Advertisment

ଭୋଟ ପୂର୍ବରୁ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମ; ଲୋକଙ୍କୁ ବାଣ୍ଟିଲା ଡିଜିଟାଲ ମିଟର

ଆନ୍ଧ୍ରପ୍ରଦେଶ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏହି ତଳ ଗଞ୍ଜେଇପଦର ଗ୍ରାମରେ ଏକ ଅଟୋ ଯୋଗେ ଡିଜିଟାଲ ମିଟର ଆଣି ବଣ୍ଟନ କରାଯାଇଛି। ପୂର୍ବରୁ ବିଦ୍ୟୁତ୍ ସେବା ପ୍ରଦାନ ପାଇଁ ଏଠାରେ ଆନ୍ଧ୍ରର ଭିତ୍ତିଭୂମି ରହିଛି। ଏଣୁ ସେମାନେ ଗାଁର ୩୯ ଜଣ ହିତାଧିକାରୀଙ୍କୁ ଫର୍ମଫିଲପ କରି ଏହା ପ୍ରଦାନ କରିଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
digital meter is distributed

digital meter is distributed

ଗୋଟିଏ ଅଞ୍ଚଳରେ ଦୁଇଟି ରାଜ୍ୟର ନିର୍ବାଚନ । ଏମିତି ବିଚିତ୍ର ସ୍ଥିତି ଉପୁଜିଛି କୋରାପୁଟର ଚର୍ଚ୍ଚିତ କୋଟିଆରେ । ଯେଉଁଠି ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପକ୍ଷରୁ ଭୋଟ୍ କରାଇବାକୁ ଚାଲିଛି ସଜବାଜ । ଉଭୟ ରାଜ୍ୟରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ, ଦ୍ବନ୍ଦ୍ବ ଆହୁରି ବଢ଼ିଛି । ଭୋଟର ବି କାହାକୁ ଭୋଟ ଦେବେ ତାକୁ ନେଇ ଟଣାଓଟରା ।

Advertisment

ନିର୍ବାଚନ ଆଉ କେଇଟା ଦିନ ବାକି ଥିବା ବେଳେ, ଏବେ ଚଳଚଞ୍ଚଳ କୋଟିଆରେ ସରଗରମ ନିର୍ବାଚନୀ ପ୍ରସ୍ତୁତି। ଏହାରି ଭିତରେ ପଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତରେ ଆନ୍ଧ୍ର ପକ୍ଷରୁ ବିଦ୍ୟୁତ୍ ସେବା ପ୍ରଦାନ ପାଇଁ ଉଦ୍ୟମ କରାଯାଇଛି । ଆନ୍ଧ୍ରପ୍ରଦେଶ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏହି ତଳ ଗଞ୍ଜେଇପଦର ଗ୍ରାମରେ ଏକ ଅଟୋ ଯୋଗେ ଡିଜିଟାଲ ମିଟର ଆଣି ବଣ୍ଟନ କରାଯାଇଛି। ପୂର୍ବରୁ ବିଦ୍ୟୁତ୍ ସେବା ପ୍ରଦାନ ପାଇଁ ଏଠାରେ ଆନ୍ଧ୍ରର ଭିତ୍ତିଭୂମି ରହିଛି। ଏଣୁ ସେମାନେ ଗାଁର ୩୯ ଜଣ ହିତାଧିକାରୀଙ୍କୁ ଫର୍ମଫିଲପ କରି ଏହା ପ୍ରଦାନ କରିଛନ୍ତି।

ପଢନ୍ତୁ ଏହି ଖବର: କୋଟିଆରେ ବାହାରିବ କି ପୁରୁଣା ରୋଗ ? ଓଡ଼ିଶା ନା ଆନ୍ଧ୍ର, କାହା ଖାତାକୁ ଯିବ କୋଟିଆ ଭୋଟ୍

Advertisment

ତେବେ ସ୍ଥାନୀୟ ବ୍ଲକ୍ ପ୍ରଶାସନ ଏନେଇ ସୂଚନା ପାଇବା ପରେ ସେମାନଙ୍କୁ ଏଠାରୁ ଫେରିଯିବା ପାଇଁ ତାଗିଦ୍ କରିଥିଲେ। ପରେ ସେମାନେ ସେଠାରୁ ଫେରିଯାଇଥିଲେ। ଉପରୋକ୍ତ ଗାଁ ରେ ଓଡ଼ିଶା ପକ୍ଷରୁ ହାତ ଗଣତି ଘରକୁ ବିଦ୍ୟୁତ୍ ସେବା ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ଆନ୍ଧ୍ର କିନ୍ତୁ ଏଠାରେ ବହୁ ପୂର୍ବରୁ ଭିତ୍ତିଭୂମି ପ୍ରସ୍ତୁତ ରଖିଛି। ଏ ନେଇ କିନ୍ତୁ ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ଦେଇନାହିଁ।

ଆନ୍ଧ୍ର ପକ୍ଷରୁ ମିଟର ବଣ୍ଟନ କାର୍ଯ୍ୟକ୍ରମ ସମ୍ପର୍କରେ ଜଣେ ଗ୍ରାମବାସୀ କହିଛନ୍ତି ଯେ, ଆଗକୁ ଭୋଟ ଥିବାରୁ ଆନ୍ଧ୍ର ପକ୍ଷରୁ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଏଭଳି ହୀନ ଉଦ୍ୟମ କରାଯାଇଛି। ସୂଚନା ଅନୁସାରେ ଆସନ୍ତା ମେ ୧୩ ତାରିଖରେ ଉଭୟ କୋରାପୁଟ ଓ ଆନ୍ଧ୍ରର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ପାଇଁ ବ୍ୟଗ୍ର ହୋଇ ଉଠିଛି।

Andhra Odisha Border Dispute
Advertisment
Advertisment