/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753093840.jpg)
harassment case against college principal
ଆଠଗଡ଼: ଶ୍ରୀ ଶ୍ରୀ ଧବଳେଶ୍ବର ମହାବିଦ୍ୟାଳୟରେ ଅଧ୍ୟାପିକାଙ୍କୁ କଲେଜ ଅଧ୍ୟକ୍ଷଙ୍କ ନିର୍ଯାତନା ଅଭିଯୋଗ। ନ୍ୟାୟ ବିଳମ୍ବିତ ହେଉଥିବାରୁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ଅଭିଯୋଗକାରୀ ଅଧ୍ୟାପିକା। ଅଭିଯୋଗକୁ ସତ କହିବା ସହ ଗତ ଜାନୁଆରୀ ୨୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଅନ୍ୟପଟେ ଜବାବ ରଖିଛନ୍ତି କଲେଜ ଅଧ୍ୟକ୍ଷ। ସମସ୍ତ ତଦନ୍ତକୁ ସାମନା କରିବା ସହିତ ତାଙ୍କୁ ଜାଣି ଶୁଣି ବଦନାମ କରାଯାଉଥିବା କହିଛନ୍ତି। ତାଙ୍କୁ ନ୍ୟାୟ ନ ମିଳିଲେ କଲେଜ ଆଗରେ ଆତ୍ମହୁତି ଧମକ ଦେଇଛନ୍ତି ଅଧ୍ୟକ୍ଷ।
ଗତ ୨୦ ତାରିଖରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ନ୍ୟାୟ ମାଗିବା ସହ ଏକ ଲିଖିତ ଅଭିଯୋଗ ଦେଇଥିଲେ। ସେହି ଚିଠି ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ସଂପୃକ୍ତ ଅଧ୍ୟାପିକା ମୁହଁ ଖୋଲିବା ସହିତ ଅଭିଯୋଗ ସତ ବୋଲି କହିଛନ୍ତି। ଏପରିକି ଘଟଣାକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିବା କହିଛନ୍ତି ଅଧ୍ୟାପିକା। ଏହି ଘଟଣାରେ ଆଜି ପର୍ଯ୍ୟନ୍ତ କୌଣସି ନ୍ୟାୟ ମିଳି ନଥିବା ସେ କହିଛନ୍ତି। ଅନ୍ୟପଟେ ଘଟଣାକୁ ନେଇ ଜବାବ ରଖିଛନ୍ତି କଲେଜ ଅଧ୍ୟକ୍ଷ। ସମସ୍ତ ତଦନ୍ତ କୁ ସାମନା କରିବାକୁ ପ୍ରସ୍ତୁତ ବୋଲି କହିବା ସହିତ ତାଙ୍କୁ ଜାଣି ଶୁଣି ବଦନାମ କରାଯାଉଥିବା କହିଛନ୍ତି। ଏପରିକି ତାଙ୍କୁ ନ୍ୟାୟ ନ ମିଳିଲେ କଲେଜ ଆଗରେ ଆତ୍ମହୁତିର ଧମକ ଦେଇଛନ୍ତି ଅଧ୍ୟକ୍ଷ।
ଗତ ୨୦୨୧ ମସିହାରେ କଲେଜର ଅଧ୍ୟକ୍ଷ ଅଶୋକ କୁମାର ସାମନ୍ତରାୟଙ୍କ ବିରୋଧରେ ନିର୍ଯାତନା ଆଣିବା ସହ କଲେଜ କମିଟିଠାରୁ ଆରମ୍ଭ କରି, ଗଭର୍ଣ୍ଣିଂ ବଡି ପ୍ରେସିଡେଣ୍ଟ, ଆଠଗଡ଼ ଉପଜିଲ୍ଲାପାଳ, କଟକ ଜିଲ୍ଲାପାଳ , ଉଚ୍ଚଶିକ୍ଷା ବିଭାଗକୁ ଜଣାଇ ନିରାଶ ହେବାପରେ ଗୁରୁଡ଼ିଝାଟିଆ ଥାନାରେ ଜଣାଇଥିଲେ। ପୋଲିସ କିନ୍ତୁ ଏତଲା ଗ୍ରହଣ ନକରିବାରୁ ଶେଷରେ କୋର୍ଟଙ୍କ ସହାୟତା ନେଇଥିଲେ। ଜଣେ କି ଦୁଇଜଣ ଅଧ୍ୟାପିକା ନୁହେଁ ପାଞ୍ଚ ଜଣ ଅଧ୍ୟାପିକା ଅଧ୍ୟକ୍ଷ ଙ୍କ ନାମରେ ନିର୍ଯାତନା ଆଣିଛନ୍ତି । ତେବେ ଏ ନେଇ ଆଜି ପର୍ଯ୍ୟନ୍ତ କୌଣସି ନ୍ୟାୟ ନ ମିଳିଥିବାବେଳେ ଏଫ୍ ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ପରେ ଆଜି କାହିଁକି ଏ ଘଟଣା ଉଠା ଯାଉଛି ବୋଲି ଗଣମାଧ୍ୟମକୁ ପ୍ରଶ୍ନ କରିଛନ୍ତି ଅଧ୍ୟାପିକା। ଅନ୍ୟପଟେ ଏହାର ଜବାବ ରଖିଛନ୍ତି କଲେଜ ଅଧ୍ୟକ୍ଷ। ପୂର୍ବରୁ ସମସ୍ତ ଅଭିଯୋଗର ତଦନ୍ତ କୁ ସାମନା କରିଥିବା ବେଳେ ଏବେ ମଧ୍ୟ ତଦନ୍ତ କୁ ସାମନା କରିବା ପାଇଁ କହିବା ସହ ତାଙ୍କୁ ଜାଣି ଶୁଣି ବଦନାମ କରାଯାଉଥିବା କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)