Advertisment

Baripada Firing Incident: ଫଲୋ କଲେ...ଅଟକାଇଲେ ; ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ

ଶିବାନନ୍ଦ ଆଜି ଟଙ୍କା ନେଇ ବାଇକରେ ବ୍ୟାଙ୍କକୁ ଡିପୋଜିଟ୍‌ କରିବା ପାଇଁ ଆସୁଥିଲେ। ଏହି ସମୟରେ କିଛି ଯୁବକ ତାଙ୍କୁ ଫଲୋ କରିଥିଲେ। ପରେ ଜନଶୂନ୍ୟ ସ୍ଥାନ ଦେଖି ଶିବାନନ୍ଦଙ୍କୁ ଅଟକାଇଥିଲେ ଓ ଟଙ୍କା ବ୍ୟାଗ ଦେବା ପାଇଁ କହିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Firing

Firing

ପ୍ରଥମେ ଫଲୋ କଲେ, ତା’ ପରେ ଫାଙ୍କା ରାସ୍ତା ଦେଖି ଅଟକାଇଲେ ....। ଟଙ୍କା ବ୍ୟାଗ ମାଗିଲେ, ଟଙ୍କା ନ ଦେବାରୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ୧୮ ନମ୍ବର ଜାତୀୟ ରାଜପଥର ଅସନଯୋଡ଼ା ନିକଟରେ। ଆହତ ଯୁବକଙ୍କୁ ଉଦ୍ଧାର କରାଯାଇ ବାରିପଦା PRM ମେଡିକାଲରେ ଭର୍ତ୍ତି କରାଯାଇଛି। ଯୁବକ ଜଣଙ୍କ ହେଲେ କୁଳିଅଣାର ଶିବାନନ୍ଦ ବାରିକ। ସେ ଏକ ମଦ ଦୋକାନରେ ମ୍ୟାନେଜର ଭାବେ କାମ କରନ୍ତି। ଶିବାନନ୍ଦଙ୍କ ଗୋଡ଼ରେ ଗୁଳି ବାଜିଛି।

Advertisment

ଅଧିକ ପଢନ୍ତୁ : ରକ୍ତମୁଖା ସାଜିଲା ଭଣଜା, ମାଇଁକୁ ଗୁଳିମାଡ଼ କରି ଫେରାର

ଶିବାନନ୍ଦ ଆଜି ମୋଟାଅଙ୍କର ଟଙ୍କା ନେଇ ବାଇକରେ ବ୍ୟାଙ୍କକୁ ଡିପୋଜିଟ୍‌ କରିବା ପାଇଁ ଆସୁଥିଲେ। ଏହି ସମୟରେ କିଛି ଯୁବକ ତାଙ୍କୁ ଫଲୋ କରିଥିଲେ। ପରେ ଜନଶୂନ୍ୟ ସ୍ଥାନ ଦେଖି ଶିବାନନ୍ଦଙ୍କୁ ଅଟକାଇଥିଲେ ଓ ଟଙ୍କା ବ୍ୟାଗଦେବା ପାଇଁ କହିଥିଲେ। ହେଲେ ଶିବାନନ୍ଦ ଟଙ୍କା ଦେବାକୁ ଅରାଜି ହୋଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ॥ ଶିବାନନ୍ଦ ବାଇକ ଛାଡ଼ି ଟଙ୍କା ବ୍ୟାଗ ନେଇ ଦୌଡ଼ିଥିଲେ । ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି ନଥିଲେ।

ତାଙ୍କୁ ଗୋଡ଼ାଇବା ସହ ବାରମ୍ବାର ଗୁଳିମାଡ଼ କରିଥିଲେ। ହେଲେ ଶିବାନନ୍ଦଙ୍କ ଉପରେ ୨ଟି ଗୁଳି ବାଜିଥିଲା । ୩ ରାଉଣ୍ଡ ଗୁଳି ତାଙ୍କ ଉପରେ ବାଜି ନଥିଲା। ପରେ ରାସ୍ତାରେ ଲୋକଙ୍କ ଭିଡ ହୋଇଯିବାରୁ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ହେଲେ ଟଙ୍କା ବ୍ୟାଗ ନେଇ ପାରି ନଥିଲେ। ସ୍ଥାନୀୟ ଲୋକେ ଶିବାନନ୍ଦଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଛି।

Advertisment

ଅଧିକ ପଢନ୍ତୁ : ଅପରାଧୀଙ୍କ ଚରାଭୂଇଁ ପାଲଟିଛି ଭୁବନେଶ୍ୱର!

Baripada Firing
Advertisment
Advertisment