତିଦିନ ଦେଢ଼ ଲକ୍ଷ ଯାତ୍ରୀଙ୍କ ଯା’ଆସ ପାଇଁ ବ୍ୟବସ୍ଥା ହେବ। ମାଷ୍ଟରକ୍ୟାଣ୍ଟିନ୍ ପଟ ମୁଖ୍ୟ ପ୍ରବେଶ ପଥରେ ୬ ମହଲା ଓ ୪ ମହଲା ଦୁଇଟି କୋଠା ହେବ। ଫୁଟ୍ ଓଭରବ୍ରିଜ୍, Escalator, ଲମ୍ବା ଚଉଡ଼ା ପ୍ଲାଟଫର୍ମ ସମେତ ଯେପରି ବିମାନବନ୍ଦରରେ ସୁବିଧା ଥାଏ ସେ ସବୁ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ କରାଯିବ।

Railway Station Bhubaneswar Railway Station
Advertisment
Advertisment