/odishatv-khabar/media/media_files/2025/12/10/barabati-stadium-2025-12-10-08-12-22.jpg)
Barabati Stadium Photograph: (OTV)
ବାରବାଟୀର ହେବ ଉନ୍ନତି, ବଢ଼ିବ ସିଟ୍। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ଏମିତି କିଛି ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ବାରବାଟୀ ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ବଢ଼ାଇବା ନେଇ ପ୍ରସ୍ତାବ ରହିଛି। ଏହାକୁ ଆଲୋଚନା କରାଯାଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। OCA ସମ୍ପାଦକ ସଞ୍ଜୟ ବେହେରା ବି ଏନେଇ ସୂଚନା ଦେଇଛନ୍ତି।
ବାରବାଟୀ ମ୍ୟାଚରେ ଦମ୍ ଦେଖାଇଛି ଭାରତ, ଇତିହାସ ରଚିଛି। ଦମଦାର ବୋଲିଂ ଫଳରେ ୭୪ ରନରେ ଅଲ୍ ଆଉଟ୍ ଓ ୫୦ ରନରେ ଦକ୍ଷିଣ ଆଫ୍ରିକାର ଅଧା ଖେଳାଳି ଆଉଟ୍ ହୋଇଥିବା ବେଳେ ୨୮ ବଲରେ ୫୯ ରନ୍ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା।
ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବିସ୍ଫୋରକ ବ୍ୟାଟିଂ ଓ ବୋଲରଙ୍କ ଦମଦାର ବୋଲିଂ ଫଳରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ କୁ ମ୍ୟାନ୍ ଇନ୍ ବ୍ଲୁ ୧୦୧ ରନ୍ ରେ ଜିତିଛି। ୧୭୬ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୭୪ ରନ୍ ହିଁ କରିପାରିଥିଲା।
• ‘ବାରବାଟୀରେ ବଢ଼ିବ ସିଟ୍’
• ବାରବାଟୀ ଷ୍ଟାଡିୟମର ହେବ ଉନ୍ନତି
• ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ବଡ଼ ସଙ୍କେତ
• ସଙ୍କେତ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
• ‘ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ବଢ଼ାଇବା ପ୍ରସ୍ତାବ ରହିଛି’
• ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ: ମୁଖ୍ୟମନ୍ତ୍ରୀ
India beat South Africa: ବାରବାଟୀରେ ବଡ଼ ବିଜୟ; ଦମ୍ ଦେଖାଇଲା ଭାରତ, ଇତିହାସ ରଚିଲା

Daily Horoscope 10th December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 10th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

176 on the Board: ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ, ପାଣ୍ଡ୍ୟାଙ୍କ ଶହେତମ ଛକା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)