/odishatv-khabar/media/media_files/2025/12/03/bangladeshi-detained-2025-12-03-09-00-59.jpg)
BANGLADESHI DETAINED Photograph: (OTV)
ବାଂଲାଦେଶୀଙ୍କୁ ଧରିବାକୁ ଜୋରଦାର ଚଢ଼ଉ। ଜଗତସିଂହପୁର ଜିଲ୍ଲାରେ ପୁଣି ବାଂଲାଦେଶୀଙ୍କୁ ନେଇ ତନାଘନା ଆରମ୍ଭ ହୋଇ ଯାଇଛି। ବିଳମ୍ବିତ ରାତିରେ ତରିକୁନ୍ଦ ଓ ଦରିଆପୁର ଗାଁରେ ସଦର ଥାନା ପୋଲିସ ଚଢ଼ାଉ କରିଛି। ତରିକୁନ୍ଦ ଦରିଆପୁର ବସ୍ତିରେ ଚଢ଼ାଉ କରି ୨୦ରୁ ଅଧିକ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଠାବ କରି ଅଟକ ରଖିଛି ଜଗତସିଂହପୁର ସଦର ଥାନା ପୋଲିସ।
ଗୋଟିଏ ପ୍ଲାଟୁନ ପୋଲିସ ସହ ସର୍ଚ୍ଚ ଅପରେସନ କରାଯାଇଛି। ରାତିରେ ଅତିରିକ୍ତ ଏସପି ଓ ଏସ୍ଡିପିଓଙ୍କ ନେତୃତ୍ବରେ ଅଚାନକ ଚଢ଼ାଉ କରାଯାଇଥିଲା। ବସ୍ତିରେ ଥିବା ଏକ ମଦ୍ରାସାରେ କିଛି ବାଂଲାଦେଶୀ ଥିବା ଖବର ପାଇ ଚଢ଼ାଉ କରିଥିଲା ପୋଲିସ। ୧୦ରୁ ଅଧିକ ସନ୍ଦିଗ୍ଧ ଖସି ପଳାଇଥିବା ସୂଚନା ମିଳିଛି। ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିନାହିଁ।
ସେପଟେ ଭଦ୍ରକରେ ବି ଜୋରଦାର ଚଢଉ କରାଯାଇଛି। ବାଂଲାଦେଶୀ ସନ୍ଦେହରେ ୮ ସନ୍ଦିଗ୍ଧଙ୍କୁ ଉଠାଇ ନେଇଛି ବାସୁଦେବପୁର ଥାନା ପୋଲିସ। ଥାନାରେ ଭଦ୍ରକ ଏସପି ମନୋଜ ରାଉତ ପହଞ୍ଚି ବିଭିନ୍ନ ପ୍ରକାର ଯାଞ୍ଚ କରିଛନ୍ତି। ଆଧାର କାର୍ଡ, ଭୋଟର ପରିଚୟ ପତ୍ର, କେଉଁ ଅଞ୍ଚଳରେ ରହୁଛନ୍ତି, କେଉଁଠୁ ଆସିଛନ୍ତି, ଏଠାରେ କି ପ୍ରକାର ବ୍ୟବସାୟ କରୁଛନ୍ତି ଏମିତି କିଛି ପ୍ରଶ୍ନ ଜଣଙ୍କ ପରେ ଜଣଙ୍କୁ ପଚାରିଛନ୍ତି ଭଦ୍ରକ ଏସପି।
ବାସୁଦେବପୁରରେ ପୂର୍ବରୁ ବାଂଲାଦେଶୀମାନେ ସମୂଦ୍ର ଉପକୂଳରେ ବସବାସ କରୁଥିବା ବେଳେ ଭଦ୍ରକ ଜିଲ୍ଲାରେ ସର୍ବାଧିକ ବାଂଲାଦେଶୀ ବାସୁଦେବପୁରରେ ରହିଥିବା ସରକାରୀ ତଥ୍ୟରୁ ଜଣାପଡିଛି। ଯାହାକୁ ନେଇ ପୂର୍ବରୁ ଭଦ୍ରକ ପୋଲିସ କିଛି ସନ୍ଦିଗ୍ଧଙ୍କୁ ଧରି ଯାଞ୍ଚ କରିଥିବା ବେଳେ ପୁଣି ବାସୁଦେବପୁର ପୋଲିସ ୮ ଜଣଙ୍କୁ ଉଠାଇଆଣି ଯାଞ୍ଚ କରୁଛି।
• ଜଗତସିଂହପୁର ଜିଲ୍ଲାରେ ପୁଣି ବାଂଲାଦେଶୀ ତନାଘନା
• ତରିକୁନ୍ଦ ଓ ଦରିଆପୁର ଗାଁରେ ସଦର ଥାନା ପୋଲିସର ଚଢ଼ାଉ
• ୧ ପ୍ଲାଟୁନ ପୋଲିସ ସହ ସର୍ଚ୍ଚ ଅପରେସନ ଜାରି
• ୨୦ରୁ ଅଧିକ ସନ୍ଦିଗ୍ଧ ବାଂଲାଦେଶୀ ଅଟକ, କିଛି ଫେରାର୍
• ବାଂଲାଦେଶୀଙ୍କୁ ଧରିବାକୁ ଭଦ୍ରକରେ ଜୋରଦାର ଚଢାଉ
• ୮ ସନ୍ଦିଗ୍ଧଙ୍କୁ ଉଠାଇ ଆଣି ବାସୁଦେବପୁର ପୋଲିସର ଯାଞ୍ଚ
• ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଯାଞ୍ଚ କରୁଛି ପୋଲିସ
Daily Horoscope 3rd December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Shubhakara Mishra Apologises : କ୍ଷମା ମାଗିଲେ ଶୁଭଙ୍କର ମିଶ୍ରା, ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କ୍ଷମାପ୍ରାର୍ଥନା କଲେ

Today Panchang 3rd December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Boudh Teacher Faces Action: ମଦ୍ୟପ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ , ୩୦ ଦିନ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)