/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639222580.jpg)
Odia Jawan Ranapratap
ତାଳଚେର: ପଞ୍ଚଭୂତରେ ବିଲୀନ ହେଲେ ରାଣାପ୍ରତାପ ଦାସ। ଜନ୍ମମାଟି ତାଳଚେରର କୃଷ୍ଣଚନ୍ଦ୍ରପୁରରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଗନ୍ ସାଲ୍ୟୁଟ୍ ପରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ରାଣାପ୍ରତାପଙ୍କୁ ପୁତୁରା ଆତିସ ଦାସ ମୁଖାଗ୍ନି ଦେଇଛନ୍ତି। ଜନ୍ମମାଟି ତାଳଚେର କୃଷ୍ଣଚନ୍ଦ୍ରପୁରରେ ଶୋକାକୁଳ ପରିବେଶ ହୋଇଛି। ଶୋଭାଯାତ୍ରାରେ ସାମିଲ ହେଲେ ସମସ୍ତ ଦଳର ରାଜନେତା ସାମିଲ ହୋଇଛନ୍ତି।
ସିଡିଏସ୍ ବିପିନ ରାଓ୍ୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ବାୟୁସେନା ଅଧିକାରୀ ରାଣା ପ୍ରତାପଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମମାଟି ତାଳଚେରରେ ଅପରାହ୍ନରେ ପହଞ୍ଚିଥିଲା। ଏହାପରେ ବିରାଟ ଶୋଭାଯାତ୍ରା କରି ତାଙ୍କ ପୈତୃକ ଗାଁ କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯାଇଥିଲା। ଶୋଭାଯାତ୍ରାରେ ଶେଷ ସମ୍ମାନ ଜଣାଇଥିଲେ ଶୁଭେଚ୍ଛୁ ଓ ସମ୍ପର୍କୀୟ।
ଆଜି ସକାଳେ ଭୁବନେଶ୍ୱର ବିମାନ ବନ୍ଦରରେ ରାଣା ପ୍ରତାପଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପୋଲିସ ଡିଜି ଅଭୟ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବିମାନବନ୍ଦରରେ ଅନେକ ବିଶିଷ୍ଟ ବ୍ୟକ୍ତି ରାଣାପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)