Advertisment

Bomb Hurled In Bhubaneswar: ଅଶାନ୍ତ ରାଜଧାନୀ, ଫୁଟିଲା ବୋମା; କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ

ଛାତି ଥରିଗଲା ଭଳି ବିସ୍ଫୋରଣ । ଚାରିଆଡ଼େ ଧୂଆଁମୟ । ସାମ୍ନାକୁ ଆସିଲା ସିସିଟିଭିରେ ରେକର୍ଡ ହୋଇଥିବା ବୋମାମାଡ଼ର ଲାଇଭ୍ ଦୃଶ୍ୟ । ଭୁବନେଶ୍ୱର ଉପକଣ୍ଠ ସାମପୁରର ଏକ କାର୍ ସୋ' ରୁମ୍ ଉପରେ ଏହି ବୋମାମାଡ଼ ହୋଇଛି ।

author-image
Namita Biswal
ଅଦ୍ୟତନ ହୋଇଛି
Bomb Hurled

Bomb Hurled

ପୁଣି ଭୁବନେଶ୍ୱରରେ ଫୁଟିଲା ବୋମା । ଗତକାଲି ରାତିରେ ଏକ କାର୍ ସୋ' ରୁମ୍ ଉପରେ ବୋମାମାଡ଼ କରିଥିଲେ ଦୁର୍ବୃତ୍ତ । ବୋମାମାଡ଼ରେ ଏକାଧିକ କାର୍ ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ପୂର୍ବ ଶତ୍ରୁତାରେ ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଛି। କମିଶନରେଟ୍ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ଏଯାଏଁ କାହାକୁ ବି ଗିରଫ କରାଯାଇନି । 

Advertisment

ଛାତି ଥରିଗଲା ଭଳି ବିସ୍ଫୋରଣ । ଚାରିଆଡ଼େ ଧୂଆଁମୟ । ସାମ୍ନାକୁ ଆସିଲା ସିସିଟିଭିରେ ରେକର୍ଡ ହୋଇଥିବା ବୋମାମାଡ଼ର ଲାଇଭ୍ ଦୃଶ୍ୟ । ବୁଧବାର ରାତି ପ୍ରାୟ ୧୦ । ସ୍ଥାନ ଭୁବନେଶ୍ବର ଉପକଣ୍ଠ ସାମପୁରର ଏକ କାର୍ ସୋ' ରୁମ୍ । ଶୂନଶାନ ରାତିରେ ସୋ' ରୁମ୍ ବନ୍ଦ ହେଉଥାଏ । ଏତିକି ବେଳକୁ ହଠାତ୍ ଥୁଆ ହୋଇଥିବା କାର୍ ଉପରେ ପଡ଼ିଥିଲା ବୋମା । ଗୋଟିଏ କି ଦୁଇଟି ନୁହେଁ ଏକାବେଳେ ୫ଟି ବୋମାମାଡ଼ କରିଥିଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ହୋଇଥିଲା ଭୟଙ୍କର ବିସ୍ଫୋରଣ। ଧୂଆଁମୟ ହୋଇଯାଇଥିଲା ପୂରା ପରିବେଶ । 

ଅଧିକ ପଢନ୍ତୁ: ଯୁବକଙ୍କ ଭୟଙ୍କର କାଣ୍ଡ... ନିଜ ଘରକୁ ନିଜେ ଜାଳି ଦେଲେ

କାର୍ ସମ୍ପୂର୍ଣ୍ଣ ଚୁରମାର୍ । ଏକାଧିକ ଗାଡ଼ି ପୋଡ଼ି ପୂରା ପାଉଁଶ । ସୋ ରୁମରେ କାମ କରୁଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ସ୍କର୍ପିଓ ଗାଡ଼ିରେ ଆସି ପାଚେରୀ ସେପଟୁ ବୋମା ଫିଙ୍ଗିଥିଲେ ୫ ଦୁର୍ବୃତ୍ତ । ବୋମାମାଡ଼ କରି ଘଟଣାସ୍ଥଳରୁ ହୋଇଯାଇଥିଲେ ଫେରାର । 

Advertisment

ତେବେ ସୋ' ରୁମ୍ ଉପରେ କାହିଁକି ଓ କିଏ କଲା ବୋମାମାଡ଼ ? ସୋ' ରୁମ୍ ମାଲିକଙ୍କ କହିବା ଅନୁସାରେ, ପୂର୍ବ ଶତ୍ରୁତାରୁ ହୋଇଛି ବୋମାମାଡ଼ । ବୋମାମାଡ଼ କରିଥିବା ଯୁବକ ତାନି ପୂର୍ବରୁ ସେହି ସୋ' ରୁମରେ କାମ କରୁଥିଲା । ହେଲେ ଅପରାଧିକ ଚରିତ୍ରର ହୋଇଥିବାରୁ ତାଙ୍କୁ ବାହାର କରିଦେଇଥିଲେ ମାଲିକ । ସେବେଠୁ ପ୍ରତିଶୋଧ ପରାୟଣ ହୋଇ ବିଭିନ୍ନ ସମୟରେ ଧମକଚମକ ଦେଇଆସୁଥିଲା ଅଭିଯୁକ୍ତ । 

ଗତକାଲି ମଧ୍ୟ ଫୋନରେ ଧମକ ଦେବାପରେ ରାତିରେ ବୋମାମାଡ଼ କରିଥିଲା ସୋ' ରୁମ ଉପରେ । ପୋଲିସ ସିସିଟିଭି ଫୁଟେଜକୁ ଯାଞ୍ଚ କରି ମାମଲାର ତଦନ୍ତ କରୁଛି । 

ଅଧିକ ପଢନ୍ତୁ: ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା, ୧୦ ଅଭିଯୁକ୍ତ ଗିରଫ

Bombing Bhubaneswar Crime
Advertisment
Advertisment