ବର୍ତ୍ତମାନ ଅମିତାଭ ବଚ୍ଚନଙ୍କ ଗୋଟିଏ ଲୁକ୍ ସମସ୍ତଙ୍କୁ ଚକିତ କରିଛି। ‘କଲ୍କୀ ୨୮୯୮ ଏଡି’ ଅମିତାଭ ବଚ୍ଚନଙ୍କ ଚରିତ୍ରରେ ଯେପରି ଦର୍ଶକଙ୍କୁ ରୋମାଞ୍ଚିତ କରିଛି ତାହା ସୋସିଆଲ ମିଡିଆରୁ ଆରମ୍ଭ କରି ୟୁଟ୍ୟୁବ୍ରେ ବହୁତ ପ୍ରଶଂସା ପାଉଛି।
ରଜନୀକାନ୍ତ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଭେଟ୍ଟାଇୟାନ୍' ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି। ଏହା ଏକ ମଲ୍ଟି ଷ୍ଟାର୍ ଫିଲ୍ମ। ଏହି ସମୟରେ ଫିଲ୍ମକୁ ନେଇ ଏକ ଗୁଜବ ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି। ଏହି ଗୁଜବ ଯୋଗୁଁ ଦର୍ଶକଙ୍କ ଉତ୍ସାହ ଚରମ ସୀମାରେ ପହଞ୍ଚିଛି।
ଅମିତାଭ ବଚ୍ଚନ ତାଙ୍କ ସ୍ୱାସ୍ଥ୍ୟ ଖବରକୁ ନେଇ ଆଜିକାଲି ଚର୍ଚ୍ଚାର ଏକ ଅଂଶ ହୋଇଛନ୍ତି। ନିକଟରେ ଖବର ଆସିଥିଲା ଯେ ତାଙ୍କର କୋକିଲାବେନ୍ ହସ୍ପିଟାଲରେ ଏଞ୍ଜିଓପ୍ଲାଷ୍ଟି ହୋଇଛି। ଏହା ପରେ ଏହି ଖବର ଲଗାତର ଚାଲିଥିଲା। ବର୍ତ୍ତମାନ ଅମିତାଭ ବଚ୍ଚନ ଏଭଳି ଖବରରେ ପୂର୍ଣ୍ଣଚ୍ଛେଦ ପକେଇଛନ୍ତି।
ଅମିତାଭ ବଚ୍ଚନଙ୍କର ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଏଞ୍ଜିଓପ୍ଲାଷ୍ଟି ହୋଇଛି। ଶୁକ୍ରବାର ସକାଳେ ଅମିତାଭଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିଗ୍ ବି ୮୧ ବର୍ଷରେ ପହଞ୍ଚିଥିବା ବେଳେ ହାର୍ଟର ଧମନୀରେ ରକ୍ତ ଜମାଟ ବାନ୍ଧିବା କାରଣରୁ ଏହି ଏଞ୍ଜିଓପ୍ଲାଷ୍ଟି କରାଯାଇଛି। ସାଧାରଣତଃ ହାର୍ଟ ପାଇଁ ଏଞ୍ଜିଓପ୍ଲାଷ୍ଟି କରାଯାଏ।
ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଅମିତାଭ୍ ବଚ୍ଚନଙ୍କ ଡୁପ୍ଲିକେଟ୍ କୁହାଯାଉଥିବା ଶଶିକାନ୍ତ ପେଡୱାଲ।
ପ୍ରଭାସଙ୍କ ପାଇଁ ୨୦୨୩ ଭଲ ନଥିଲା। ତାଙ୍କ ଚଳଚ୍ଚିତ୍ର ‘ଆଦିପୁରୁଷ’ ବଡ ପରଦାରେ ସାଙ୍ଘାତିକ ଭାବେ ଫ୍ଲପ୍ ହୋଇଥିଲା। ଏହା ପରେ ‘ସାଲାର’ ଆସିଲା କିନ୍ତୁ ଏହି ଚଳଚ୍ଚିତ୍ର ମଧ୍ୟ ସେମିତି କିଛି ଆଶ୍ଚର୍ଯ୍ୟଜନକ କାମ କରିପାରିଲା ନାହିଁ। ଅବଶ୍ୟ, ୨୦୨୪ ପ୍ରଭାସଙ୍କ ପାଇଁ ବହୁତ ବଡ ହେବାକୁ ଯାଉଛି କାରଣ ତାଙ୍କ ଫିଲ୍ମ ‘ପ୍ରୋଜେକ୍ଟ K’ ବା ‘କଲ୍କି ୨୮୯୮ ଏଡି’ ଖୁବ ଶୀଘ୍ର ଆସୁଛି।
ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ଫେସ୍ବୁକ୍ ଠାରୁ ଇନ୍ଷ୍ଟାଗ୍ରାମ୍ ପର୍ଯ୍ୟନ୍ତ କୋଟି କୋଟି ଫଲୋର୍ସ ଅଛନ୍ତି। କିନ୍ତୁ, ଆପଣ ଜାଣନ୍ତି କି ଅମିତାଭ ଫେସ୍ବୁକରେ କେବଳ ଜଣଙ୍କୁ ହିଁ ଫଲୋ କରନ୍ତି ଏବଂ ସେ ନା କୌଣସି ସେଲିବ୍ରେଟି ନା ସେ କୌଣସି ଏକ ବଡ ନାଁ। ସେ କିଏ ଆସନ୍ତୁ ଜାଣିବା।
ସୋଲେ, କୁଲି, ଦିବାର, ଅଗ୍ନିପଥ ଭଳି ଆକ୍ସନ୍ ପ୍ୟାକ୍ ଦେଇଥିବା ଅମିତାଭ୍ ‘ସିଲସିଲା’ ଭଳି ରୋମାଣ୍ଟିକ୍ ଫିଲ୍ମରେ ବି ଅଭିନୟ କରିଛନ୍ତି।
ଦମଦାର ଭୂମିକା ନେଇ ଆସୁଛନ୍ତି ସୁପରଷ୍ଟାର ରଜନୀକାନ୍ତ। ପୁଣି ବକ୍ସ ଅଫିସ୍ରେ ହେବ ହଇଚଇ। ସେ ବର୍ତ୍ତମାନ ‘ଜୟ ଭୀମ’ ନିର୍ଦ୍ଦେଶକ ଟିଜେ ଜ୍ଞାନଭେଲଙ୍କ ନିର୍ଦ୍ଦେଶିତ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଭେଟ୍ଟାୟାନ’ ପାଇଁ ସୁଟିଂ କରୁଛନ୍ତି।
ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହର ଅତିଥି ତାଲିକାରେ ସ୍ଥାନ ପାଇଛନ୍ତି। ଏସବୁ ମଧ୍ୟରେ ବିଗ୍ ବିଙ୍କୁ ନେଇ ଆଉ ଏକ ଖବର ଏବେ ଖୁବ୍ ଚର୍ଚ୍ଚାରେ ରହିଛି। ସେ ଅଯୋଧ୍ୟାରେ ଏକ ପ୍ଲଟ୍ କିଣିଛନ୍ତି।
୨୨ ଜାନୁଆରୀରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଭବ୍ୟ 'ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ' ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଭବ୍ୟ କାର୍ଯ୍ୟକ୍ରମ'କୁ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ୧୯ ଜଣ ବଡ ବଡ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି। ହେଲେ ବାଦ ପଡିଛନ୍ତି ରାମାୟଣର ଲକ୍ଷ୍ମଣ। ଏନେଇ ସେ ପ୍ରକାଶ କରିଛନ୍ତି ନିଜର କୋହ।
ନିକଟରେ ଐଶ୍ୱର୍ଯ୍ୟା ରାୟ ଏବଂ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏବେ ଐଶ୍ୱର୍ଯ୍ୟା ରାୟ ଅଭିଷେକ ବଚ୍ଚନଙ୍କ ବଙ୍ଗଳା ଅର୍ଥାତ୍ 'ଜଲସା' ଛାଡିଛନ୍ତି। ଏହାପରେ ସେମାନଙ୍କ ଛାଡପତ୍ର ଗୁଜବ ଜୋର ଧରିଛି।
ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିରରେ ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଦିନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢ଼ୁଛି । ଆସନ୍ତା ୨୨ ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇ ସାରିଛି ।
ମୁମ୍ବାଇରେ ଅମିତାଭଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ସେଥିମଧ୍ୟରୁ ଜୁହୁରେ ରହିଥିବା ତାଙ୍କର ଏହି ବଙ୍ଗଳା ‘ପ୍ରତୀକ୍ଷା’ ହେଉଛି ସର୍ବପୁରାତନ । ଏହି ବଙ୍ଗଳାରେ ଅମିତାଭ ତାଙ୍କ ବାପା-ମା’ ଓ ସପରିବାର ସହ ରହିଆସୁଥିଲେ ।
୨୦୨୩ ବିଶ୍ୱକପ୍ରେ ପରାଜୟ ପରେ ଭାରତର ସବୁ ମହଲରେ ଏବେ ଶୋକର ବାତାବରଣ ଖେଳିଯାଇଛି। ଏହାରି ଭିତରେ ଅନେକ କ୍ରିକେଟ୍ ପ୍ରେମୀ ଏବଂ ସେଲିବ୍ରେଟି ଭାରତୀୟ ଟିମ୍କୁ ନେଇ ନିଜର ମତାମତ ଦେଉଛନ୍ତି। ସେଲିବ୍ରେଟିମାନେ ଭାରତୀୟ ଖେଳାଳୀଙ୍କ ମନୋବଳକୁ ଦୃଢ କରିବା ନେଇ ଉତ୍ସାହିତ କରୁଥିବା ଦେଖାଯାଏ।
ସାଉଥ୍ ଇଣ୍ଡଷ୍ଟ୍ରୀର ଥାଲାଇଭା ରଜନୀକାନ୍ତ ଏବଂ ବଲିଉଡର ଶେହେନ୍ସା ଅମିତାଭ ବଚ୍ଚନଙ୍କୁ ବଡ ପରଦାରେ ଧମାଲ କରିବାକୁ ଯାଉଛନ୍ତି। ପ୍ରାୟ ୩୩ ବର୍ଷ ପରେ ଏଭଳି ହେବାକୁ ଯାଉଛି। ରଜନୀକାନ୍ତ ସୋସିଆଲ ମିଡିଆ ପୋଷ୍ଟ୍ ମାଧ୍ୟମରେ ଏନେଇ ନିଜର ଖୁସି ପ୍ରକାଶ କରିଛନ୍ତି।
ଜୟା ଭାଦୁଡିଙ୍କ ପ୍ରେମରେ ପଡି ବିବାହ କରିବା ପୂର୍ବରୁ ଅମିତାଭ ବଚ୍ଚନଙ୍କର ଅନେକଙ୍କ ସହିତ ମଧ୍ୟ ପ୍ରେମ ସଂପର୍କ ଥିଲା। ସବୁଥିଲେ ଆଗ ଧାଡିର ହିରୋଇନ୍। ଜଣେ ତ ଅଲଗା ହେବାପରେ ମାନସିକ ଚାପରେ ରହି ଶେଷରେ ଜୀବନ ହାରିଲେ।
ସେ ମହାନାୟକ, ସେ ସେହେନଶା, ସେ ଯେଉଁଠି ଛିଡ଼ା ହୁଅନ୍ତି ଲାଇନ୍ ସେଇଠୁ ଆରମ୍ଭ ହୁଏ । କାହାଣୀ ତାଙ୍କଠୁ ଆରମ୍ଭ, ଶେଷ ବି ତାଙ୍କ ପାଖରୋ କଥା ଏମିତି ଯାହା ଡାଇଲଗ୍ ହୋଇଯାଏ, ଷ୍ଟାଇଲ୍ ଏମିତି ଯାହା ଆଇକନିକ୍ ବନିଯାଏ ।
ଅମିତାଭ ବଚ୍ଚନ ଆଜି ତାଙ୍କର ୮୧ ତମ ଜନ୍ମଦିନ ପାଳନ କରୁଛନ୍ତି। ବଲିଉଡରେ ସେ ଅନେକ ସଂଘର୍ଷ କରି ଆଜି ସେ ଏହି ସ୍ଥାନରେ ପହଞ୍ଚିଛନ୍ତି। ତେବେ ଆସନ୍ତୁ ଆଜି ଦିନରେ ବିଗ୍ ବି’ଙ୍କ ସହିତ ଜଡିତ ଏକ ଜବରଦସ୍ତ କାହାଣୀ ଜାଣିନେବା।
ଆନୁଷ୍ଠାନିକ ଭାବରେ 'ଡନ୍' ଫ୍ରାଞ୍ଚାଇଜ୍ର୍ ‘ଡନ୍-୩’ ଘୋଷଣା ହୋଇଛି। ତେବେ ଏଥର ଶାହରୁଖ ଖାନ କି ଅମିତାଭ ବଚ୍ଚନ ଦର୍ଶକଙ୍କ ମଧ୍ୟରେ 'ଡନ୍' ହେଇ ଆସିବେ ନାହିଁ। ଏହି ଫିଲ୍ମ ପାଇଁ ନୂଆ 'ଡନ୍' ପରଦାକୁ ଆସିବେ….
ସୁପର୍ଷ୍ଟାର୍ ପ୍ରଭାସ ଆଉ ଏକ ଫିଲ୍ମ ‘ପ୍ରୋଜେକ୍ଟ କେ’ ସହିତ ଫେରୁଛନ୍ତି, ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଲାଣି। ଫିଲ୍ମର ପୋଷ୍ଟରେ ପ୍ରଭାସଙ୍କ ଲୁକ୍ ଦେଖି ପ୍ରଶଂସକମାନେ ନିରାଶ ହୋଇଥିଲେ। ଏହି ସମୟରେ ଫିଲ୍ମର ଟିଜର ରିଲିଜ୍ ହୋଇଛି ଯେଉଁଥିରେ ଫିଲ୍ମର ନା ‘କଲ୍କୀ 2898 AD’ ରଖାଯାଇଛି।
କମଲ ହାସନ ଫିଲ୍ମ 'ଶୋଲେ'କୁ ନେଇ ଏକ ବିବାଦୀୟ ମତ ଦେଇଛନ୍ତି। କମଲ ହାସନ ଯେତେବେଳେ ଏହି ଫିଲ୍ମ ଦେଖିଲେ, ସେ ଏହାକୁ ଘୃଣା କରିଥିବା କହିଛନ୍ତି। ସେ ଏହି ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବରେ ଜଡିତ ଥିଲେ।
ଆଲୋଚନା ହଉଛି ଯେ ଅଭିଷେକ ମଧ୍ୟ ସମାଜବାଦୀ ପାର୍ଟି ଟିକେଟ୍ ରେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ସେ ଉତ୍ତରପ୍ରଦେଶର ଆହ୍ଲାବାଦ ଲୋକସଭା ଆସନରୁ ନିର୍ବାଚନ ଲଢେଇବା ନେଇ ଚର୍ଚ୍ଚା ହେଉଛି।
ଆଜିକାଲି ପ୍ରାୟ ବଲିଉଡ୍ ଫିଲ୍ମ ସାଉଥ୍ର ରିମେକ୍ ହେଉଛି। କିନ୍ତୁ ଅମିତାଭ ବଚ୍ଚନଙ୍କ ଏମିତି ଅନେକ ଫିଲ୍ମ ଅଛି ଯାହାକୁ ସାଉଥ୍ ରିମେକ୍ କରାଯାଇଛି ଆଉ ଏହି ସବୁ ଫିଲ୍ମର ମୁଖ୍ୟ ଅଭିନେତା ସାଜିଛନ୍ତି ରଜନୀକାନ୍ତ। ଏହିସବୁ ଫିଲ୍ମ ମଧ୍ୟ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଆସନ୍ତୁ ନଜର ପକେଇବା।
ପ୍ରସିଦ୍ଧ ଅଭିନେତ୍ରୀ ସୁଲୋଚନା ଲାଟକରଙ୍କ ଦେହାନ୍ତ ହୋଇଛି। ସେ ଜୁନ୍ ୪ରେ ମୁମ୍ବାଇର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ଅଭିନେତ୍ରୀଙ୍କ ଝିଅ କଞ୍ଚନ ତାଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ତାଙ୍କ ଅସୁସ୍ଥତା ଖବର ଦେଇଥିଲେ।