/odishatv-khabar/media/media_files/2026/03/09/accident-2026-03-09-09-30-31.jpg)
Accident Photograph: (OTV)
ବାହାଘର ଯିବା ହେଲା କାଳ I ହସଖୁସିରେ ଘରୁ ବାହାରିଥିବା ବେଳେ ବାଟରେ ଛକି ରହିଥିଲା ଯମ । ଆଖି ପିଛୁଳାକେ ଚାଲିଗଲା ୪ ଜୀବନ । ବୋଲେରୋ ଧକ୍କାରେ ଏକସଙ୍ଗେ ଆଖି ବୁଜିଲେ ସ୍ୱାମୀ, ସ୍ତ୍ରୀ, ଭାଇ ଓ ନାତି । ଗତକାଲି ରାତିରେ ବରଗଡ଼ ଜିଲ୍ଲା ଗୋଡଭଗା ନିକଟରେ ଘଟିଛି ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା।
ଖଇରପାଲିରୁ ୨ଟି ବାଇକ୍ ଯୋଗେ ବିନିକା ଥାନା ଜାମପାଲି ଗାଁକୁ ଫେରୁଥିଲେ ସନ୍ତୋଷ ପଧାନଙ୍କ ପରିବାର। ହେଲେ ବାଟରେ ଜଗିଥିଲା ଯମ I ବରଗଡ଼ ଜିଲ୍ଲା ମେହେନା ଗାଁ ନିକଟରେ ବାଇକକୁ ଧକ୍କା ଦେଇ ଫେରାର ମାରିଲା ବୋଲେରୋ I ଫଳରେ ଗୋଟିଏ ପରିବାରର ୩ ନାବାଳକ ସହ ସ୍ୱାମୀ, ସ୍ତ୍ରୀ ଓ ଭାଇ ୬ ଜଣ ବାଇକ ଉପରୁ ଛିଟିକି ପଡ଼ିଥିଲେ I
ଘଟଣାସ୍ଥଳରେ ଜାମପାଲି ଗାଁର ୫୫ ବର୍ଷିୟ ସନ୍ତୋଷ ପଧାନ, ୪୮ ବର୍ଷିୟ କହର ପଧାନ, ଦୟାସାଗର ପଧା ଓ ସନ୍ତୋଷଙ୍କ ନାବାଳକ ନାତିଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣ ନାତିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି I
ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଆହତମାନଙ୍କୁ ମେଡିକାଲ ପଠାଇଥିଲା। ଏଥିସହ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ବୋଲେରୋ ଚାଳକଙ୍କ ପତ୍ତା ପାଇପାରିନି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି।
T20 World Cup: ବିଶ୍ୱକପ୍ ବିଜେତାଙ୍କ ଉପରେ ହେବ ଟଙ୍କାର ବର୍ଷା, କାହାକୁ ମିଳିବ କେତେ ?

Today Panchang 9th March 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

T20 World Cup: କମାଲ କଲା ଟିମ୍ ଇଣ୍ଡିଆର ୟଙ୍ଗ ବ୍ରିଗେଡ୍, ବିନା ବିରାଟ, ବିନା ରୋହିତରେ ବିଶ୍ବକପ୍ ବିଜେତା

T20 World Cup: ସାରା ଦେଶରୁ ଛୁଟୁଛି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)