ମାତିଛନ୍ତି ମାଙ୍କଡ଼.. ଲକ୍ଷ୍ୟ କରି ମାଡ଼ିବସୁଛନ୍ତି.. ଯୋଉଠି ପାରୁଛନ୍ତି କାମୁଡ଼ି ପୁଳାଏ ମାଉଁସ ନେଇଯାଉଛନ୍ତି..
ସାବାସ୍ ସରପଞ୍ଚ । ପ୍ରଶାସନକୁ ଅପେକ୍ଷା କଲେନି...ଗାଁରେ ରାସ୍ତା ନଥିବାରୁ ନିଜ ଦରମା ଟଙ୍କାରେ କରିଦେଲେ ନୂଆ ରାସ୍ତା । ୩୦ ବର୍ଷର ଚୁଟକିରେ ହେଲା ସମାଧାନ
୨୫ ବର୍ଷ ହେଲା ମାଆ ଫେରିଲାନି । ପୁଅକୁ ସ୍ୱପ୍ନ ଆସିଲା ମାଆ ଆଉ ନାହିଁ...ବାସ୍ ଏହାପରେ ଆରମ୍ଭ ହୋଇଗଲା ପିତୁଳାର ଶବଶୋଭାଯାତ୍ରା
ବିଶ୍ୱାସର ଯାତ୍ରା ନିଆଁ ପାଟଯାତ୍ରା, ମାନସିକ ପୂରଣ ପାଇଁ ନିଆଁରେ ଚାଲନ୍ତି ଶ୍ରଦ୍ଧାଳୁ..
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଦଳାଙ୍ଗ ରାମେଶ୍ୱରପୁରର ସୁନାଝିଅ ମଧୁସ୍ମିତା ସାହୁ। ହ୍ୱିଲ ଚେୟାର୍ ଫେନ୍ସିଂ ଖେଳାଳି। ଗତମାସ ହରିୟାଣାରେ ଜାତୀୟ ସ୍ତରର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ପରେ, ଏବେ ତାଙ୍କ ଆଖିରେ ଆଖିଏ ସ୍ୱପ୍ନ। ସ୍ୱପ୍ନ ବିଦେଶ ଯିବାର, ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର। ହେଲେ ବିଡ଼ମ୍ବନା, ବାଧକ ସାଜିଛି ଅର୍ଥ।
ଝିଅକୁ ପୋଡ଼ି ମାରିଲେ, କେସ୍ କରିବାରୁ ମାଆକୁ ଦୁଷ୍କର୍ମ କଲେ...ଦେହରେ ନିଆଁ ଲଗାଇ ଦେଲେ । ମାଆ-ଭଉଣୀଙ୍କୁ ନ୍ୟାୟ ଦେବା ଲାଗି କାନ୍ଦି କାନ୍ଦି ଏସପି ଅଫିସରେ ପହଞ୍ଚିଲା ବଡ଼ ଝିଅ
ଢେଙ୍କାନାଳ ଯୋରନ୍ଦା ଗାଦିରେ ଭଙ୍ଗାରୁଜା ପରେ ସେଠାରେ ଜାରି ହୋଇଛି ୧୪୪ ଧାରା। ଫଳରେ ସାରା ଅଞ୍ଚଳ ଏବେ ଖାଁ ଖାଁ।
ପ୍ରେମ କରି ବିବାହ କଲେ, ଘରେ ଏବେ କିନ୍ତୁ ପଶିପାରୁନି ବୋହୂ। ଶାଶୂଘର ଲୋକ କହୁଛନ୍ତି ବାପଘରୁ ୩ ଲକ୍ଷ ଟଙ୍କା ଆଣିବା ପରେ ଜାତି ହେବୁ, ପରେ ଆମ ଘରେ ପଶିବୁ...ସେପଟେ ସ୍ୱାମୀର ଦ୍ୱିତୀୟ ବିବାହ ଖବର ପାଇବା ପରେ ଧାରଣାରେ ବସିଲାଣି ସ୍ତ୍ରୀ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ ମାଡ଼ ଅଭିଯୋଗ । ଭଦ୍ରକ ବନ୍ତ ଥାନା ସିଲନ୍ଦୀ ଗାଁରୁ ଏଭଳି ଅଭିଯୋଗ ଆସିଛି ।
ଯେଉଁ ବୟସରେ ଖେଳିବା କଥା ସେହି ବୟସରେ ବାପାର ସାହାରା ପାଲିଟିଛନ୍ତି ଛୋଟ ପୁଅ-ଝିଅ। ଦିନରାତି ବାପାଙ୍କ ସେବାରେ ବ୍ୟସ୍ତ ପୁଅ...ସେପଟେ ବାପା-ମାଆ-ଭାଇଙ୍କ ପାଇଁ ରୋଷେଇ କରୁଛି ଏଇ କୁନି ଝିଅ। କ୍ୟାନସର ପୀଡ଼ିତ ବାପାଙ୍କୁ ଭଲ କରିବା ପାଇଁ ସରକାରଙ୍କୁ କରୁଛନ୍ତି ଗୁହାରି
ଭଦ୍ରକରେ ଦୁଇ ପୋଲିସ କର୍ମଚାରୀଙ୍କ ପରିବାର ଭିତରେ କଳିକୁ ନେଇ ଜଣେ ହାବିଲଦାରଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି ।
ଜାମୁଝାଡି-ବାସୁଦେବପୁର ରାସ୍ତାରେ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା ଘଟିଛି । ପଟାପୋଲ ନିକଟରେ ନିର୍ମାଣଧୀନ ପୋଲ ନିକଟରେ ବାଇକ୍ ଖସିପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ।
ମଣ୍ଡିରେ ପଡ଼ିଛି ଶହ ଶହ କ୍ୱିଣ୍ଟାଲ ଧାନ । ଅବ୍ୟବସ୍ଥା ଯୋଗୁଁ ଉଠିପାରୁନି ଧାନ । ଭଦ୍ରକ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏହି ସମସ୍ୟା ଦେଖାଯାଇଛି । ଏହାସହ ଟୋକନ ଅବଧି ମଧ୍ୟ ସରିଆସିଲାଣି ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ ।
ଓଡିଶା ଜଳବାୟୁରେ ଥାଇଲାଣ୍ଡର ଫଳ । ଭଦ୍ରକର ଜଣେ ଚାଷୀ ଏକର ଏକର ଜମିରେ ଫଳାଇ ପାରିଛନ୍ତି ଥାଇଲାଣ୍ଡ କାଶ୍ମୀର ଆପଲ ବେର । ଏହି ଫଳ ଥାଇଲାଣ୍ଡରେ ଚାଷ ହେଉଥିବା ବେଳେ ଏହାର ଆକାର କାଶ୍ମୀର ସେଓ ଭଳି ଦିଶୁଛି । ତେଣୁ ଏପରି ନାମକରଣ କରାଯାଇଛି । ଚାଷୀ ଜଣଙ୍କ ତାଙ୍କ ଜମିରେ ମଧ୍ୟ ଲଗାଇଛନ୍ତି ଅନେକ ବିଦେଶୀ ଫଳ ଗଛ । ଏମିତିକି ବିଭିନ୍ନ କିସମର ପିଜୁଳି ଚାଷ କରି ଲାଭବାନ ହୋଇପାରିଛନ୍ତି ।
ପରିବା ଦୋକାନ କରି ପରିବାର ଚଳାଉଥିଲେ। ଏବେ ସ୍ତ୍ରୀ ହୋଇଗଲେ ସରପଂଚ। ଲୋକଙ୍କ ଭଲପାଇବା ଓ ସ୍ନେହ ପାଇଁ ମୁଁ ସରପଂଚ ବୋଲି କହିଲେ ମହେଶ୍ୱତା। ଏହାସହ ଚାଷୀଙ୍କୁ ପାଣି କେମିତି ମିଳିବ ତାହା ମୋ ପାଇଁ ଅଗ୍ରାଧିକାର...
ଉନ୍ନତି ପାଇଁ ଆସିଥିଲା, ପେଟରେ ପଡ଼ିଲା। ସାମ୍ନାକୁ ଆସିଲା ମହାସଂଘର ମହାଘୋଟଲା...୧୮ ଲକ୍ଷ କୁଆଡ଼େ ଗଲା ମିଳୁନି ତାହାର ହିସାବ, ହାତବାନ୍ଧି ବସିଛନ୍ତି ବିଡ଼ିଓ
ନିର୍ବାଚନ ପୂର୍ବରୁ ଭଣ୍ଡାରୀପୋଖରୀରେ ଗଣ୍ଡଗୋଳ । ଭଦ୍ରକ ଭଣ୍ଡାରୀପୋଖରି ବ୍ଲକ ଷୋଳମପୁର ଗାଁରେ ନିର୍ବାଚନୀ ହିଂସା। ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ବ୍ୟକ୍ତିଙ୍କ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଭଦ୍ରକ ଜିଲ୍ଲାର କାଉପୁରଠାରେ ପୂଣ୍ୟତୋୟା ସାଳନ୍ଦୀ ନଦୀର ମଧ୍ୟସ୍ଥଳୀରେ ରହିଛି ଦେବର କୁଣ୍ଡ। ପ୍ରତିବର୍ଷ ଭୈମ ଏକାଦଶୀ ଦିନରୁ ଏଠାରେ ଆରମ୍ଭ ହୁଏ ଦେବରକୁଣ୍ଡ । ଦିନେ ନୁହେଁ ୧୨ ଦିନ ପର୍ଯ୍ୟନ୍ତ ଚାଲେ ଏହି ମେଳା।
ଭଦ୍ରକ ଜିଲ୍ଲାର କାଉପୁରଠାରେ ପୂଣ୍ୟତୋୟା ସାଳନ୍ଦୀ ନଦୀର ମଧ୍ୟସ୍ଥଳୀରେ ରହିଛି ଦେବର କୁଣ୍ଡ। ପ୍ରତିବର୍ଷ ଭୈମ ଏକାଦଶୀ ଦିନରୁ ଏଠାରେ ଆରମ୍ଭ ହୁଏ ଦେବରକୁଣ୍ଡ ମେଳା। ଦିନେ ନୁହେଁ ୧୨ ଦିନ ପର୍ଯ୍ୟନ୍ତ ଚାଲେ ଏହି ମେଳା।
ମହାନତା ଦେଖାଇଲା କୁନି ଝିଅ। ନିଜେ ଲଣ୍ଡା ହୋଇ କ୍ୟାନସର ରୋଗୀଙ୍କୁ ଦେଲା ନିଜର ଚୁଟି...କହିଲା, ଜୀବନ ତ ଦେଇପାରିବିନି, ଦେଇ ଦେଲି ନିଜର ଚୁଟି। ସାରା ଜିଲ୍ଲାରୁ ଛୁଟୁଛି ପ୍ରଶଂସାର ସୁଅ
ରାଜନୀତିରେ ମହିଳାଙ୍କ ଯୋଗଦାନ କିଛି ନୂଆ ନୁହେଁ । କିନ୍ତିୁ ରାଜନୀତି ଓ ହାଣ୍ଡିଶାଳର ସମନ୍ୱୟ ରକ୍ଷା କରିବା ନିଶ୍ଚିତ ଭାବେ ବଡ କଥା । ମହିଳା ମାନଙ୍କର ଦବଦବା ଏବେ ପଞ୍ଚାୟତ ରାଜନୀତିରେ ଦେଖିବାକୁ ମିଳୁଛି । ଉଚ୍ଚ ଶିକ୍ଷିତ ମହିଳାମାନେ ମଧ୍ୟ ଓହ୍ଲାଇ ଆସିଛନ୍ତି ରାଜନୀତି ମଇଦାନକୁ ।
ସାରା ଗାଁରେ ବର୍ଷ ସାରା ମାଙ୍କଡ଼ଙ୍କ ଉପଦ୍ରବ। କାହାକୁ କାମୁଡୁଛନ୍ତି ତ କାହାର ଫସଲ ନଷ୍ଟ କରୁଛନ୍ତି। ସେଥିପାଇଁ ଏହି ଗାଁର ଲୋକଙ୍କର ଗୋଟିଏ ଡିମାଣ୍ଡ, ଯେଉଁ ପ୍ରାର୍ଥୀ ମାଙ୍କଡ଼ ତଡ଼ିବେ, ତାଙ୍କୁ ଆମେ ଭୋଟ୍ ଦେବୁ। ନହେଲେ ଆମ ଗାଁକୁ କେହି ଆସନି, ଆମେ ଭୋଟ୍ ଦେବାକୁ ଯିବୁନି।
ଭଦ୍ରକ କଲେଜରେ ଆଡମିଶନ ଘୋଟଲା ମାମଲାରେ ଭୁବନେଶ୍ୱରରେ ବିକ୍ଷୋଭ। ABVP ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ଭଦ୍ରକ କଲେଜ୍ ଆଡମିଶନ କେଳେଙ୍କାରୀ ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଭଦ୍ରକ କଲେଜରେ ଆଡମିଶନ ଅଭିଯୋଗ ହୋଇଛି।
୮୦ ପ୍ରତିଶତ ମାର୍କ ରଖି ପିଲା ସିଟ୍ ପାଉନାହାନ୍ତି, ଅଥଚ ୪୦ ପ୍ରତିଶତ ମାର୍କ ଥିବା ପିଲା କଲେଜରେ ନାଁ ଲେଖାଉଥିବା ଅଭିଯୋଗ ହୋଇଛି।
ଭୟଙ୍କର ଅବସ୍ଥା। ରାଜ୍ଯରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଗଲାଣି। ଆଜି ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଭିତରେ ଧସେଇ ପଶିଛନ୍ତି ବିଜେପି କର୍ମୀ। ଉପସ୍ଥିତ ପୋଲିସ୍ ପରିସ୍ଥିତିକୁ ସମ୍ଭାଳି ପାରି ନଥିଲେ। ଦେଖନ୍ତୁ ସେଇ ଚିତ୍ର