• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପିଲା ଜନ୍ମ କରିଥିଲେ, ପରିଣତ ବୟସରେ ସାହା ହେବେ ବୋଲି । କିନ୍ତୁ ପରିଣତ ବୟସରେ ବାପା-ମାଆଙ୍କୁ ଗଳାଧକ୍କା ମାରି ଘରୁ ବାହାର କରିଦେଉଛନ୍ତି ଝିଅ ଆଉ ଜ୍ୱାଇଁ । ଯେଉଁ ଝିଅକୁ ଜନ୍ମ କରିଥିଲେ ବିପଦ ଆପଦରେ ସାହା ହେବ ବୋଲି ଆଜି ସେହି ଝିଅ-ଜ୍ୱାଇଁ ବେକକୁ ତଣ୍ଟିଆ ମାରି ଘରୁ ବୃଦ୍ଧ ବାପ ମା’ଙ୍କୁ ବାହାର କରିଦେଇଛନ୍ତି । ଏପରିକି ଝିଅ ନିଜ ମା’ର ହାତକୁ କାମୁଡି ଦେଇଛି । ବୁଢୀ ମାଆକୁ ବି ମାଡ ମାରିବାକୁ ପଛାଉନି ଝିଅ।

ଅଧିକ ପଢ଼ନ୍ତୁ: ଅସ୍ତ୍ରୋପଚାର କଲା ବୋଲି ଘରୁ ବାହାର କରିଦେଲେ

ଆପଣଜାଣି ଆଶ୍ଚର୍ଯ୍ୟ ହେବେ କି, ଘରେ ଥିବା ସବୁ ଆସବାବପତ୍ର ସହ ଗାଁରେ ଥିବା ନିଜ ଘର ଜମିକୁ ସବୁ ନିଜ ଝିଅ ନାଁରେ କରିଦେଇଥିଲେ ବାପା-ମାଆ । ହେଲେ ଜାଗା, ଜମି ସବୁ ପାଇବା ପରେ ଏବେ ବୁଢା ବାପା-ମାଆଙ୍କୁ ନାକେଦମ କଲାଣି ଝିଅ । ସବୁଠୁ ଆଶ୍ଟର୍ଯ୍ୟକର କଥା ହେଲେ ଯେଉଁ ବାପା-ମାଆ ଏଇ ଜାଗା, ଘର ଓ ଜମିକୁ ପିଲାଙ୍କ ନାଁରେ କରିଦେଇଥିଲେ । ଆଜି ସେହି ଜାଗା, ବାଡି ଓ ସମ୍ପତ୍ତିକୁ ଆଜି କୋର୍ଟ ଓ ପୋଲିସର ଆଶ୍ରା ନେଇ ଝିଅ ଜ୍ୱାଇଁ ସବୁ ନେଇ ଗଲେ । ଆଠଗଡ଼ ଅଞ୍ଚଳରେ ଘଟିଥିବା ଏହି ଘଟଣା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ପରିଣତ ବୟସରେ ଯେଉଁ ଝିଅ ଓ ଜ୍ୱାଇଁ ବାପା-ମାଆଙ୍କୁ ଏମିତି ବାହାର କରିଦେଲେ ସେମାନଙ୍କ ମାନବିକତାକୁ ନେଇ ଏଠି ପ୍ରଶ୍ନ ଉଠୁଛି। 

ସଂପତ୍ତି ପାଇଁ ମଣିଷ ଭୁଲି ଯାଉଛି ମାନବିକତା । ବୟସର ଅପରାହ୍ନରେ ବୃଦ୍ଧ ବାପମାଙ୍କୁ ପୁଅମାନେ ଘରୁ ବାହାର କରିଦେଇଥିବା ଘଟଣା ଘଟୁଥିବା ବେଳେ ଏଇଠି ଝିଅ ବାପମାଙ୍କୁ ଘରୁ ତଡିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଭାରି ଚର୍ଚ୍ଚା ହେଉଛି ।

(ଆଠଗଡ଼ରୁ ନୀଳକଣ୍ଠ ଦୋରା)