Advertisment

ବୀର ସ୍ୱାମୀଙ୍କୁ ଶେଷ ସାଲ୍ୟୁଟ୍‌ ମାରି ବିଦାୟ ଦେଲେ ସ୍ତ୍ରୀ

ଶୋକରେ ବୁଡ଼ି ସାରିଥିଲା ସମଗ୍ର ତାଳଚେର ଅଞ୍ଚଳ। ସହିଦଙ୍କ ମରଶରୀର ଭୁବନେଶ୍ୱରରୁ ତାଳଚେରରେ ଛାଡ଼ିବା ପରେ ଏପଟେ ତାଙ୍କ ଶେଷ ଦର୍ଶନ ପାଇଁ ଛୁଆଠୁ ବଢା ଚାତକ ଭଳି ଚାହିଁ ରହିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
ସହିଦ ଓଡ଼ିଆ ଯବାନଙ୍କ ପତ୍ନୀ

ସହିଦ ଓଡ଼ିଆ ଯବାନଙ୍କ ପତ୍ନୀ

ତାଲଚେର: ଓଡିଆ ଯବାନ ରାଣା ପ୍ରତାପ ଦାସଙ୍କୁ ଜନ୍ମମାଟିରେ ଅଶ୍ରୁଳ ବିଦାୟ। ତାମିଲନାଡୁର କୁୁନୁର ହେଲିକପ୍ଟର କ୍ରାସରେ ପ୍ରାଣ ହରାଇଥିବା ଜୁନିଅର ଓ୍ୱାରେଣ୍ଟ ଅଫିସର ରାଣାପ୍ରତାପଙ୍କ ପାର୍ଥିବ ଶରୀର ଅନୁଗୁଳ ଜିଲ୍ଲା କୃଷ୍ଣଚନ୍ଦ୍ରପୁରରେ ପହଞ୍ଚିବା ପୂର୍ବରୁ ଲୁହରେ ଭିଜି ସାରିଥିଲା ସାରା ଗାଁ। ଶୋକରେ ବୁଡ଼ି ସାରିଥିଲା ସମଗ୍ର ତାଳଚେର ଅଞ୍ଚଳ। ସହିଦଙ୍କ ମରଶରୀର ଭୁବନେଶ୍ୱରରୁ ତାଳଚେରରେ ଛାଡ଼ିବା ପରେ ଏପଟେ ତାଙ୍କ ଶେଷ ଦର୍ଶନ ପାଇଁ ଛୁଆଠୁ ବଢା ଚାତକ ଭଳି ଚାହିଁ ରହିଥିଲେ। ଅପରାହ୍ଣରେ ତାଳଚେରରେ ପହଞ୍ଚିଥିଲା ରାଣାପ୍ରତାପଙ୍କ ମରଶୀରର। ସେଇଠୁ ଗାଁ ଅଭିମୁଖେ ବାହାରିଥିଲା ବିରାଟ ଶୋଭାଯାତ୍ରା।

Advertisment

ଏପଟେ ସାହସୀ ପୁଅକୁ ଶେଷ ଥର ପାଇଁ ଟିକେ ଦର୍ଶନ କରିବାକୁ ବ୍ୟାକୁଳ ଥିଲେ ବୃଦ୍ଧ ବାପା ଓ ମାଆ। ଏଣେ ଦେଶ ପାଇଁ ଜୀବନ ଦେଇ ସ୍ୱାମୀ ଗୌରବ ଆଣିଥିଲେ ବି ନିଜ ସଂସାର ଉଛନ୍ନ ହୋଇଥିବାରୁ ଧୈର୍ଯ୍ୟହରା ପତ୍ନୀଙ୍କ ଆଖିକୁ ଭିଜାଇ ଦେଉଥିଲା ଲୁହର ଧାରା ଶ୍ରାବଣ। ବାପା ପୁଅ ପାଖକୁ ଯାଇ କାନ୍ଦି ପାକାଇଥିଲେ। ଭଉଣୀ ବି କାନ୍ଦି କାନ୍ଦି ଧୈର୍ଯ୍ୟହରା ହୋଇଯାଇଥିଲେ। ରାଣାଙ୍କ ପତ୍ନୀଙ୍କୁ ଶେଷ ସନ୍ତକ ଦେବା ସମୟରେ ବୀର ସ୍ୱାମୀଙ୍କୁ ସାଲ୍ୟୁଟ ମାରି ଶେଷ ବିଧାୟ ଜଣାଇଥିଲେ।   

Advertisment

ଘରଠୁ କିଛି ଦୂରରେ ରାଣାପ୍ରତାପଙ୍କ ପୈତୃକ ସ୍ଥାନରେ ହୋଇଥିଲା ଅନ୍ତିମ ସଂସ୍କାର ପାଇଁ ଆୟୋଜନ।  ଗାଁରେ ୨୧ ଗନ୍ ସାଲ୍ୟୁଟ୍ ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି। ତା ପୂର୍ବରୁ ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କ ମରଶରୀର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟବ୍ୟକ୍ତିମାନେ ତାଙ୍କ ଶେଷ ଦର୍ଶନ କରିବା ସହ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। 

CDS Chopper Crash Odia Jawan Army Chopper Crash
Advertisment
Advertisment