/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756125588.jpg)
Amit Shah slams Opposition
ଲୋକସଭାରେ ଆଗତ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ନେଇ ବିରୋଧୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଟାର୍ଗେଟ୍ । କହିଲେ ଗୃହରେ ବିଲ୍ ଆଗତ ବେଳେ ବିରୋଧ କରିବା ସମ୍ବିଧାନ ବିରୋଧୀ । ପିଏମ୍, ସିଏମ ଓ ମନ୍ତ୍ରୀ ସାଂଘାତିକ ଅଭିଯୋଗରେ ଗିରଫ ହୋଇ ୩୦ଦିନ ଜେଲରେ ରହିଲେ ବିଲ୍ ରେ ପଦ ଯିବା ବ୍ୟବସ୍ଥା ରହିଛି । ଜେଲରୁ କେବେ ସରକାର ଚାଲିପାରିବ ନାହିଁ ।
ସେହିପରି ୟୁପିଏ ସରକାର ବେଳେ ରାହୁଲ ଗାନ୍ଧି ଅଧ୍ୟାଦେଶ ଫାଡ଼ିବା ପ୍ରସଙ୍ଗ ଉଠାଇ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି ଶାହ । ସେହିପରି କାହିଁକି ଦକ୍ଷିଣରୁ NDA ଉପରାଷ୍ଟ୍ରପତି ପ୍ରାର୍ଥୀ ବାଛିଲା ତାହାର ମଧ୍ୟ ଉତ୍ତର ରଖିଛନ୍ତି ଶାହ । ସେପଟେ ନକ୍ସଲବାଦ ଓ ସଲବାଜୁଡୁମ ନେଇ ରାୟ ପ୍ରସଙ୍ଗ ଉଠାଇ ବିରୋଧୀ ଇଣ୍ଡି ମେଣ୍ଟ ପ୍ରାର୍ଥୀ ସୁଦର୍ଶନ ରେଡ୍ଡିଙ୍କୁ ସେ ଟାର୍ଗେଟ୍ କରିଛନ୍ତି । ସୁଦର୍ଶନ ବିଚାରପତି ଥିବା ବେଳେ ଦେଇଥିବା ରାୟ ଯୋଗୁ ବାମପନ୍ଥୀ ଚିନ୍ତାଧାରା ବୃଦ୍ଧି ପାଇଥିବା କହି ସମାଲୋଚନା କରିଛନ୍ତି ଅମିତ ଶାହ । ଅନ୍ୟପଟେ ଉପରାଷ୍ଟ୍ରପତି ପଦରୁ ଧନଖଡ଼ଙ୍କ ଇସ୍ତଫାର କାରଣକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଅମିତ ଶାହ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)