ଆମେ ଭଦ୍ରକର ଏକ ମନ୍ଦିରରେ ବାହା ହୋଇଥିଲୁ। ଏମିତି ଅବସ୍ଥା ହେବ ବୋଲି ଜାଣିନଥିଲୁ।
ମହଙ୍ଗା ପଡିଲା ଅନ୍ଲାଇନ୍ ଗେମ୍ । ବ୍ୟାଙ୍କରୁ କଟିଗଲା ସବୁ ଟଙ୍କା । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଯୁବକ ଜଣକ ଅନ୍ଲାଇନ୍ ଗେମ୍ ଖେଇ ଆକାଉଣ୍ଟରୁ ସବୁ ପଇସା ଖର୍ଚ୍ଚ କରି ଘରୁ କୁଆଡେ ପାଳାଇଛନ୍ତି ।
ରୋଗୀଙ୍କୁ ଭୁଲ ଇଂଜେକସନ ଦେଇଥିବା ଅଭିଯୋଗ । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ଅଭିଯୋଗ ଅନୁଯାୟୀ ୮୪ ବର୍ଷୀୟ ନଗେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ତାଙ୍କ ପୁଅ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଇଞ୍ଜେକସନ ଦେବାକୁ ଆଣିଥିଲେ । ତେବେ ସେଠାରେ କାର୍ଯ୍ୟରତ ନର୍ସ ଇଂଜେକସନ ସହ ଡ଼ିଷ୍ଟିଲ ଓ୍ୱାଟର ମିଶାଇ ଦେବା ବଦଳରେ କେବଳ ଡିଷ୍ଟିଲ ଓ୍ୱାଟରକୁ ସିରିଞ୍ଜରେ ପୂରାଇ ରୋଗୀକୁ ଦେଇଥିବା ଅଭିଯୋଗ କରିଛନ୍ତି ।
କି ସୁନ୍ଦର କଳାକୃତି !! ଚଖଡ଼ିରେ ତିଆରି କରୁଛନ୍ତି ପଦ୍ମଶ୍ରୀ ନନ୍ଦସାରଙ୍କ ପ୍ରତିମୂର୍ତ୍ତି...ଦେଖନ୍ତୁ ଏହି ଭିଡ଼ିଓ
ମୁଁ ଛିଡ଼ା ହୋଇଥିଲି, ବାଇକ୍ରେ ଆସିଲେ ଫୋନ୍ ଛଡ଼ାଇ ନେଇଗଲେ। ଅଟକାଇବାକୁ ଚେଷ୍ଟା କଲି, କିନ୍ତୁ ସେ ଧକ୍କା ଦେଇ ପଳାଇଲେ
ଚକ ଖଡିରେ ନନ୍ଦ ସାରଙ୍କ ପ୍ରତମୂର୍ତ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଚୁଡାକୁଟି ଗ୍ରାମର ଶିଳ୍ପୀ ଗୋପାଲ ସାମଲ ଚାଟଶାଳୀ ଗୁରୁ ନନ୍ଦ ସାରଙ୍କ ସ୍ମୃତିରେ ଚକଖଡିରେ ଏକ ପ୍ରତିମୂର୍ତ୍ତି ନିର୍ମାଣ କରି ଏଇ ଶତାୟୁ ଶିକ୍ଷକଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଜୀବିକା ପାଇଁ ସଂଘର୍ଷ। ରାସ୍ତା ସଂପ୍ରସାରଣ ବେଳେ ଦୋକାନ ହରାଇଥିଲେ। ପ୍ରତିଶ୍ରୁତି ମିଳିଥିଲା ଶୀଘ୍ର ଅନ୍ଯ ସ୍ଥାନରେ ମିଳିବ ଦୋକାନ। କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଖତ ଖାଉଛି ଭଦ୍ରକ ତିହିଡ଼ି ଖାଙ୍କିହାଟ ମାର୍କେଟ୍ କଂପ୍ଲେସ୍। ଦେଖନ୍ତୁ ଏ ରିପୋର୍ଟ। .
ତାଙ୍କ ହାତ ବୁଲିଲେ ଆଙ୍କି ହୋଇଯାଏ ଚିତ୍ର । ସେ ଏକାଧାରରେ ଜଣେ ଚିତ୍ରଶିଳ୍ପୀ, ମୂର୍ତ୍ତି କାରିଗର, ଅଭିନେତା, ଔପନ୍ୟାସିକ, କବି ଓ ନାଟ୍ୟକାର । ସେ ଅନେକ ନାଟକ ଓ ଉପନ୍ୟାସର ସ୍ରଷ୍ଟା । ହେଲେ ପରିଣତ ବୟସରେ ତାଙ୍କ ଜୀବନ ବିତୁଛି ଚାଳଘରେ । ଚଳୁଛନ୍ତି ବହୁ କଷ୍ଟରେ । ଦୁର୍ଦ୍ଦିନରେ ପ୍ରତିଭାଧର ନାରାୟଣ ।
ଗତ ରବିବାର ଆରଡିପୀଠ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ପୀଠରେ ଚାପା ଉତେଜନା ଦେଖାଦେଇଛି ।
ନା ନେତା ଶୁଣିଲେ, ନା ପ୍ରଶାସନ ଶୁଣିଲା। ତେଣୁ ଚାଷୀମାନେ ନିଜ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଲେ। ଜୁଆର ମାଡରୁ ପାଚିଲା ଧାନକୁ ରକ୍ଷା କରିବା ପାଇଁ ଗାଁଲୋକ ଏକାଠି ହେଲେ। ନିଜେ ଶ୍ରମଦାନ କରି ବାନ୍ଧିଲେ ଏମିତି ବନ୍ଧ। ଏ ପ୍ରେରଣାଦାୟୀ ଦୃଶ୍ୟ ଦେଖିଲେ ଆପଣ ବି ପ୍ରଶଂସା ନକରି ରହିପାରିବେନି।
ଭଦ୍ରକ ବାସୁଦେବପୁର ବ୍ଲକ ନୂଆଗାଁ ପଞ୍ଚାୟତ ଉହାଡ଼ ଗାଁର ଶନି ଜେନା। ଚମ ଧୁଡୁଧୁଡୁ ହେଲାଣି, ଅଣ୍ଟା ବି ନଇଁଗଲାଣି । ପାଦ ବି ଆଉ ବୋଲ ମାନୁନି କି ଆଖିକୁ ଆଉ ଭଲରେ ଦେଖାଯାଉନି । ହାତରେ ବାଡ଼ି ଧରି ବାଟ ଚାଲୁଥିବା ୭୫ ବର୍ଷର ବିଧବା ବୃଦ୍ଧା ଦୁଃଖ କଷ୍ଟରେ ଦିନ କାଟୁଥିବା ବେଳେ ଗତ ଦୁଇବର୍ଷ ଧରି ମିଳୁଥିବା ରାସନ ବନ୍ଦ ହୋଇ ଯାଇଛି ।
କ୍ଷେତରେ ଫସଲ ଅମଲ ପୂର୍ବରୁ ଏବେ ମାଡ଼ିଲେଣି ଚକଡ଼ା ପୋକ। ଏକାଧିକ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଗଲାଣି।କ୍ଷେତରେ ୩ ଭାଗରୁ ଅଧିକ ଧାନ ନଷ୍ଟ ହୋଇଗଲାଣି। ଚାଷୀର ହାଡ଼ ଭଙ୍ଗା ପରିଶ୍ରମର ଫଳକୁ ଚଳୁ କରିଦେଇଛନ୍ତି ଚକଡା ପୋକ ।
ଧାନ ଅମଳକୁ ଦିନ କେଇଟା.. ହେଲେ ସବୁ ପରିଶ୍ରମକୁ ଚଳୁ କରିଦେଲାଣି ମାଟିଆ ଗୁଣ୍ଡି, ଚକଡ଼ା ବା ଯଉଆ ପୋକ.. ମୁଣ୍ଡରେ ହାତ ଦେଇ ବସିଛି ଚାଷୀକୂଳ.. ବାଟ ଦିଶୁନି କରିବ କଣ.. ଯେତେ ପୋକମରା ବିଷ ଦେଲେ ବି କାମ ଦେଲାନି.. ପ୍ରଶାସନର ସହାୟତାକୁ ଭରସା..
ରିକ୍ସା ଟ୍ରଲି ଚାଳକଙ୍କ ପୁଅ ହେବେ ଡାକ୍ତର । ନିଷ୍ଠା ଓ ଏକାଗ୍ରତା ଥିଲେ ଯେ କେହିବି ବ୍ୟକ୍ତି ନିଶ୍ଚିତ ସଫଳତା ପାଇ ପାରିବ ଏକଥା କାହାକୁ ବି ଅଛପା ନାହିଁ । ତେବେ ଏହାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ଭଦ୍ରକ ସହରସ୍ଥ ପୁରୁଣା ବଜାର କାଜି ମହଲାର ମୈରାଜ ଖାନ ନାମକ ଜଣେ ଗରିବ ରିକ୍ସା ଚାଳକଙ୍କର ପୁଅ ମୁର୍ଶିଦ ଖାନ ।
ଭଦ୍ରକ ସହରର ପୁରୁଣା ବଜାର, କାଜିମହଲାର ମୈରାଜ ଖାନ ଜଣେ ରିକ୍ସା ଚାଳକ ଭାବେ ଯାହା ରୋଜଗାର କରନ୍ତି ସେଥିରେ ନିଜର ୪ ଜଣ ପୁଅ ଓ ଦୁଇ ଜଣ ଝିଅଙ୍କୁ ପାଠ ପଢାଇବା ସହିତ ପରିବାର ବହୁ କଷ୍ଟରେ ଚଳାନ୍ତି
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ମାଆଙ୍କୁ ପୂଜାର୍ଚ୍ଚନା ପାଇଁ ଟ୍ରଷ୍ଟ ପକ୍ଷରୁ କୋଭିଡ କଟକଣା ଭିତରେ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ମାଆଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶରେ ମାଆ ଭଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ
ଧାମନଗର ବ୍ଲକ ରଇପୁର ପଞ୍ଚାୟତ ଅଧୀନ କାଠମୁଣ୍ଡା ନୋଡାଲ ଉପ୍ରା ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ଯେ, ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ରାଉତ ବିଦ୍ୟାଳୟ ଚାଉଳ ବଂଟନରେ ହେରଫେର କରିବା ସହ ବିଦ୍ୟାଳୟରେ ଶିକ୍ଷା ପରିଚାଳନା କମିଟି ଗଠନ ନକରି କାର୍ଯ୍ୟରତ ସିଆରସିସିଙ୍କ ସହ ମିଶି ଏପର୍ଯ୍ୟନ୍ତ ପିଲାମାନଙ୍କ ପୋଷାକ ବଣ୍ଟନ କରିନାହାଁନ୍ତି।
ଚାଷୀଙ୍କ ନାଁରେ କୋଟି କୋଟି ଟଙ୍କା ଋଣ କରାଯାଇଥିବା ଅଭିଯୋଗ।ଭଦ୍ରକ ବରଗଡ଼ା ସେବା ସମବାୟ ସମିତିରେ ମହା ଦୁର୍ନୀତି ।
ଅଚଳ ହୋଇ ପଡିଛି ପାଣି ପାଇପାଇପ୍ । ଫଳରେ ବୁନ୍ଦେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ । ଗତ ୩ ମାସ ହେବ ପାଣି ପାଇଁ ହିନସ୍ତା ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆଗାଁ ବାସିନ୍ଦା ।
ଚାଷ କଲେ କେତେବେଳେ ଲାଭ ତ ଆଉ କେତେବେଳେ କ୍ଷତି ହୋଇଥାଏ । କିନ୍ତୁ ଜିଆ ଚାଷ ଏମିତି ଏକ ଚାଷ ଯେଉଁଥିଲେ କେବଳ ଲାଭ ହିଁ ଲାଭ ରହିଛି। ଏଥିପାଇଁ ବିଶେଷ ଆବଶ୍ୟକତା ମଧ୍ୟ ନଥାଏ
ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ୫ ଜଣ ଜେଲ୍ ଯିବା ପରେ ଏବେ ପ୍ରଶ୍ନ କେତେ ସୁରକ୍ଷିତ ଏ କ୍ଷେପଣାସ୍ତ୍ର ଘାଟି। ଖାଲି ଏଇଠୁ ତଥ୍ୟ ଲିକ୍ ହୋଇଛି ନା ପଡ଼ୋଶୀ ଜିଲ୍ଲାର ହ୍ୱିଲର ଦ୍ୱୀପରେ ବି ଏଭଳି ଚାଲୁଛି।
ଭଦ୍ରକ ଜିଲ୍ଲାରେ ପାଣିରେ ବୁଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଛି। ଭଣ୍ଡାରିପୋଖରୀ ବ୍ଲକ୍ ନପଙ୍ଗ ପଞ୍ଚାୟତରେ ଜଣେ ବ୍ୟକ୍ତି ଓ ଧାମନଗର ବ୍ଲକର ପଧାନି ପଞ୍ଚାୟତ ରାମରାକୁଳରେ ଜଣେ ଯୁବକ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି।
ଟଙ୍କା ଖାଇ ନିଲମ୍ବନ ହୋଇଥିଲେ ଏବେ ଗିରଫ ହେଲେ। କିରାଣୀ ଖାଇଯାଇଥିଲେ ୩୪ ଇନ୍ଦିରା ଆାବାସ ଟଙ୍କା। ୩୪ ଜଣ ଇନ୍ଦିରା ଆବାସ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବାକୁ ଥିବା ୨୦ ଲକ୍ଷ ୨୫ ହଜାର ଟଙ୍କାକୁ ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ପଠାଇ ଭିଜିଲାନ୍ସ ରେଡରେ ସାମ୍ନା କରିଛନ୍ତି ଭଦ୍ରକ ବାସୁଦେବପୁର ବ୍ଲକର ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନ
ଭିଷଣ ବର୍ଷା। ବାବା ଆଖଣ୍ଡମଣିଙ୍କ ଗର୍ଭଗୃହରେ ପଶିଲା ପାଣି। ଅଧାବୁଡ଼ା ଅବସ୍ଥାରେ ଚାଲିଛି ବାବାଙ୍କ ପୂଜା
୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍କୁ ପଛରେ ବାଇକ୍ ପିଟି ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।