ଚଳନ୍ତା କାର୍ରେ ଲାଗିଲା ନିଆଁ । ବାରିପଦା ବେତନଟୀ ଫ୍ଲାଏ ଓଭର ଉପରେ ଯାଉଥିବା ଚଳନ୍ତା କାର୍ରେ ନିଆଁ ଲାଗିଛି । କାର୍ରେ ଥିବା ୨ ମହିଳା ସମେତ ୪ ଯାତ୍ରୀ ଅଳ୍ପକେ ବର୍ତ୍ତିଛନ୍ତି । ସର୍ଟ ସର୍କିଟରୁ ହଠାତ୍ କାର୍ରେ ନିଆଁ ଲାଗିଥିବା ସୂଚନା ମିଳିଛି ।
ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମାଡ଼ ମାରିବା ଘଟଣା। ବାରିପଦା ଟାଉନ ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ପୂର୍ବରୁ ସରକାରୀ ଅଧିକାରୀ ମାନେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସେମାନଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ବାରିପଦା ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା ।
ପେଟରେ ୯ ମାସର ଛୁଆକୁ ଧରି ଟ୍ରଲି ଟାଣୁଛନ୍ତି ଲକ୍ଷ୍ମୀ। ଗଳିକୁ ଗଳି, ସାହିକୁ ସାହି ବୁଲି ଗୋଟାଉଛନ୍ତି ଲୁହା, ପ୍ଲାଷ୍ଟିକ ଆଉ କାଗଜ। ଦିନକୁ ଯୋଉ ୧୫୦ ଟଙ୍କା ରୋଜଗାର ହେଉଛି ସେଥିରେ ଚଳୁଛି ପୂରା ପରିବାର। ଆଉ ମାଆର ଏ କଷ୍ଟକୁ ସହିନପାରି ଟ୍ରଲିକୁ ଠେଲୁଛୁ କୁନି ଝିଅ...ସମସ୍ତେ ଦେଖୁଛନ୍ତି ହେଲେ ସାହାଯ୍ୟ...
ବାରିପଦା: ଭିଜିଲାନ୍ସ ଇତିହାସରେ ନୂଆ ରେକର୍ଡ କଲେ ମୟୂରଭଞ୍ଜ ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ କର୍ତ୍ତୃପକ୍ଷ( ITDA)ର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସ। ଭିଜିଲାନ୍ସ ରେଡ୍ ସମୟରେ ଘରୁ ନଗଦ ଟଙ୍କା ମିଳିବାରେ ସନ୍ତୋଷ ସମସ୍ତଙ୍କୁ ଟପି ଯାଇଛନ୍ତି। ସନ୍ତୋଷଙ୍କ ଘରୁ ଭିଜିଲାନ୍ସ ଟିମ୍ ନଗଦ ୪୧ ଲକ୍ଷ ୭୭ ହଜାର ଠାବ କରିଛି।
ଆୟବହିର୍ବୃତ୍ତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀ ଘରେ ଭିଜିଲାନ୍ସ ଚଡାଉ। ITDA କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ କରିଛି, ଦେଖନ୍ତୁ ସେହି ଭିଡ଼ିଓ
ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ.. ପ୍ରତି ବର୍ଷ ପରି ଏଥର ମଧ୍ୟ ବାରିପଦା ପଟରୁ ପିଠାବଟା ଗେଟ୍ ଓ ଯଶୀପୁର ପଟରୁ କାଳିଆମି ଗେଟ୍ ଦେଇ ପଯର୍ୟଟକମାନେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ..
ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ପ୍ରତି ବର୍ଷ ବର୍ଷାଋତୁରେ ଏହି ଅଭୟାରଣ୍ୟକୁ ବନ୍ଦ କରାଯାଇଥାଏ। କାରଣ ରାସ୍ତା ଖରାପ ହେଉଥିବାରୁ ସୃଷ୍ଟି ହୋଇଥାଏ ସମସ୍ୟା । ପ୍ରତି ବର୍ଷ ପରି ଏଥର ମଧ୍ୟ ବାରିପଦା ପଟରୁ ପିଠାବଟା ଗେଟ୍ ଓ ଯଶୀପୁର ପଟରୁ କାଳିଆମି ଗେଟ୍ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ ।
ପର୍ଯ୍ୟଟକ ମାନଙ୍କ ପାଇଁ ଖୁସିର ଖବର । ଆସନ୍ତା ଏକ ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ପ୍ରତିବର୍ଷ ବର୍ଷା ଋତୁରେ ରାସ୍ତା ଖରାପ ହୋଇ ଯାଉଥିବା ଯୋଗୁଁ ପର୍ଯ୍ୟଟନ ପାଇଁ ବନ୍ଦ କରା ଯାଉଥିବା ଶିମିଳିପାଳ ଅଭୟାରଣ୍ୟକୁ ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକ ମାନଙ୍କୁ ଅନୁମତି ଦିଆଯିବ।
ବାରିପଦାରେ ବିଜେପି, ଜେଏମ୍ଏମ୍ କର୍ମୀଙ୍କୁ ଆକ୍ରମଣ ଘଟଣାରେ ୨ ଜଣ ବିଜେଡି କର୍ମୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ଯୁବକଙ୍କ ମଧ୍ୟରୁ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ପୁଅ ଥିବା ସୂଚନା ମିଳିଛି। ଏନେଇ ୪ଟି ମାମଲା ରୁଜୁ ହୋଇଛି।
ସାମନାକୁ ଚକଚକ୍ ଦେଖାଯାଉଥିବା ମୟୂରଭଞ୍ଜ ରାଜପ୍ରାସାଦ ଭିତରୁ ନଷ୍ଟ ହେବାକୁ ବସିଲାଣି । ଲଣ୍ଡନର ବକିଂହାମ ପାଲେସ ଭଳି ଦେଖାଯାଉଥିବା ରାଜବାଡ଼ି ୧୮୦୪ରେ ମୟୂରଭଞ୍ଜର ମହାରାଣୀ ସୁମିତ୍ରା ଦେବୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଗ୍ରୀକ୍ ଓ ଭୋରିଆ ଇଂଜିନିଅରଙ୍କ ସ୍ଥାପତ୍ୟ କଳାରେ ତିଆରି ଏହି କୋଠାରେ ୧୨୬ଟି କୋଠରୀ ରହିଛି । ମହାରାଜା କୃଷ୍ଣଚନ୍ଦ୍ର ଭଂଜଦେଓ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ଏହି ରାଜପ୍ରାସାଦରୁ ହିଁ ଶାସନ କରୁଥିଲେ
ନୂଆ ରୂପ ନେବ ମୟୂରଭଞ୍ଜ ଜିଲ୍ଲାର ରେଳ ଐତିହ୍ୟ। ଭଙ୍ଗାଦଦରା ଭାବେ ଥିବା ମୟୂରଭଞ୍ଜ ରାଜତନ୍ତ୍ର ଅମଳର ରେଳ ଇଞ୍ଜିନ ଓ ଡବା ନୂଆ ରୂପ ନେବାକୁ ଯାଉଛି। ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟର ଏହି ରେଳ ଇଞ୍ଜିନ ଓ ରେଳ ଡବାର ପୁନରୁଦ୍ଧାର କରି ଏକ ନୂତନ ରେଳ ମ୍ୟୁଜିୟମ ନିର୍ମାଣ ହେବ। ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ଫଳରେ ଆଗାମୀ ପୀଢ଼ି ମୟୂରଭଞ୍ଜ ଜିଲ୍ଲାର ରେଳ ଐତିହ୍ୟକୁ ଏଠାରେ ଦେଖିବା ସହ ଏହା ସମ୍ପର୍କରେ କିଛି ଶିକ୍ଷା ଲାଭ କରିପାରିବେ।
ଚାରିଆଡ଼େ ସୁନ୍ଦର ସବୁଜ ବନାନୀ । ଲାଗୁଛି ଯେମିତି ଏଇଠି ମିଶିଛନ୍ତି ଆକାଶ ଏବଂ ପୃଥିବୀ । ଆକାଶ ମାର୍ଗରୁ ଦେଖିଲେ ବି ପ୍ରକୃତିର ଏହି ସୁନ୍ଦର ପରିବେଶକୁ ଉପଭୋଗ ନ କରି ରହି ପାରିବେନି । ଡ୍ରୋନ୍ କେମେରାରେ ଉଠା ଯାଇଥିବା ବାରିପଦା ବାଲିଡିହା ଡ୍ୟାମର ସୌନ୍ଦର୍ଯ୍ୟ ସତରେ ବିମୋହିତ କରୁଛି ।
ବାରିପଦା ବଡ଼ ଦାଣ୍ଡରେ ଶୋଭା ପାଉଛି ଏହି ମାଉସୀ ମା ମନ୍ଦିର । ବର୍ଷର ୯ ଦିନ ଏଠାକୁ ତିନି ଠାକୁର ଆସି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଥିବା ବେଳେ ବର୍ଷ ତମାମ ଏଠାରେ ଭଗବାନ ରାଧାକୃଷ୍ଣ ପୂଜା ପାଉଛନ୍ତି। ସେଇଥିପାଇଁ ଏହି ମନ୍ଦିର ରାଧା ମୋହନ ମନ୍ଦିର ଭାବେ ବେଶ ପରିଚିତ । କୁହାଯାଏ ବାରିପଦାରେ ରଥଯାତ୍ରା ୧୫୭୫ ମସିହାରୁ ଆରମ୍ଭ ହେବା ଦିନରୁ ଏହି ଠାରେ ମାଉସୀ ମା ମନ୍ଦିର ହୋଇଅଛି। ପ୍ରଥମେ ଏଠାରେ ନଡ଼ା ଛପରର ମନ୍ଦିର ଥିଲା ହେଲେ ପରବର୍ତ୍ତୀ ସମୟରେ ଏହି ମନ୍ଦିର ଓ ନାଟ ମଣ୍ଡପ ତିଆରି ହୋଇଥିଲା ।ହେଲେ ଏଇ ଭିତରେ ମନ୍ଦିରର ଅବସ୍ଥା ନ କହିଲେ ନସରେ ।
ସୁନ୍ଦରୀ ପ୍ରତିଯୋଗିତା ଯେ ବଡ ବଡ଼ ମେଟ୍ରୋ ସହରର ଯୁବତୀଙ୍କ ହାତରେ ଆଉ ତାହା ନୁହଁ ବରଂ ଭାରତର ସୁନ୍ଦରୀ ଯୁବତୀ ପ୍ରତିଯୋଗିତାରେ ଗ୍ରାମାଞ୍ଚଳ ଏବଂ ଛୋଟ ଛୋଟ ସହରର ଯୁବତୀଙ୍କ ମୁଣ୍ଡରେ ମଧ୍ୟ ମୁକୁଟ ପିନ୍ଧି ବାର ସୌଭାଗ୍ୟ ମିଳିଲାଣି
ବାରିପଦା: ଆଜି କୁଡୁମୀ ସେନା ପକ୍ଷରୁ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। ୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି କୁଡୁମୀ ସେନା। କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଏନେଇ NH୧୮ ଓ ୪୯ରେ ଆନ୍ଦୋଳନକାରୀଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି। ଫଳରେ ବିଭିନ୍ନ ଅଞ୍ଚଳକୁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଆଜି ମୟୂରଭଞ୍ଜ ସହ ୮ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି କୁଡୁମୀ […]
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ବଇଁଚା ଗାଁ ବିଲରୁ ଆଜି ସକାଳେ ଏକ ହାତୀର ମୃତଦେହ ଦେଖିବାକୁ ମିଳିଛି। ହାତୀଟିର ବୟସ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। କେଉଁ କାରଣରୁ ହାତୀଟିର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀମାନେ ପହଞ୍ଚିଛନ୍ତି। ନିୟମ ମୁତାବକ ହାତୀର ମୃତଦେହର ବ୍ୟବଚ୍ଛେଦ ପରେ ଏହାକୁ ମାଟିରେ ପୋତାଯିବ ବୋଲି ବନବିଭାଗ କହିଛି। ସୂଚନାଅନୁସାରେ, ଗତକାଲି ରାତିରୁ ଗାଁ ମୁଣ୍ଡରେ […]
ବାରିପଦା: ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ। ମୟୂରଭଞ୍ଜ ଉଦଳା କପ୍ତିପଦା ଥାନା ମହୁଲଡିହା ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃତକ ହେଲେ ଗୁମୁରୀ ମୁଖାର୍ଜୀ। ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଗୁମୁରୀ ଓ ତାଙ୍କ ସ୍ୱାମୀ ବିଶ୍ୱଜିତ ମୁଖାର୍ଜୀଙ୍କ ସହ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ବିଳମ୍ବିତ ରାତିରେ ଗୁମୁରୀ ଶୋଇଥିବା ବେଳେ ସ୍ୱାମୀ ବିଶ୍ୱଜିତ୍ ଏକ ଲୁହା ରଡରେ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୌତୁକ ପାଇଁ ଗୁମୁରୀଙ୍କୁ ହତ୍ୟା କରାଯାଇଥିବା […]
ବାରିପଦା: ପୁଣି ଲଜ୍ଜା। ବାରିପଦା ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ସହ ଉଡ଼ା ପର୍ବ ଦେଖିବାକୁ ଯାଇଥିବାବେଳେ ସେ ଦୁଷ୍କର୍ମ ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି। ପରିବାର ଲୋକେ ଅଟୋରୁ ଓହ୍ଲାଇବା ପରେ, ଅଟୋ ପାର୍କିଂ ଆଳରେ ନାବାଳିକାଙ୍କୁ ଅନ୍ୟତ୍ର ନେଇଯାଇ ଡ୍ରାଇଭର ଜଣକ ଦୁଷ୍କର୍ମ କରିଥିଲା। ପରେ ନାବାଳିକାଙ୍କୁ ଏକ ବୁଦାମୂଳରୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ […]
ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ପ୍ରଶାସନ। ମନ୍ଦିର ଚାରିପାଖ ୫ ଶହ ମିଟର ଦୂରତା ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି ହୋଇଛି। ଆାଜିଠାରୁ ବାହୁଡ଼ା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ। ଶାନ୍ତିଶୃଂଖଳା ରକ୍ଷା ପାଇଁ ଘଟଣା ସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ୨୦ ଅଫିସରଙ୍କୁ ମୁତୟନ କରାଯାଇଛି। ପରମ୍ପରା ଅନୁସାରେ ପୁରୀ ରଥ ଯାତ୍ରାର ପର ଦିନ ଏଠାରେ ରଥଯାତ୍ରା ହୋଇଥାଏ।
ହାତୀ ଘର ଭାଙ୍ଗିବା ନେଇ ଅଟକ ରହିଲେ ରେଞ୍ଜର ଓ ଫରେଷ୍ଟର । ହାତୀପଲ ଘର ଭାଙ୍ଗିବାକୁ ନେଇ ସୁନ୍ଦରଗଡ଼ ମାଲଦାରେ ଉତ୍ତେଜନା । ରେଞ୍ଜର ଓ ଫରେଷ୍ଟରଙ୍କୁ ୪ ଘଣ୍ଟା ଧରି ଅଟକ ରଖିଲେ ଗ୍ରାମବାସୀ ।
ଓଡ଼ିଶା ପାଇଁ ପୁଣି ଗର୍ବ ଆଣିଲେ ବାରିପଦାର ଦୁଇ କୁନି ଝିଅ । ନିଜ ନାଚର ଯାଦୁରେ କିମିଆଁ କରି ଅନ୍ତର୍ଜାତୀୟ ସ୍ତରରେ ନାଁ କରିବାକୁ ଯାଉଛନ୍ତି ବାରିପଦାର ଦୁଇ ଝିଅ । ଜୁନିଅର ମଡେଲ ଇଣ୍ଟରନେସନାଲ ରାଇଜିଂ ଷ୍ଟାର ଅଫ ଇଣ୍ଡିଆର ଟାଇଟଲ୍ ଜିତିବା ପରେ ଏବେ ଅନ୍ତର୍ଜାତୀୟ ଟ୍ୟାଲେଣ୍ଡ ଶୋରେ ପ୍ରତିଯୋଗିତା କରିବେ ଅର୍ଚ୍ଚିତା ଓ ଦିବ୍ୟାଙ୍ଗନା ।