ନବୀନଙ୍କ ୨୫ ବର୍ଷ ଶାସନ କାଳରେ ଓଡ଼ିଶା ଅନେକ ପଛକୁ ଚାଲିଯାଇଛି। ଯେଉଁଠି ଡବଲ ଇଂଜିନ ସରକାର ହୋଇଛି, ସେଠି ବିକାଶ ହୋଇଛି। ନବୀନ ବାବୁଙ୍କୁ ୨୫ ବର୍ଷ ଦେଲେ, ବିଜେପିକୁ ୫ ବର୍ଷ ଦିଅନ୍ତୁ, ଓଡ଼ିଶାକୁ ଦେଶରେ ଏକ ନମ୍ବର କରିବୁ ବୋଲି ଶାହ କହିଛନ୍ତି।
ସୋନପୁରରେ ଜନସଭାରେ ଯୋଗ ଦେଇଛନ୍ତି ଶାହ। ସାରା ପଶ୍ଚିମ ଓଡ଼ିଶାରୁ ବିଜେପି କର୍ମୀ ଆଜି ଶାହଙ୍କୁ ଶୁଣିବାକୁ ସୋନପୁର ଆସିଛନ୍ତି। ରାମେଶ୍ୱରମ ଷ୍ଟାଡିୟମରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି ଶାହ। ଏହି ଅବସରରେ ଶାହ ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରିଛନ୍ତି।
ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଲେ ଶାହ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁରରେ ପହଞ୍ଚିବେ ।
ଓଡ଼ିଶାରେ ଶାସନ ପରିବର୍ତ୍ତନର ମୂଳଦୁଆ ପକାଇବେ। ଲଢେଇ ପାଇଁ ବିଗୁଲ ବଜାଇବେ ଶାହ।
ସାଧାରଣ ନିର୍ବାଚନ ପାଇଁ ପ୍ରଥମଥର ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବେ । ମୋଦିଙ୍କ ଗ୍ୟାରେଣ୍ଟି ଏବଂ ଓଡ଼ିଆ ଅସ୍ମିତା ତଥା ସ୍ବାଭିମାନକୁ ନେଇ ବିଜେପି ପକ୍ଷରୁ ଅମିତ ଶାହା ପ୍ରଚାର ଆରମ୍ଭ କରିବେ ବୋଲି ବିଜେପି କହିଛି।
ଅନ୍ୟପକ୍ଷରେ ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି ।
ନବୀନଙ୍କ ସହ ସାମ୍ନାସାମ୍ନି ଲଢିବ ବିଜେପି । ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ମିତା ପାଇଁ ହେବ ଲଢେଇ ।
‘ଆମେ ଓଡ଼ିଶା ଜନତାଙ୍କୁ ବିନମ୍ର ପ୍ରାର୍ଥନା କରୁଛୁ ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ପାଇଁ ସୁଯୋଗ ଦିଅନ୍ତୁ। ଯେଉଁଠି ମୋଦିଙ୍କ ନେତୃତ୍ୱର ବିଜୟ ହୋଇଛି, ସେଠି ବିକାଶର ଗତି ତ୍ୱରାନ୍ୱିତ ହୋଇଛି।’
ଏବେ ଧଡ଼ାଧଡ଼ ଗଡ଼ିବ ମାଓବାଦୀଙ୍କ ମୁଣ୍ଡ । ଆତ୍ମସମର୍ପଣ ନ କଲେ ଟଳିବାକୁ ପଡ଼ିବ ସୁରକ୍ଷାକର୍ମୀଙ୍କ ଗୁଳିରେ। କାଙ୍କେର୍ ସୁଟ୍-ଆଉଟ୍ ପରେ ଜୋରଦାର ହୋଇଛି ଅପରେସନ୍ ପ୍ରହାର ।
ପ୍ରାର୍ଥୀ ଚୟନ ସହ ପ୍ରଚାର କସରତ। କେଉଁ ନେତା କେଉଁଠି କରିବେ ପ୍ରଚାର। ପ୍ରଧାନମନ୍ତ୍ରୀ ମୋଦି କେଉଁଠି କରିବେ ରୋଡ୍ ଶୋ, ଶାହ କେଉଁଠି କରିବେ ସଭା । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।
ବିଜେପି-ବିଜେଡି ମେଣ୍ଟ ଦ୍ବନ୍ଦ୍ବରେ ପଡ଼ିବ କି ଫୁଲଷ୍ଟପ୍ ? ଅମିତ୍ ଶାହାଙ୍କ କୁଛ୍ ଭି ହୋ ସକତା ହେ ମନ୍ତବ୍ୟକୁ ନେଇ ଚର୍ଚ୍ଚା। ଏକା ଲଢିବୁ ନା ସାଥୀ ହେବୁ, ସ୍ଥିର କରିବେ ନଡ୍ଡା- ଅମିତ୍ ଶାହା। ବିଜେଡିର ସଂସଦୀୟ କ୍ଷେତ୍ର ୱାରି ସମୀକ୍ଷା ଜାରି
ଦିଲ୍ଲୀରେ ଇଣ୍ଡିଆ ଟୁଡେର କନକ୍ଲେଭରେ ଯୋଗଦେଇ ଶାହା କହିଛନ୍ତି, ଓଡ଼ିଶାରେ ବିଜେପି କେମିତି ଆଗକୁ ବଢ଼ିବ ସେନେଇ କାର୍ଯ୍ୟ କରୁଛୁ। ତା’ସହ ଶାହା କହିଛନ୍ତି, ଓଡ଼ିଶାରେ ବିଜେପିର ଭୋଟ ହାର ଭଲ ବଢ଼ିବ।
୨୪ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ପଦକ୍ଷେପ। ସାରା ଦେଶରେ ଲାଗୁ ହୋଇଛି ନାଗରିକତା ସଂଶୋଧନ ଆଇନ। ଆଇନ୍ ଲାଗୁ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୟାନ। କହିଲେ CAA ପ୍ରତ୍ୟାହାର ହେବନି।
ଏହି ବୈଠକରେ ଓଡ଼ିଶାର ନିର୍ବାଚନୀ ପ୍ରଭାରୀ ବିଜୟପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ସାମିଲ ଅଛନ୍ତି।
ପୁଣି ଚର୍ଚ୍ଚାରେ ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମି। ଏଥର କିନ୍ତୁ କ୍ରିକେଟ୍ ପାଇଁ ନୁହେଁ ବରଂ ରାଜନୀତି ପାଇଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ଭାବରେ ବର୍ଣ୍ଣନା କରି ଗୃହମନ୍ତ୍ରୀ କହିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତକୁ ଏକ ସଂପୂର୍ଣ୍ଣ ବିକଶିତ ରାଷ୍ଟ୍ର ଭାବରେ ବିଶ୍ୱଗୁରୁ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ବାରଣାସୀରୁ ପୁଣି ଥରେ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦର ମୋଦି। ବିଜେପି ମୁଖ୍ୟାଳୟରେ ପ୍ରେସମିଟରେ ଏନେଇ ଘୋଷଣା କରାଯାଇଛି।
ମାର୍ଚ୍ଚ ପ୍ରଥମ ସପ୍ତାହରେ ହିଁ ଦେଶରେ CAA ଲାଗୁ କରିପାରନ୍ତି ବୋଲି କୁହାଯାଉଛି ।
ଆସନ୍ତା ୨୯ ତାରିଖ ଗୁରୁବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ। ଆଉ ଏହି ବୈଠକ ପରେ ଦଳ ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣିଆ ତାଲିକା ଘୋଷଣା କରିପାରେ ।
ମିଆଁମାର ସୀମାରେ ମୁକ୍ତ ଚଳାଚଳକୁ ବନ୍ଦ ରଖାଯିବ ବୋଲି ଶାହ କହିଛନ୍ତି।
ଭାରତ ସରକାର ଏକ ନୋଟିଫିକେସନ୍ ଜାରି କରି ତେହରିକ୍-ଏ-ହୁରିୟତ ସଂଗଠନ ବିଷୟରେ କହିଛନ୍ତି କି, ଏହି ସଂଗଠନ ଜାମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରା ବିସ୍ତାର କରୁଛି। ଏହି ସଂଗଠନର ଲୋକମାନେ ଆତଙ୍କବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଏବଂ ପଥର ଫିଙ୍ଗିବାକୁ ଉତ୍ସାହିତ କରୁଛନ୍ତି।
ଆଜି ରାଜ୍ୟସଭାରେ ଆଗତ ହେବ ୩ ସଂଶୋଧିତ ନୂଆ ଆଇନ ବିଲ୍ । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା, ଭାରତୀୟ ସାକ୍ଷ୍ୟ ଆଇନ ।
ଅମିତ ଶାହ କହିଛନ୍ତି, ଭିଡ଼ ହିଂସା ପାଇଁ ନୂଆ ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ଭିଡ଼ ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ୭ ବର୍ଷ କିମ୍ବା ଆଜୀବନ କିମ୍ବା ମୃତ୍ୟୁ ଦଣ୍ଡାଦେଶର ବ୍ୟବସ୍ଥା ରହିଛି ।
ଦିଲ୍ଲୀରେ ହେବ ବିଜେପିର ଓଡ଼ିଶା ଦଖଲ ଷ୍ଟ୍ରାଟେଜି । କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ଏକାଠି ରଣନୀତି କରିବେ ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀ ମୋଦି, ଶାହା, ନଡ୍ଡାଙ୍କଠୁ ନେବେ ୨୪ ବିଜୟ ଗୁରୁମନ୍ତ୍ର ।
ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଜବରଦସ୍ତ ବିଜୟ ପରଠୁ ଉତ୍ସାହିତ ରାଜ୍ୟ ବିଜେପି । ତେଣୁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବାକୁ ଏବେ ପୂରା ଆଟାକିଂ ମୋଡରେ ଗେରୁଆ କ୍ୟାମ୍ପ ।