/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739612622.jpg)
Sushil Kumar
ବିହାରର ସୁଶୀଲ କୁମାର, ଯିଏକି ଦିନେ ଅମିତାଭ ବଚ୍ଚନଙ୍କ 'କୌନ ବନେଗା କରୋଡପତି'ରେ ୫ କୋଟି ଜିତି ରାତିରାତି ଘରେ ଘରେ ପରିଚିତ ହୋଇଯାଇଥିଲେ । ସେ ଥିଲେ କେବିସିର ପ୍ରଥମ ପ୍ରତିଯୋଗୀ ଯିଏ ୫ କୋଟି ଜିତିଥିଲେ । ହେଲେ କିଛି ମାସ ତଳେ ଖବର ଆସିଲା, ଏହି କୋଟିପତି ଏବେ ପୁରାପୁରି କାଙ୍ଗାଳ ହୋଇଯାଇଛନ୍ତି । ଗୋପାଳନ କରି ଓ କ୍ଷୀର ବିକି ନିଜର ପେଟ ପୋଷୁଛନ୍ତି । ସେତେବେଳେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ତେବେ ଏତେ ସାରା ଟଙ୍କା ଜିତିବା ପରେ ବି ହଠାତ୍ କିପରି ସୁଶୀଲ ଦେବାଳିଆ ହୋଇଗଲେ, ତାହାର ପ୍ରକୃତ ସତ ଏବେ ପଦାକୁ ଆସିଛି ।
ଅଧିକ ପଢ଼ନ୍ତୁ: ଜେଲରୁ ଜ୍ୟାକଲିନଙ୍କୁ ପ୍ରାଇଭେଟ ଜେଟ୍ ଗିଫ୍ଟ, ଦୁହିଁଙ୍କ ସମ୍ପର୍କ ନେଇ ଏମିତି ଲେଖିଲା ସୁକେଶ
୨୦୧୧ରେ ସୁଶୀଲ କୁମାର କେବିସିରେ ପ୍ରଥମ ୫ କୋଟି ବିଜେତା ହୋଇଥିଲେ । ଏହା ତାଙ୍କୁ ରାତାରାତି ସେଲିବ୍ରିଟି କରିଦେଇଥିଲା । ହେଲେ ସେ ଏତେ ସାରା ଟଙ୍କାକୁ ଠିକ୍ ଭାବେ କାମରେ ଲଗାଇ ପାରିନଥିଲେ । ୨୦୨୦ରେ ସୁଶୀଲ ଫେସବୁକରେ ସେୟାର କରିଥିଲେ ଯେ, ସେ ସବୁତକ ଟଙ୍କା ଉଡାଇ ଦେଇଛନ୍ତି ଏବଂ ନିଶା କରୁଛନ୍ତି । ସୁଶୀଲ ସୋସିଆଲ ମିଡିଆରେ କହିଥିଲେ, କେବିସି ଜିତିବା ପରେ ସେ ମାସକୁ ହଜାର ହଜାର କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ଓ ଟଙ୍କା ଦାନ କରିବାରେ ଲାଗିଥିଲେ । ଏଥିପାଇଁ ଅନେକ ଲୋକଙ୍କ ଦ୍ବାରା ଠକାମୀର ଶିକାର ମଧ୍ୟ ହୋଇଥିଲେ ।
ଏହା ମଧ୍ୟ କହିଥିଲେ ଯେ, ଏସବୁ ନେଇ ତାଙ୍କ ସ୍ତ୍ରୀଙ୍କ ସହିତ ସମ୍ପର୍କ ଧୀରେ ଧୀରେ ବିଗିଡି ଯାଇଛି ଏବଂ ସେ ମଦ, ସିଗାରେଟ୍ ଆଦି ନିଶା ଅଭ୍ୟାସରେ ପଡିଛନ୍ତି ।
ଅସଲ କଥା କହିଲେ ସୁଶୀଲ:
ବର୍ତ୍ତମାନ ସୁଶୀଲ ନିଜ ଦେବାଳିଆ ହେବା ଘଟଣା ସମ୍ପର୍କରେ କହିଛନ୍ତି, ଦିନେ ମୁଁ ରାସ୍ତାରେ ଯାଉଥିଲି । ଏତିକି ବେଳେ ଏକ ଇଂରାଜୀ ଖବରକାଗଜରୁ ଜଣେ ସାମ୍ବାଦିକ ମୋତେ କଲ୍ କଲେ । ମୁଁ ବିରକ୍ତ ହୋଇ ତାଙ୍କୁ କହିଦେଇଥିଲେ ଯେ ମୁଁ ସବୁତକ ଟଙ୍କା ଉଡାଇ ଦେଇଛି ଏବଂ ଗୋପାଳନ କରି କ୍ଷୀର ବିକି ପେଟ ପୋଷୁଛି ।
ସାମ୍ବାଦିକ ଜଣକ ଏହାକୁ ସତ ବୋଲି ବିଶ୍ବାସ କରିଗଲେ ଓ ମୋର ଦେବାଳିଆ ଖବର ପ୍ରକାଶିତ ହୋଇଗଲା । ମୁଁ କୋଟିପତିରୁ କାଙ୍ଗାଳ ହୋଇଯାଇଛି ବୋଲି ଚାରିଆଡେ ଗୁଜବ ବ୍ୟାପିଗଲା । ଏହାପରେ ମୋ ଚାରିପଟେ ଘୁରି ବୁଲିଥିବା ଲୋକମାନେ ହଠାତ୍ ମୋଠୁ ଦୂରେଇ ଗଲେ । ଆଉ କୌଣସି କାର୍ଯ୍ୟକ୍ରମକୁ ମୋତେ ଡକାଗଲା ନାହିଁ । ତା'ପରେ ମୁଁ ଆଗକୁ କ'ଣ କରିବି ଭାବିବାକୁ ଟିକିଏ ସମୟ ପାଇଲି ।
ବାସ୍ତବ ଘଟଣା ହେଲା, ସୁଶୀଲ ଆଦୌ ଗରିବ ହୋଇନାହାନ୍ତି । ତାଙ୍କର ଆର୍ଥିକ ଅବସ୍ଥା ଭଲ ଥିବା ସେ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି । ଏପରିକି ୨୦୨୩ରେ ସୁଶୀଲ ସରକାରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ । ବର୍ତ୍ତମାନ ମନୋବିଜ୍ଞାନରେ ଶିକ୍ଷକତା ସହିତ ସେ ଏକ ବୃକ୍ଷରୋପଣ ଅଭିଯାନ ମଧ୍ୟ ଚଲାଉଛନ୍ତି ।
କହିରଖୁଛୁ କି, ସୁଶୀଲ କେବିସିରେ ୫ କୋଟି ଜିତିଥିଲେ ହେଁ ଟ୍ୟାକ୍ସ କଟିବା ପରେ ତାଙ୍କୁ କେବଳ ସାଢେ ୩ କୋଟି ମିଳିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)