ସଜେଇ ହେଲାଣି ବାରବାଟୀ..ଆଉ ଦିନକ ପରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚ୍ ।
ବାରବାଟି ଟି-ଟ୍ୱେଣ୍ଟି ଲଢ଼େଇ ପୂର୍ବରୁ ଟିକେଟ୍ ପାଇଁ ଖଣ୍ଡଯୁଦ୍ଧ...ପିଟାପିଟିରେ କୁରୁକ୍ଷେତ୍ର ପାଲଟିଲା କାଉଣ୍ଟର ସାମ୍ନା, ନାକେଦମ୍ ପୋଲିସ...
କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍ ପାଇଁ ଆଜିଠୁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। କାଲି ରାତିରୁ କ୍ରିକେଟପ୍ରେମୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିବା ବେଳେ ଆଜି ଲାଇନ୍ରେ ଥିବା ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।
ବାରବାଟୀ ଷ୍ଟାଡିୟମରେ ଟିକେଟ୍ ପାଇଁ ଠେଲାପେଲା, ପାଟିତୁଣ୍ଡ ସହ ଲୋକଙ୍କ ମଧ୍ୟରେ ହାତାହାତି ମଧ୍ୟ ହୋଇଛନ୍ତି। ଲାଇନ୍ରେ ଛିଡ଼ା ହେବାକୁ ନେଇ କିଛି ଯୁବତୀ ହାତାହାତି ହୋଇଥିବା ଦେଖିବାକୁ ମିଳିଛି।
କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍ ପାଇଁ ଆଜିଠୁ କାଉଣ୍ଟରରେ ଟିକେଟ୍ ମିଳିବ। ସକାଳ ୯ଟାରୁ କାଉଣ୍ଟରରେ ଟିକେଟ୍ ମିଳିବ ବୋଲି ସୂଚନା ମିଳିଛି। ୯ ଓ ୧୦ ତାରିଖ ଦୁଇ ଦିନ ଧରି କାଉଣ୍ଟରରେ ଦର୍ଶକଙ୍କ ଲାଗି ଟିକେଟ୍ ବିକ୍ରି ହେବ।
ଟିକେଟ୍ କାଉଣ୍ଟରରେ ପରିଚୟପତ୍ର ଦେଖାଇ କିଣିବାକୁ ହେବ ଟିକେଟ । ମ୍ୟାଚ ପାଇଁ ଏୟାରପୋର୍ଟରୁ ହୋଟେଲ ଯାଏଁ କଡ଼ା ସୁରକ୍ଷାବ୍ୟବସ୍ଥା ।
କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍ ସମ୍ପର୍କିତ ମାମଲା ଖାରଜ ହୋଇଛି। ମ୍ୟାଚ୍ ବାତିଲ ଆବେଦନ ସମ୍ପର୍କିତ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଭର୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟଙ୍କୁ ଏଜି ତଥ୍ୟ ଦେଇଛନ୍ତି।
କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ମାମଲା ଦାୟର କରାଯାଇଛି।
ବାରବାଟୀ ଟି-20 ପାଇଁ ଆଜିଠାରୁ ଅନ୍ଲାଇନ୍ରେ ଟିକେଟ ବିକ୍ରି ହେବ । ସକାଳ ୧୧ଟାରୁ ଆରମ୍ଭ ହୋଇଛି ଅନ୍ଲାଇନ୍ରେ ଟିକେଟ ବିକ୍ରି। ମୋଟ ୫ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯିବ।
ଆସନ୍ତାକାଲି ଠାରୁ ଆରମ୍ଭ ହେବ ବାରବାଟୀ ଟି-20 ମ୍ୟାଚ୍ର ଟିକେଟ୍ ବିକ୍ରି । ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ଟିକେଟ ବିକ୍ରି କରାଯିବ ।
ଜୁନ୍ ୧ ତାରିଖ ସକାଳ ୧୧ଟା ଠାରୁ ଆରମ୍ଭ ହେବ ଅନଲାଇନରେ ଟିକେଟ ବିକ୍ରି । ନିଜର ପରିଚୟ ପ୍ରମାଣପତ୍ର ଦେଖାଇ ଫୋନ୍ ନମ୍ବର ଏବଂ ଇମେଲ ଆଇଡ଼ି ଦେଇ ବୁକ କରିହେବ ଟିକେଟ୍ । ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ ବୁକିଙ୍ଗ କରିପାରିବେ । WWW.insider.in ୱେବସାଇଟ୍ରେ ମଧ୍ୟ ଟିକେଟ୍ ଉପଲବ୍ଧ ହେବ ।
ଜୁନ୍ ୧୨ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦କ୍ରିକେଟ ମ୍ୟାଚ୍ । ଏନେଇ ଓସିଏ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଏନେଇ ଷ୍ଟାଡିୟମ୍ର ନୂଆ ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଦେଖନ୍ତୁ ତା'ର କିଛି ଫଟୋ..
ଭାରତ-ଦକ୍ଷିଣ ଆଫ୍ରିକା ଟି୨୦କ୍ରିକେଟ ମ୍ୟାଚକୁ ସଫଳ ଭାବେ ଆୟୋଜନ ପାଇଁ ପାର୍କିଂ ଏକ ବଡ଼ ଚାଲେଞ୍ଜ । ଏଣୁ ସଠିକ ଟ୍ରାଫିକ ପରିଚାଳନା ପାଇଁ ତଳ ଓ ଉପର ବାଲିଯାତ୍ରା ପଡିଆ ବୁଲି ଦେଖିଛନ୍ତି କଟକ ଡିସିପି ପିନାକ୍ ମିଶ୍ର, ସିଏମ୍ସି କମିଶନର ଅନନ୍ୟା ଦାସ ଏବଂ ଓସିଏର ପଦାଧିକାରୀ ।
ଏଣିକି ବାରବାଟୀରେ ଲଣ୍ଡନ ଷ୍ଟାଡିଅମ ପରି ସୁବିଧା ପାଇବେ ଦର୍ଶକ ।
ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଜୁନ୍ ୧ରୁ ଟିକେଟ ବିକ୍ରି ଆରମ୍ଭ ହେବ। ଓସିଏ ସଂପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି।
ବାରବାଟୀର ହେବ ନବକଳେବର । ଏଥିପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) । ଆସନ୍ତା ଜୁନ୍ ୧୨ତାରିଖରେ ଏଠାରେ ଆୟୋଜିତ ହେବାକୁ ଥିବା ଏହି ଟି -୨୦ ମୁକାବିଲା ପୂର୍ବରୁ ସମସ୍ତ କାମକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି ଓସିଏ ।
ବାରବାଟୀର ନବକଳେବର ଦାୟିତ୍ୱ ଗୁଜୁରାଟ ମୋଟେରା ଠାରେ ତିଆରି ହୋଇଥିବା ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମକୁ ଡିଜାଇନ କରିଥିବା ସଂସ୍ଥାକୁ ଦେଇଛି ଓସିଏ ।
କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍। ଜୁନ୍ ୧୨ ତାରିଖରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ।
ଆସନ୍ତା ଜୁନ୍ରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍। ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ପକ୍ଷରୁ ସୂଚନା ଦିଆଯାଇଛି।
କଟକ ବାରବାଟୀ ଷ୍ଟାଡିୟମ୍ରେ ହେବ ଆର୍ନ୍ତଜାତୀୟ ଟି-ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ । ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । କାରଣ ଦୀର୍ଘ ଦୁଇ ବର୍ଷ ପରେ ପୁଣିଥରେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ମ୍ୟାଚ୍ । ଆସନ୍ତା ଫେବୃୟାରୀ ୧୫ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଏହି ଟି-ଟ୍ୱେଣ୍ଟି ମ୍ୟାଚ୍।
କଟକ ବାରବାଟୀ ଷ୍ଟାଡିୟମ୍ରେ ହେବ ଆର୍ନ୍ତଜାତୀୟ ଟି-ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ । ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । କାରଣ ଦୀର୍ଘ ଦୁଇ ବର୍ଷ ପରେ ପୁଣିଥରେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ମ୍ୟାଚ୍ ।