Advertisment

ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ହେଲିକପ୍ଟରରେ ଥିଲେ ୧୪ ଜଣ

ତାମିଲନାଡୁ କୁନ୍ନୁରରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ସେନା ମୁଖ୍ୟ ବିପିନ ରାୱତ ଥିଲେ ବୋଲି ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Army chopper crashes

Army chopper crashes

ଚେନ୍ନାଇ: ତାମିଲନାଡୁ କୁନ୍ନୁରରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ବାୟୁସେନାର Mi-17V5 ହେଲିକପ୍ଟରରେ ସିଡିଏସ୍‌ ବିପିନ ରାୱତ, ତାଙ୍କ ପତ୍ନୀ ଓ ସେନାର ଆଉ କିଛି ବରିଷ୍ଠ ଅଧିକାରୀ ଥିବା ସୂଚନା ମିଳିଛି।

Advertisment

ବାୟୁସେନାର MI-17 V 5 ହେଲିକପ୍ଟରରେ ସିଡିଏସ୍‌(Chief of Defence Staff)ବିପିନ ରାୱତ୍‌, ତାଙ୍କ ପତ୍ନୀ ଓ ଷ୍ଟାଫ୍ ମେମ୍ବରଙ୍କୁ ମିଶାଇ ୧୪ ଜଣ ଥିବା ସୂଚନା ମିଳିଛି। ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ନେଇ ବାୟୁସେନା ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। 

ଦୁର୍ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ସିଡିଏସ୍ ବିପିନ ରାୱତ୍‌ଙ୍କୁ ହସ୍ପିଟାଲ ନିଆଯାଇଛି। ତାଙ୍କୁ ୱେଲିଂଟନ୍‌ ଏୟାରବେସ୍ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି। 

Advertisment

Tamil Nadu Bipin Rawat Army Chopper Crash
Advertisment
Advertisment