• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Amitabh Bachchan

Amitabh Bachchan tearup deal with Kamla Pasand pan masala
ପାନ ମସଲା କମ୍ପାନୀ ‘କମଲା ପସନ୍ଦ’ର ଡିଲ୍‌କୁ ଛାଡିଲେ ଅମିତାଭ

ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଆଜି ତାଙ୍କର ୭୯ତମ ଜନ୍ମଦିନ ପାଳୁଛନ୍ତି। ଏହି ଅବସରରେ ସେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ୍ ମିଡିଆରେ ସେ ଜଣେଇଛନ୍ତି ଯେ ପାନ ମସଲା କମ୍ପାନୀ ‘କମଲା ପସନ୍ଦ’ରେ କରିଥିବା ଡିଲ୍‌କୁ ସେ ଛାଡିଛନ୍ତି। ନିକଟରେ ପାନ ମସଲାର ବିଜ୍ଞାପନ କରିବା ନେଇ ଅମିତାଭଙ୍କୁ ଅନେକ ଟ୍ରୋଲ୍‌ର ଶିକାର ହେବାକୁ ପଡିଥିଲା। ଏହାକୁ ନେଇ ବିଗ୍ ବି ନିଜ ଅଫିସ୍‌ର ମତକୁ ବି ନିଜ ବ୍ଲଗ୍‌ରେ ଶେୟାର କରିଛନ୍ତି।

ଅମିତାଭ୍ ବଚ୍ଚନ
ବୟସ ତାଙ୍କ ସମ୍ମୁଖରେ ହାର ମାନିଛି, ଛୋଟ ହେଉ କି ବଡ଼ ସବୁ ସ୍କ୍ରିନରେ ଅମିତାଭ ହିଟ୍

ଛୋଟ ହେଉ କି ବଡ଼, ସବୁ ପରଦାରେ ସେ ହିଟ୍ । ଦମଦାର ଭଏସ୍ ଓ ଜବରଦସ୍ତ ଆକ୍ସନ୍ ତାଙ୍କୁ ସମସ୍ତ ଭାରତୀୟଙ୍କ ହୃଦୟରେ ସ୍ଥାନ ଦେଇଛି । ଯେତେବେଳେ ସେ ନିଜର ପରିଚୟ ଦିଅନ୍ତି, ତାହା ଇତିହାସ ପାଲଟେ । ସେ ବିଗ୍ ବି, ସେହନସାହା, ବିଜୟ, ମୁନ୍ନା, ଆଙ୍ଗ୍ରି ୟଙ୍ଗମ୍ୟାନ୍, ସୁପରଷ୍ଟାରଙ୍କ ସୁପରଷ୍ଟାର, ଶତାବ୍ଦୀର ମହାନାୟକ ।

Amitabh Bachchan fitness mantra
୭୯ ବର୍ଷରେ ଅମିତାଭ; ଜାଣନ୍ତୁ ଫିଟ୍ ଓ ସ୍ୱାସ୍ଥ୍ୟବାନ ରହିବା ପଛର କାରଣ କ’ଣ

ବଲିଉଡ୍ ଶେହଂଶାହ ଅମିତାଭ ବଚ୍ଚନ ଆଜି ୭୯ ବର୍ଷରେ ପହଞ୍ଚିଛନ୍ତି। ୧୯୪୨ ମସିହା ଅକ୍ଟୋବର ୧୧ରେ ତାଙ୍କର ଜନ୍ମ ଆହ୍ଲାବାଦରେ ହୋଇଥିଲା। ଏହି ବୟସରେ ମଧ୍ୟ ଅମିତାଭ ଖୁବ୍ ଏନର୍ଜେଟିକ୍ ଓ ଫିଟ୍ ଦେଖାଯାଉଛନ୍ତି। ଏହା କୁହାଯାଇପାରେ ଯେ ଅମିତାଭଙ୍କ ବୟସ ତାଙ୍କ ଫିଟ୍‌ନେସ୍‌କୁ ଖାପ ଖୁଆଉ ନାହିଁ। ଏହି ବୟସରେ ତ ସାଧାରଣ ଲୋକେ ବିଶ୍ରାମ ନେବା ନେଇ ଚିନ୍ତା କରନ୍ତି। କିନ୍ତୁ ଅମିତାଭ ବଚ୍ଚନ ଆଜି ବି ଦିନକୁ ୧୬ ଘଣ୍ଟା କାମ କରନ୍ତି।

Amitabh Bachchan Turns 79 | As Fans Gather Outside His Residence To Celebrate Birthday
ଆଜି ଅମିତାଭ୍ ବଚନଙ୍କ ଜନ୍ମଦିନ

୮୦ ବର୍ଷ ବୟସରେ ପାଦ ଦେଇଛନ୍ତି ବଲିଉଡ୍ର ଶେହନ୍ସା ବିଗ୍ ବି ଅମିତାଭ ବଚ୍ଚନ। ଏହି ଅବସରରେ ତାଙ୍କର ଫ୍ୟାନ୍ ମାନେ ବିଳମ୍ବିତ ରାତିରେ ମୁମ୍ବାଇସ୍ଥିତ ବାସଭବନ ବାହାରେ ଏକାଠି ହୋଇ ଜନ୍ମଦିନ ପାଳିଛନ୍ତି।

amitabh bachchan’s 80 birthday
୮୦ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ ଜଗତର ବିଗ୍‌ ବି ଅମିତାଭ୍‌ ବଚ୍ଚନ

୮୦ ବର୍ଷ ବୟସରେ ପାଦ ଦେଇଛନ୍ତି ବଲିଉଡ୍‌ର ଶେହନ୍ସା ବିଗ୍ ବି ଅମିତାଭ ବଚ୍ଚନ । ଜନ୍ମଦିନ ଅବସରରେ ମୁମ୍ବାଇ ସ୍ଥିତ ଜଲ୍‌ସା ବାସଭବନ ବାହାରେ ତାଙ୍କର ଫ୍ୟାନ୍ ମାନେ ବିଳମ୍ବିତ ରାତିରେ ଏକାଠି ହୋଇ ଜନ୍ମଦିନ ପାଳନ କରିଛନ୍ତି ।

Amitabh asks producer to stop KBC
ସେଟ୍‌ରେ ପ୍ରଡ୍ୟୁସରଙ୍କୁ ‘କେବିସି'କୁ ବନ୍ଦ କରିବାକୁ କହିଲେ ଅମିତାଭ

ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ଆଜିକାଲି ପ୍ରସିଦ୍ଧ କୁଇଜ୍ ସୋ ‘କୌନ ବନେଗା କରୋଡପତି ୧୩'କୁ ହୋଷ୍ଟ୍ କରୁଛନ୍ତି। ପ୍ରତ୍ୟେକ ଥର ବିଗ୍ ବିଙ୍କ ପ୍ରଶଂସକଙ୍କୁ କିଛି ନା କିଛି ନୂଆ ଦେଖିବାର ସୁଯୋଗ ମିଳେ। ଅନେକ ଥର ବିଗ୍ ବି ଶୋ’ର ପ୍ରତିଯୋଗୀମାନଙ୍କ କଥାରେ ସମ୍ମତି ହେଉଥିବା ବି ଦେଖାଯାଏ। ଏବେ ଶୋ’ର ଏକ ନୂଆ ପ୍ରୋମୋ ସାମ୍ନାକୁ ଆସିଛି। ଏହି ପ୍ରୋମୋରେ ଅମିତାଭ ଶୋ’କୁ ବନ୍ଦ କରିଦେବା ନେଇ କହୁଥିବା ନଜର ଆସିଛନ୍ତି।

Amitabh Bachchan
ପାନ ମସଲା ବିଜ୍ଞାପନ କାହିଁକି କଲେ ଅମିତାଭ?

ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କୁ ଏକ ପାନ ମସଲା ବିଜ୍ଞାପନ ପାଇଁ ଟ୍ରୋଲ ହେବାକୁ ପଡିଛି। ନିକଟରେ ଅମିତାଭ ରଣବୀର ସିଂହଙ୍କ ସହିତ ଏହି ବିଜ୍ଞାପନଟି କରିଥିଲେ। ଟ୍ରୋଲିଂ ହେବା ପରେ ସେ ଏହାର ଜବାବ ସୋସିଆଲ୍ ମିଡିଆରେ ରଖିଛନ୍ତି।

KBC
କେବିସିରେ ଆରାଧ୍ୟାଙ୍କ ପାଠ ପଢା କଥା କହିଲେ ଅମିତାଭ

ଟିଭିର ଲୋକପ୍ରିୟ କ୍ୱିଜ୍ ଆଧାରିତ ରିଏଲିଟି ଶୋ’ ‘କୌନ୍ ବନେଗା କରୋଡ ପତି ୧୩’ ର ହଟ୍ ସିଟ୍‌ରେ ଥିଲେ କଳ୍ପନା ସିଂହ ବୈଠୀ। କଳ୍ପନା ଗ୍ୱାଲିଅର୍‌ର ଏକ ସ୍କୁଲରେ ଅଧ୍ୟକ୍ଷା ଅଛନ୍ତି। ସେ ଗେମ୍‌ ସମୟରେ ଅମିତାଭ ବଚ୍ଚନଙ୍କ ସହିତ ଅନ୍‌ଲାଇନ୍ କ୍ଲାସ୍‌ର ଚ୍ୟାଲେଞ୍ଜକୁ ନେଇ କଥା ହୋଇଥିଲେ। ଏହା ଉପରେ ବିଗ୍ ବି ନିଜ ନାତୁଣୀ ଆରାଧ୍ୟାଙ୍କ ଅନ୍‌ଲାଇନ୍ କ୍ଲାସ ସହ ଜଡିତ କିଛି କଥା ଖୁଲାସା କରି କହିଛନ୍ତି ଯେ ଆରାଧ୍ୟା ମଧ୍ୟ ନୂଆ ଜିନିଷ ସହିତ ଆଡଜଷ୍ଟ କରିବା ନେଇ ଚେଷ୍ଟା କରୁଛି।

Kaun Banega Crorepati
କେବିସି-୧୩ର ପ୍ରଥମ ଦୃଷ୍ଟିହୀନ ମହିଳା କରୋଡପତି

କୌନ ବନେଗା କରୋଡପତି ସିଜନ-୧୩ର ପ୍ରଥମ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି ଜଣେ ଦୃଷ୍ଟିହୀନ ମହିଳା। ସେ ହେଉଛନ୍ତି ଉତ୍ତରପ୍ରଦେଶ ଆଗ୍ରାର ହିମାନୀ ବୁନ୍ଦେଲା। ଶୋ’ର ହୋଷ୍ଟ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍‌ସିଟ୍‌ରେ ବସି ହିମାନୀ ପୂରା ଆତ୍ମବିଶ୍ୱାସର ସହିତ ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ। ହିମାନୀ କହିଛନ୍ତି ଯେ ଯଦି ତୁମେ କିଛି କରିବା ପାଇଁ ପଦକ୍ଷେପ ଉଠେଇଛ ଆଉ ତୁମର ଜ୍ଞାନକୁ ବୃଦ୍ଧି କରିବାକୁ ଚାହୁଁଛ ତେବେ କୌଣସି ବି ସମସ୍ୟା ତୁମକୁ ରୋକ ଦେଇ ପାରିବ ନାହିଁ। ହିମାନୀଙ୍କ ବିଜୟ ଲକ୍ଷାଧିକ ଲୋକଙ୍କ ପାଇଁ ପ୍ରେରଣା।

salman and shahrukh's bodyguard
ଅମିତାଭଙ୍କ ବଡିଗାର୍ଡଙ୍କଠୁ ଅଧିକ ଦରମା ପାଉଛନ୍ତି ଶାହରୁଖ ଓ ସଲମାନ୍‌ଙ୍କ ବଡିଗାର୍ଡ

ଫିଲ୍ମ ଇଣ୍ଡଷ୍ଟ୍ରିରେ ବଡ଼ ବଡ଼ ଷ୍ଟାରମାନେ ବିଳାସପୂର୍ଣ୍ଣ ଜୀବନଯାପନ କରିଥାନ୍ତି। ସେମାନେ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷ ଉପରେ ଫ୍ୟାନ୍ସଙ୍କ ନଜର ଥାଏ। ସବୁଠରୁ ଅଧିକ ଚର୍ଚ୍ଚାରେ ଥାନ୍ତି ସେମାନଙ୍କର ବଡିଗାର୍ଡ। ଏବେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପୋଲିସ୍‌ ବଡିଗାର୍ଡ ଜିତେନ୍ଦ୍ର ସିନ୍ଧେଙ୍କୁ ନେଇ ବେଶ୍‌ ଚର୍ଚ୍ଚା।

amitabh bachchans police bodyguard
ବିଗ୍‌ ବିଙ୍କ ବଡିଗାର୍ଡ ରୋଜଗାର କରୁଛନ୍ତି ବାର୍ଷିକ ଦେଢ କୋଟି !

କନ୍‌ଷ୍ଟେବଲ ଚାକିରି କରିଥିବା ଜଣେ ବ୍ୟକ୍ତିଙ୍କ ବାର୍ଷିକ ଆୟ ହେଉଛି ୧.୫ କୋଟି। ଏହି କନ୍‌ଷ୍ଟେବଲ କିଏ ଜାଣନ୍ତି ? ସେ ହେଉଛନ୍ତି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଡିଗାର୍ଡ

Actor Amitabh Bachchan
ସିଜ୍‌ ହେଲା ଏହି ଲକ୍‌ଜୁରି କାର୍‌, ଥିଲା ଅମିତାଭ ବଚ୍ଚନଙ୍କ ନାଁରେ

ଗାଡ଼ିର ରେଜିଷ୍ଟ୍ରେସନ୍‌ ପେପର୍‌ ଯାଞ୍ଚ ବେଳେ ବେଙ୍ଗାଲୁରୁରେ କର୍ଣ୍ଣାଟକ ପରିବହନ ବିଭାଗ ପକ୍ଷରୁ ବହୁ ସଂଖ୍ୟକ ପ୍ରିମିୟମ ଓ exotic କାର୍‌ ସିଜ୍‌ କରାଯାଇଛି। ଜବତ ହୋଇଥିବା ଏହି ଲକ୍‌ଜୁରି କାର୍‌ ଗୁଡ଼ିକ ମଧ୍ୟରେ ମର୍ସିଡିଜ୍‌ ବେଞ୍ଜ୍‌, ଅଡି, ଲ୍ୟାଣ୍ଡ୍‌ ରୋଭର୍‌, Porsche ଓ Rolls-Royce Phantom ରହିଛି।

Amitabh Bachchan
ହସ୍ପିଟାଲ୍‌ରେ ବିଗ୍‌ ବି ଅମିତାଭ : ଚିନ୍ତାରେ ପ୍ରଶଂସକ

ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ପୁଣି ଥରେ ଛୋଟ ପରଦାକୁ ଫେରିବାକୁ ଯାଉଛନ୍ତି। ତାଙ୍କର ଶୋ ‘କୌନ ବନେଗା କରୋଡପତି ସିଜନ ୧୩’ ଆଜିଠାରୁ ଟିଭିରେ ପ୍ରସାରଣ ହେବାକୁ ଯାଉଛି। ଦର୍ଶକମାନେ ଏହାକୁ ନେଇ ବହୁତ ଖୁସି ଅଛନ୍ତି। କିନ୍ତୁ, ଏହାରି ଭିତରେ ବିଗ୍ ବିଙ୍କ ବିଷୟରେ ଆଉ ଏକ ଖବର ଆସୁଛି। ଏହା ଜାଣିବା ପରେ ମେଗାଷ୍ଟାରଙ୍କ ପ୍ରଶଂସକମାନେ ଟିକେ ଚିନ୍ତାରେ ପଡିଯାଇପାରନ୍ତି।

Kaun Banega Crorepati
ଆରମ୍ଭ ହେବାକୁ ଯାଉଛି 'କୌନ୍‌ ବନେଗା କରୋଡ୍‌ପତି'

ଅନେକ ସିରିୟଲ ଥାଏ ଯାହା ବନ୍ଦ ହୋଇଯିବା ମାତ୍ରେ ଦର୍ଶକ ହତୋତ୍ସାହିତ ହୋଇପଡନ୍ତି। ସେହିଭଳି ସିରିୟଲଗୁଡିକ ମଧ୍ୟରୁ 'କୌନ୍‌ ବନେଗା କରୋଡ୍‌ପତି'(କେବିସି) ଅନ୍ୟତମ। ତେବେ ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ କେବିସି ପୁଣି ଥରେ ଆସୁଛି। କେବିସିର ୧୩ ତମ ସିଜନ୍ ଆୟୋଜନ କରିବାକୁ ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଉତ୍ସାହିତ ଅଛନ୍ତି। ନିର୍ମାତା ମଧ୍ୟ ନିଜର ନୂଆ ଶୋ ପାଇଁ ପ୍ରସ୍ତୁତ ଅଛନ୍ତି। ଆଜିଠାରୁ ଠିକ୍ ୧୨ ଦିନ ପରେ, 'କୌନ୍‌ ବନେଗା କରୋଡ୍‌ପତି-୧୩' ଆରମ୍ଭ ହୋଇଯିବ।

Amitabh Bachchan
ଅମିତାଭଙ୍କ ଫ୍ରେଞ୍ଚ୍‌କଟ୍ ଦାଢି ପଛର କାହାଣୀ

ବହୁ ବର୍ଷ ପୂର୍ବେ, ଯେତେବେଳେ ଅମିତାଭ ଲମ୍ବା ଚୁଟି ରଖିଥିଲେ, ଯୁବକମାନେ ମଧ୍ୟ ତାଙ୍କୁ ନକଲ କରିବା ସହ ସମାନ ହେୟାର୍‌ ଷ୍ଟାଇଲ୍‌ କରିବା ଆରମ୍ଭ କରିଦେଇଥିଲେ। ଏହା ପରେ, ଯେତେବେଳେ ଅମିତାଭ ଫ୍ରେଞ୍ଚ୍‌କଟ୍ ଦାଢି ରଖିଥିଲେ ତାଙ୍କୁ ଏହା ଖୁବ୍ ସୁଟ୍ କରିବା ସହିତ ତାଙ୍କ ଲୁକ୍ ମଧ୍ୟ ବହୁତ ଚମତ୍କାର ଦେଖାଯାଇଥିଲା। ଦୀର୍ଘ ଦିନ ଧରି ଅମିତାଭ ଏହି ଲୁକ୍ କରିଆସୁଛନ୍ତି। ତେବେ ଅମିତାଭଙ୍କ ଏହି ଫ୍ରେଞ୍ଚ୍‌କଟ୍ ଦାଢି ପଛରେ ଏକ ମଜାଦାର କାହାଣୀ ମଧ୍ୟ ଅଛି।

awariya
ବଚ୍ଚନ ପରିବାରରେ ୪ ଜଣଙ୍କୁ କରୋନା: ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା ବି ପଜିଟିଭ୍ ଚିହ୍ନଟ‌

ମୁମ୍ବାଇ: ବଚ୍ଚନ ପରିବାର ଆଉ ଦୁଇ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ମଧ୍ୟ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମାଆ ଝିଅଙ୍କ ରିପୋର୍ଟ ପଜିଟିଭ୍ ଆସିବା ନେଇ BMC ସହକାରୀ କମିଶନର ସୂଚନା ଦେଇଛନ୍ତି। ବୋହୂ ଆଉ ନାତୁଣୀଙ୍କୁ ମିଶାଇ ଅମିତାଭ ବଚ୍ଚନଙ୍କ ପରିବାରର ୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ତେବେ ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ […]

Amitabh, Prabhas, Deepika
ଏକାଠି ନଜର ଆସିବେ ପ୍ରଭାସ, ଅମିତାଭ ଓ ଦୀପିକା

ସାଉଥ୍‌ ସୁପରଷ୍ଟାର ଅଭିନେତା ପ୍ରଭାସ, ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନ ଖୁବ୍ ଶୀଘ୍ର ଏକାଠି ନଜର ଆସିବେ। ଇତିମଧ୍ୟରେ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଛି ଏବଂ ପ୍ରଭାସ ତାଙ୍କ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଫିଲ୍ମର ନାମ କୁହାଯାଇ ନାହିଁ।

Amitabh Bachchan
ଟ୍ୱିଟ୍ କରି ପୁଣି ଟ୍ରୋଲ୍ ହେଲେ ଅମିତାଭ

ସୋସିଆଲ୍ ମିଡିଆରେ ଟ୍ୱିଟ୍ କରି ପୁଣି ଟ୍ରୋଲ୍ ହୋଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ସେ ନିଜ ଟ୍ୱିଟ୍‌ରେ ଲେଖିଛନ୍ତି- 'ଲେଖିବାର କିଛି ନାହିଁ'। ଅମିତାଭଙ୍କ ଏହି ପୋଷ୍ଟ ଦେଖିବା ପରେ ଲୋକମାନେ ତାଙ୍କୁ ସମାଲୋଚନା କରିବାକୁ ଆରମ୍ଭ କରିଥିଲେ। ସୋସିଆଲ ମିଡିଆରେ ଉପଭୋକ୍ତାମାନେ ତାଙ୍କୁ ଟ୍ରୋଲ୍‌ କରି ସମାଲୋଚନା କରିଥିଲେ।

102 not out
୨୭ ବର୍ଷ ପରେ ପୁଣି ପରଦାରେ ଏକାଠି ହେଲେ ଅମିତାଭ- ରିଷି

ମୁମ୍ବାଇ: ଦୀର୍ଘ ୨୭ ବର୍ଷ ପରେ ପୁଣି ପରଦାରେ ବଲିଉଡ଼୍‌ର ୨ଜଣ ପ୍ରସିଦ୍ଧ ଅଭିନେତାଙ୍କୁ ଏକାଠି ଦେଖିବାକୁ ମିଳିଛି। ଫିଲ୍ମ ଫ୍ରାଇଡ଼େରେ ରିଲିଜ୍‌ ହୋଇଥିବା କମେଡି ଡ୍ରାମା ଫିଲ୍ମ 102 NOT OUT ରେ ଅଭିନେତା ଅମିତାଭ ବଚ୍ଚନ ଓ ଋଷି କପୁର ଏକାଠି ନଜର ଆସିଛନ୍ତି। ଏଥିରେ ଋଷି କପୁର୍ ଜଣେ ୭୫ ବର୍ଷୀୟ ବୃଦ୍ଧ ଭୂମିକାରେ ଅଭିନୟ କରୁଥିବା ବେଳେ ତାଙ୍କର ଶତାୟୁ ବାପା ସାଜିଛନ୍ତି ବିଗ୍ ବି। ବିଗ୍ ବିଙ୍କୁ ଫିଲ୍ମରେ ୧୦୨ […]

amitabh
ଅସୁସ୍ଥ ଥିବା ସତ୍ତ୍ୱେ ଅମିତାଭ ବଚ୍ଚନ ଗାଇଲେ ଗୀତ : ଟ୍ୱିଟ୍ କରି ପ୍ରଶଂସକଙ୍କୁ ଜଣାଇଲେ

T 2762 – The world of music knows no boundaries and no rest, despite late hours and medical procedures .. #102NotOut .. there is an additional song now .. I mean .. how can Production push a non singer to these limits .. BAADDUUMMBAAAA ???? pic.twitter.com/szB8Wa41jC — Amitabh Bachchan (@SrBachchan) 2 April 2018

amitabh
ଅମିତାଭ ବଚ୍ଚନ ଅସୁସ୍ଥ

ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଅସୁସ୍ଥ। ଯୋଧପୁରରେ ଏକ ଫିଲ୍ମ ସୁଟିଂ ବେଳେ ବିଗ ବି ଅସୁସ୍ଥ ହୋଇଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଯୋଧପୁରରେ ଅମିତାଭ ତାଙ୍କ ଆଗାମୀ ଫିଲ୍ମ ‘Thugs Of Hindostan ’ ସୁଟିଂ ସମୟରେ ଅସୁସ୍ଥତା ଅନୁଭବ କରିଥିଲେ। ଫଳରେ ସୁଟିଂ ଅଧାରୁ ଫେରି ଆସିଥିଲେ ଅମିତାଭ । ମୁମ୍ବାଇରୁ ଏକ ଟିମ୍ ଡାକ୍ତର ଯୋଧପୁରରେ ପହଞ୍ଚିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି। ପ୍ରକୃତରେ ତାଙ୍କ ଅସୁସ୍ଥତାର କାରଣ […]

Amitav Bacchan
ଫେକ୍ ଶାୟରୀ ପୋଷ୍ଟ୍ କରି ଟ୍ରୋଲ୍ ହେଲେ ଅମିତାଭ

ନିକଟରେ ବିଗ୍-ବି ଅମିତାଭ ବଚ୍ଚନ ତାଙ୍କ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଲୋକଙ୍କ ଟ୍ରୋଲର ସମ୍ମୁଖୀନ ହେବାକୁ ପଡ଼ିଲା। ସେ ଦୁଇ ମହାନ ଶାୟରଙ୍କ ନାମରେ ନକଲି ଶାୟରୀ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ସେ ଲୋକଙ୍କ ଟାର୍ଗେଟ୍‌ରେ ଆସିଥିଲେ।

images (85)
ଅମିତାଭ, ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଓ ଜୟାଙ୍କ ଆସିଲା କରୋନା ଟେଷ୍ଟ ରିପୋର୍ଟ

ମୁମ୍ବାଇ: ବଲିଉଡ ବିଗ୍‌ ବି ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଉଭୟ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ଫ୍ୟାନ୍ସମାନେ ଉଭୟଙ୍କ ଆରୋଗ୍ୟ କାମନା କରିଛନ୍ତି। ତେବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଜୟା ବଚ୍ଚନ ଓ ବାକିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ନେଇ ଫିଲ୍ମ କ୍ରିଟିକ ତଥା ଫିଲ୍ଲ ଟ୍ରେଡ ଆନାଲିଷ୍ଟ ସୁମିତ କାଡେଲ […]