ଚାଷୀଙ୍କ ନାଁରେ କୋଟି କୋଟି ଟଙ୍କା ଋଣ କରାଯାଇଥିବା ଅଭିଯୋଗ।ଭଦ୍ରକ ବରଗଡ଼ା ସେବା ସମବାୟ ସମିତିରେ ମହା ଦୁର୍ନୀତି ।
ଅଚଳ ହୋଇ ପଡିଛି ପାଣି ପାଇପାଇପ୍ । ଫଳରେ ବୁନ୍ଦେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ । ଗତ ୩ ମାସ ହେବ ପାଣି ପାଇଁ ହିନସ୍ତା ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆଗାଁ ବାସିନ୍ଦା ।
ଚାଷ କଲେ କେତେବେଳେ ଲାଭ ତ ଆଉ କେତେବେଳେ କ୍ଷତି ହୋଇଥାଏ । କିନ୍ତୁ ଜିଆ ଚାଷ ଏମିତି ଏକ ଚାଷ ଯେଉଁଥିଲେ କେବଳ ଲାଭ ହିଁ ଲାଭ ରହିଛି। ଏଥିପାଇଁ ବିଶେଷ ଆବଶ୍ୟକତା ମଧ୍ୟ ନଥାଏ
ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ୫ ଜଣ ଜେଲ୍ ଯିବା ପରେ ଏବେ ପ୍ରଶ୍ନ କେତେ ସୁରକ୍ଷିତ ଏ କ୍ଷେପଣାସ୍ତ୍ର ଘାଟି। ଖାଲି ଏଇଠୁ ତଥ୍ୟ ଲିକ୍ ହୋଇଛି ନା ପଡ଼ୋଶୀ ଜିଲ୍ଲାର ହ୍ୱିଲର ଦ୍ୱୀପରେ ବି ଏଭଳି ଚାଲୁଛି।
ଭଦ୍ରକ ଜିଲ୍ଲାରେ ପାଣିରେ ବୁଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଛି। ଭଣ୍ଡାରିପୋଖରୀ ବ୍ଲକ୍ ନପଙ୍ଗ ପଞ୍ଚାୟତରେ ଜଣେ ବ୍ୟକ୍ତି ଓ ଧାମନଗର ବ୍ଲକର ପଧାନି ପଞ୍ଚାୟତ ରାମରାକୁଳରେ ଜଣେ ଯୁବକ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି।
ଟଙ୍କା ଖାଇ ନିଲମ୍ବନ ହୋଇଥିଲେ ଏବେ ଗିରଫ ହେଲେ। କିରାଣୀ ଖାଇଯାଇଥିଲେ ୩୪ ଇନ୍ଦିରା ଆାବାସ ଟଙ୍କା। ୩୪ ଜଣ ଇନ୍ଦିରା ଆବାସ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବାକୁ ଥିବା ୨୦ ଲକ୍ଷ ୨୫ ହଜାର ଟଙ୍କାକୁ ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ପଠାଇ ଭିଜିଲାନ୍ସ ରେଡରେ ସାମ୍ନା କରିଛନ୍ତି ଭଦ୍ରକ ବାସୁଦେବପୁର ବ୍ଲକର ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନ
ଭିଷଣ ବର୍ଷା। ବାବା ଆଖଣ୍ଡମଣିଙ୍କ ଗର୍ଭଗୃହରେ ପଶିଲା ପାଣି। ଅଧାବୁଡ଼ା ଅବସ୍ଥାରେ ଚାଲିଛି ବାବାଙ୍କ ପୂଜା
୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍କୁ ପଛରେ ବାଇକ୍ ପିଟି ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।
ଦୃଷ୍ଟି ଶକ୍ତି ନାହିଁ । ହେଲେ ସେ ଶିକ୍ଷାର ବିନ୍ଧାଣି । ଦୁନିଆ କଣ ଦେଖି ପାରୁନଥିଲେ ବି ଅନ୍ୟକୁ ଦେଖାଉଛନ୍ତି ଶିକ୍ଷାର ଆଲୋକ । ଗଣିତ ହେଉ କି ସାହିତ୍ୟ ଅବା ଇଂରାଜୀ ସବୁ ବିଷୟକୁ ସେ ର୍ନିଭୁଲ ଭାବେ ପଢାଇନ୍ତି । ଶିକ୍ଷକତା ତାଲିମ ନଥିଲେ ବି ପିଲାଙ୍କ ଠାରୁ ପାଠ ଶୁଣିବା ପରେ ସହଜ ଓ ସରଳ ପ୍ରଣାଳୀରେ ବୁଝାଇ ଦେଇଥାନ୍ତି
ଭଦ୍ରକ ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆ ଗାଁର ବିଦ୍ୟାଧର ସାହୁ ପାରା ମାନଙ୍କୁ ତାଙ୍କର ପରିବାରର ସଦସ୍ୟ ଭାବନ୍ତି । ସେହିପରି ଗଂଜାମ ଧରାକୋଟ ହରିଜନ ସାହିର ମୋଚିରାମ ନାୟକ କୁକୁରଙ୍କ ସେବାରେ ଲାଗିଛନ୍ତି ।
ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ରେଡ଼୍ ହୋଇଛି । ଭଦ୍ରକ ସିଡିପିଓଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ଼୍ ।
ଅଭିଯୋଗରୁ ଜଣାଯାଇଛି, ଗୁରୁତର ଯୁବତୀଙ୍କୁ ଏହି ଗ୍ରାମର ଜଣେ ଯୁବକ କିଛିଦିନ ଧରି ଏକତରଫା ଭାବେ ଭଲପାଇ ଆସୁଥିଲା । ଯାହାକୁ ନେଇ ଯୁବକ ଜଣକ ଯୁବତୀଙ୍କୁ ବହୁ ସମୟରେ ହଇରାଣ କରୁଥିବା ଯୁବତୀଙ୍କ ପରିବାର ଅଭିଯୋଗ ମଧ୍ୟ କରିଛନ୍ତି । ଆଜି ଯୁବତୀ କମ୍ପ୍ୟୁଟର କ୍ଲାସ ଶେଷ କରି ଘରକୁ ଫେରୁଥିବା ବେଳେ ଘର ନିକଟରେ ଯୁବକ ଜଣଙ୍କ ଅଟକାଇଥିଲେ ।
ଭଦ୍ରକ ବନ୍ତ ବ୍ଳକ ଅଧିନସ୍ତ ବସନ୍ତିଆ ପଞ୍ଚାୟତ ସିଲନ୍ଦୀ ଗାଁର ଉଦୟନାଥ କର । ପେଶାରେ ମେକାନିକାଲ ଇଞ୍ଜିନିଅର, ନିଶା ଚାଷ । ତାହା ପୁଣି ଭଳିକି ଭଳି ଚାଷ । ଜମିରେ ଗଛ ତ ଲଗାଇଛନ୍ତି । ତାସହ ମାଛଚାଷ, କୁକୁଡ଼ା ଚାଷ, ଜିଆ ଚାଷ, ଧଳା ଘୁଷୁରୀ, ଠେକୁଆ ଚାଷ କରିଛନ୍ତି । ଏପରିକି ଗୋପାଳନ ସହ ଦୁଗ୍ଧ ଚାଷ କରି ବେଶ୍ ଦୁଇ ପଇସା ଉପାର୍ଜନ କରୁଛନ୍ତି ଉଦୟନାଥ
ରାଜ୍ୟ ସରକାରଙ୍କଠାରୁ ପୌରନିର୍ବାଚନର ଆଭାସ ପାଇବା ପରେ ଏବେ ସକ୍ରିୟ ହୋଇଛନ୍ତି ପୌରପାଳିକର ଆଶାୟୀ ପ୍ରାର୍ଥୀ । ବିଧାୟକ ଓ ପୌରପାଳିକାର ପ୍ରଶାସନକୁ ହାତ ବାରିସି କରି ନିଜ ୱାର୍ଡ଼ରେ ଦିନ ରାତି କରୁଛନ୍ତି ବିଭିନ୍ନ କାମ । ନା ଏମାନଙ୍କ କାମକୁ ତଦାରଖ କରୁଛନ୍ତି ବିଭାଗୀୟ ଅଧିକାରୀ ନା ଯନ୍ତ୍ରୀ । ଯେନତେନ ପ୍ରକାରରେ କାମ ସାରିଦେଇ ବିଲ କରି ନେଇଯାଉଛନ୍ତି ଆଉ କୁଜିନେତା ଓ ବିଭାଗୀୟ ଠିକାଦର ହେଉଛନ୍ତି ମାଲେମାଲ୍
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକକୁ ବାତ୍ୟା ୟାସ ପାଇଁ ଆସିଥିବା ରିଲିଫ୍ ସାମଗ୍ରୀ ଆଜିଯାଏ ବଣ୍ଟା ଯାଇ ପାରିନାହିଁ । ପଂଚାୟତ କାର୍ଯ୍ୟାଳୟରେ ପଡି ପଡି ନଷ୍ଟ ହେବାକୁ ବସିଲାଣି । ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାଇ ବାତ୍ୟା ପ୍ରଭାବିତ ଅଂଚଳ ପାଇଁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଥିଲା ।
ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଯାଇଥିବା ପୋଲିସ୍ ଟିମ୍ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଗ୍ରାମବାସୀ ପୋଲିସ୍ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଛି।
ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରୋ ପଞ୍ଚାୟତ ଦହପାଣିଆ ଗାଁର ଅଲେଖ ଚନ୍ଦ୍ର ମଳିକଙ୍କ ପୁଅ କରୁଣାକର ମଳିକ । ବୟସ ମାତ୍ର ୩୩ । ପ୍ରାୟ ୭ ବର୍ଷ ହେଲା ନାଗପୁର ନଗରଧନସ୍ଥିତ ସୂର୍ଯ୍ୟଲକ୍ଷ୍ମୀ ସୂତା କଳରେ କାମ କରନ୍ତି । ରକ୍ତଚାପ ଜନିତ ରୋଗ ପାଇଁ ଅସୁସ୍ଥ ହେବାପରେ ଗତ ୩୦ତାରିଖରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା ।
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଗୋପାଳପୁର ଗାଁର କ୍ଷତିପ୍ରଭା ବାରିକ । ଦୁଇ ସନ୍ତାନ ଥିବାରୁ ଜୁଲାଇ ମାସ ୧୭ ତାରିଖରେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ଗର୍ଭନିୟନ୍ତ୍ରଣ ଅସ୍ତ୍ରୋପଚାର ଶିବିରରେ ଅସ୍ତ୍ରୋପଚାର କରାଇଥିଲେ। ସେଠାରେ ସ୍ଵତନ୍ତ୍ର ଡାକ୍ତରୀ ଦଳ ଅସ୍ତ୍ରୋପଚାର କରିବା ସହ ଆବଶ୍ୟକୀୟ ଚିକିତ୍ସା ପରେ ଘରକୁ ପଠାଇଥିଲେ
ଭଦ୍ରକ ତିହିଡି ବ୍ଲକ୍ ପରିସରରେ ଉତ୍ତେଜନା । ଆବାସ ଯୋଜନାରେ ବ୍ୟାପକ ଦୂର୍ନିତି । ଭଦ୍ରକ ତିହିଡି ବ୍ଲକ ଅଫିସରେ ତୁମୁଳକାଣ୍ଡ କଲେ ଲୋକେ। ଆବାସ ଯୋଜନାର ଦୁର୍ନୀତିକୁ ବିରୋଧ କରି ଛାରଖାର କରିଦେଲେ ବ୍ଲକ ଅଫିସ୍ । ଏ ନେଇ ହିତାଧିକାରୀ ଓ ବିଜେପି ପକ୍ଷରୁ ରାଲି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।
ଚଳିତ ବର୍ଷ ଆଶାନୁରୂପକ ବର୍ଷା ହେଉନଥିବାରୁ ସମୁଦ୍ରରେ ମାଛ ପଡୁ ନାହାନ୍ତି । ବର୍ଷା ସହ ପୂର୍ବାଳୀ ପବନ ବହିଲେ ମଧୁର ଜଳ ପାଇ ମାଛମାନେ ସମୁଦ୍ରରୁ ଉପର ମୁହାଁ ହୋଇଥାନ୍ତି । ପ୍ରତି ବର୍ଷ ଏହି ସମୟରେ ସମୁଦ୍ରରେ ପ୍ରଚୁର ପରିମାଣରେ ମାଛ ମିଳିଥାନ୍ତି । ଏଥର ଇଲିସ ମାଛ ତ ମିଳିବା ଦୂରର ଅନ୍ୟାନ ଛୋଟ ମାଛ ବି ଆଶାନୁରୂପକ ମିଳୁନାହିଁ
ଘର ସମ୍ମୁଖରେ ମେଞ୍ଚା ମେଞ୍ଚା କାଦୁଅ । ସରାଏ ବର୍ଷାରେ ଗାଁ ରାସ୍ତା ବେହାଲ୍ ହୋଇଯାଉଛି । ଶୋଇ ରହୁଛି ପ୍ରଶାସନ । ଆଉ କାଦୁଅ ପଚପଚ ରାସ୍ତାରେ ଯିବା ଆସିବା କରୁଛନ୍ତି ଗାଁ ଲୋକେ
ଦୀର୍ଘଦିନ ପିଲାଙ୍କ ପାଠ ପଢା ପର ପିଣ୍ଢାରେ ତ କାହାର ଘରେ ଚାଲେ ଏହି ଅଙ୍ଗନବାଡି କେନ୍ଦ୍ରର ପିଲାମାନେ ପାଠ ପଢୁଛନ୍ତି । ବର୍ଷା ହେଲେ ପାଠ ପଢାରେ ଡୋର ବନ୍ଧା ନହେଲା । ଧିରେ ଧିରେ କରୋନା ସ୍ଥିତିରେ ସୁଧାର ହେଉଛି । ତେଣୁ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବାକୁ ଆଶା ଥିବା ବେଳେ ମାଆ ମାନେ ଏକତ୍ରିତ ହୋଇ ବୈଠକ କରି ନିଜେ ଆଦାୟ କରି ଟଙ୍କା ଦେଲେ ଓ ମାଟି ଖୋଳି ବାଉଁଶ ବାନ୍ଧି ଅଙ୍ଗନୱାଡ଼ି କେନ୍ଦ୍ର ତିଆରି କରି ଏକ ଉଦାହରଣ ସୃଷ୍ଟି କଲେ
ଭଦ୍ରକ: ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ଭଦ୍ରକରେ ଆୟୋଜିତ ଆଇନଜୀବୀ ଦିବସ ପାଳନ ସମୟରେ ଦଳର ଦୁଇ ଗୋଷ୍ଠୀ ମୁହାଁମୁହିଁ। ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ସଭାସ୍ଥଳକୁ ନିଆଯିବା ସମୟରେ ଘଟିଛି ଏହି ଘଟଣା। ଭଦ୍ରକ ଜିଲ୍ଲା ବିଜେଡି ଉପସଭାପତି ଅସିତ୍ ପଟ୍ଟନାୟକଙ୍କ ସମର୍ଥକ ମାନେ ସ୍ଥାନୀୟ ଯୁବ ବିଜେଡି ସଭାପତି ଦୁର୍ଗା ଦାସ ଏବଂ ଛାତ୍ର ବିଜେଡି ସଭାପତି ତଥାଗତ ସାମଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ କାହିଁକି ଏଭଳି ଆକ୍ରମଣ କରାଗଲା ସେନେଇ କାରଣ […]
ଭଦ୍ରକ: ଭଦ୍ରକରେ ସିରିଜ୍ ଦୁର୍ଘଟଣା। ପଛକୁ ପଛ ୪ଟି ଟ୍ରକ ମଧ୍ୟରେ ଧକ୍କା ହେବାଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। NH-୧୬ ଚରମ୍ପା ରେଲୱେ ଓଭରବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ସକାଳ ସାଢ଼େ ୬ଟା ବେଳେ ସେଠାରେ ଆରଟିଓ ଚେକିଂ ହେଉଥିଲା। ତେବେ ହୋମ୍ଗାର୍ଡ଼ ଜଣକ ଗୋଟିଏ ଟ୍ରକ୍କୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ଟି […]
ଭଦ୍ରକ: ରାମ ନବମୀ ପାଇଁ ଭଦ୍ରକ ସହର ସହ ଆଖପାଖରେ ଲାଗୁ ହୋଇଥିବା ୧୪୪ ଧାରା ସମ୍ପୂର୍ଣ୍ଣ ହଟିଲା। ଏନେଇ ସୂଚନା ଦେଇଛନ୍ତି ଉପ ଜିଲ୍ଲାପାଳ। ରାମନବମୀରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ଗତ ୧୭ ତାରିଖ ସଂଧ୍ୟାରୁ ୧୪୪ ଲାଗୁ କରିଥିଲା ଜିଲ୍ଲା ପ୍ରଶାସନ। ଏଥିସହ ପୋଲିସ ଛାଉଣୀରେ ପରିଣତ ହୋଇଥିଲା ଭଦ୍ରକ ସହର। ଏମିତିକି ୨୪ତାରିଖ ସନ୍ଧ୍ୟାରୁ ୪୮ ଘଣ୍ଟା ପାଇଁ ମଧ୍ୟ ସାରା ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦେଇଥିଲା ପ୍ରଶାସନ। […]