Advertisment

Amitabh Bachchan: ଆଜି ଦେଶର ସବୁଠୁ ବଡ଼ ସୁପରଷ୍ଟାର ବିଗ୍ ବିଙ୍କ ଜନ୍ମଦିନ; ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା ତଥ୍ୟ

ଦେଶର ସବୁଠୁ ବଡ଼ ସୁପରଷ୍ଟାର ସବୁଠୁ ବଡ଼ ହିରୋ ଅମିତାଭ ବଚ୍ଚନଙ୍କ ଆଜି ୮୩ତମ ଜନ୍ମଦିନ। ବିଗ୍ ବି’ଙ୍କ ବାର୍ଥ ଡେ’କୁ ତାଙ୍କ ପ୍ରଶଂସକ ମାନେ ସାରା ଦେଶରେ ପାଳନ କରୁଛନ୍ତି।

author-image
Chinmayee Sahoo
Amitabh Bachchan

Amitabh Bachchan Photograph: (OTV)

ଦେଶର ସବୁଠୁ ବଡ଼ ସୁପରଷ୍ଟାର...ସବୁଠୁ ବଡ଼ ହିରୋ, ନାୟକ ନୁହେଁ ସେ...ମହାନାୟକ। ଆଜି ଅମିତାଭ ବଚ୍ଚନଙ୍କ ୮୩ତମ ଜନ୍ମଦିନ। ୬ ଦଶବ୍ଦି ଧରି ବଲିଉଡ୍ ଓ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ସ୍ବତନ୍ତ୍ର ସ୍ଥାନ ରଖିଥିବା ବିଗ୍ ବି’ଙ୍କ ବାର୍ଥ ଡେ’କୁ ସାରା ଦେଶ ପାଳନ କରୁଛି। ମୁମ୍ବାଇ ଜଲସା ଘର ଆଗରେ ଫ୍ୟାନ ଅପେକ୍ଷା କରିଛନ୍ତି ଗୋଟିଏ ଝଲକ ପାଇଁ। ଗଲା ୬୦ ବର୍ଷ ଧରି ନିଜର ଅଲଗା ଅଲଗା ସେଡ୍ ରେ ଅଭିନୟ କରି ଅମିତାଭ୍ ତିଆରି କରିଛନ୍ତି ମାଇଲ୍ ଷ୍ଟୋନ୍। କେତେ ଆସିଲେ ଆଉ କେତେ ଗଲେ କିନ୍ତୁ ସେ ଥିଲେ ଆଉ ଅଛନ୍ତି।
ବିଜୟ...ବିଗ୍ ବି...ସେହନସା..ନା ଅନେକ, ଚରିତ୍ର ବି ଅନେକ ହେଲେ ଚେହେରା ଗୋଟିଏ। ଭାରତୀୟ ସିନେମାର ମହାନାୟକ, ଶତାବ୍ଦୀର ସେହନସା...ଯାହାର ଗୋଟିଏ ଡାଇଲଗ୍ ସିନେମାକୁ ହିଟ୍ କରିଦିଏ, ସିଏ ଅମିତାଭ। ଚେହେରା ଯେମିତି ଅଭିନୟ ସେମିତି। ଭିଡ଼ ଭିତରେ, ସିନେମା ଭିତରେ ଚିହ୍ନି ହେଇ ଯାଉଥିବା ବ୍ୟକ୍ତି। ସେଥିପାଇଁ ତ ଦର୍ଶକଙ୍କ ଭିଡ଼ ଭିତରେ ଛିଡ଼ା ହୋଇଥିବା ଅମିତାଭଙ୍କୁ ଅଭିନୟ ପାଇଁ ପରାମର୍ଶ ଦେଇଥିଲେ ଶଶି କପୁର୍। 
ଆଜି ଅମିତାଭଙ୍କ ଜନ୍ମଦିନ, ସାରା ବିଶ୍ବରୁ ଛୁଟୁଛି ଶୁଭେଚ୍ଛା। ଦିନେ ଭିଡ଼ ଭିତରେ ଛିଡ଼ା ହୋଇ ବମ୍ବେର ଗଳିରେ କାମ ମାଗୁଥିବା ବ୍ୟକ୍ତି ଆଜି ଦୂରରୁ ପୋଷ୍ଟରରେ ଚିହ୍ନି ହେଉଥିବା ମେଗା ଷ୍ଟାର୍। କାଲିର ଦିନ ଅମିତାଭ୍...ଆଜିର ଦିନ ବି ଅମିତାଭ ଆଉ ଯେମିତି ଆଗାମୀ ସମୟ ବି ଅମିତାଙ୍କ। ଗଲା ୫୦ ବର୍ଷ ଧରି ଯିଏ କେହି ବି ଷ୍ଟାର୍ ହେବାକୁ ଆସିଛି କିମ୍ବା ଆସିବାକୁ ସ୍ବପ୍ନ ଦେଖୁଛି ସେ କେବଳ ଅମିତାଭଙ୍କ ଭଳି, ଅମିତାଭଙ୍କ ପରି ହେବାକୁ ଚାହିଁଛି। ବୟସ ତାଙ୍କ ଆଗରେ ଯେମିତି ହାର ମାନିଛି। ସମୟ ଯେମିତି ତାଙ୍କ ପାଖରେ ଅଟକି ଯାଇଛି।
ଆଲ୍ଲାବାଦ୍ ରେ ବିଶିଷ୍ଟ ଲେଖକ ହରିବଂଶ ରାୟ ବଚ୍ଚନଙ୍କ ଘରେ ଆଜିର ଦିନରେ ୧୯୪୨ ମସିହାରେ ଜନ୍ମ ହୋଇଥିଲେ ଇନକିଲାବ୍ ଶ୍ରୀବାସ୍ତବ। ଅଲ ଇଣ୍ଡିଆ ରେଡିଓରେ ଭଏସ୍ ଓଭର୍ ଆର୍ଟିଷ୍ଟ ଭାବେ କ୍ୟାରିୟର୍ କରିବାକୁ ଚେଷ୍ଟା କରି ବାରମ୍ବାର ପ୍ରତ୍ୟାଖିତ ହୋଇଥିଲେ। ନିଜ ଲମ୍ବା ଚେହେରା, ମୋଟା ସ୍ବର ତାଙ୍କୁ ନା ପରଦା ପଛରେ ନା ପରଦା ଆଗକୁ ଆଣିବାକୁ ଦେଇଥିଲା। ହେଲେ ଇନକିଲାବ୍ ରୁ ଅମିତାଭ୍ ହେବା ଯେମିତି ଥିଲା ସେମିତି ବଚ୍ଚନ ଫିଲ୍ମରେ ଡେବ୍ୟୁ କରିବା ବି ସେମିତି କିଛି ଘଟଣାବହୁଳ ଥିଲା। 
୧୯୬୯ରେ ମୃଣାଳ ସେନ୍ ଙ୍କ ବଙ୍ଗଳା ଫିଲ୍ମ ‘ଭୁବନ ସୋମେ’ରେ ଭଏସ୍ ଓଭର୍ ଓ ସେ ବର୍ଷ ସାଥ୍ ହିନ୍ଦୁସ୍ତାନୀରେ ଅଭିନୟ ଡେବ୍ୟୁ କରିଥିଲେ। ଲୋକେ ସିନା ଦେଖିଥିଲେ ହେଲେ ମନେ ରଖିନଥିଲେ। ଏହା ପରେ ୧୨ଟି ଫିଲ୍ମ ଫ୍ଲପ୍ ଦେଇଥିଲେ ବଚ୍ଚନ୍। ତଥାପି ନା ହାରିଥିଲେ ନା ହାର ମାନିଥିଲେ। ୧୯୭୩ର ଜଞ୍ଜୀର ବଦଳାଇଥିଲା ଅମିତାଭ ଓ ଭାରତୀୟ ସିନେମାର ଭାଗ୍ୟ ଓ ଭବିଷ୍ୟତ। କାଲିଆ, ଅମର୍ ଅକବର୍ ଆଥୋନୀ, ସତେ ପେ ସତା, ଦିୱାର, ଡନ୍, ଶୋଲେ ତାଙ୍କୁ କରିଦେଇଥିଲା ଭାରତର ୱାନ୍ ଆଣ୍ଡ ଓନଲି- ANGRY MAN। 
୧୯୮୩ର କୁଲି ଫିଲ୍ମ ସୁଟିଂ ବେଳେ ଗୁରୁତର ଆହତ ହୋଇଥିବା ଅମିତାଭଙ୍କ ପାଇଁ କାନ୍ଦି ଥିଲା ସାରା ଭାରତ। ଫ୍ୟାନଙ୍କ ଭଲ ପାଇବା ଆଗରେ ଯେମିତି ହାର ମାନିଥିଲା ମୃତ୍ୟୁ। ଯେତେ ହିଟ୍ ଅମିତାଭ, ସେତେ ଫିଟ୍ ଆଉ ସେତେ ଭିନ୍ନ ବି। ଅମିତାଭ୍ ଦୁଇ ହାତରେ ଲେଖିପାରନ୍ତି, ଗୋଟିଏ ହାତରେ ଦୁଇଟି ଘଣ୍ଟା ପିନ୍ଧନ୍ତି।

Advertisment

ଅଧିକ ଦେଖନ୍ତୁ:

Amitabh Bachchan
Advertisment
Related Articles
Advertisment