/odishatv-khabar/media/post_attachments/uploadimage/library/16_9/16_9_0/bill_1755697045.jpg)
bill
ସଂଗୀନ ଅପରାଧରେ ଗିରଫ ହେଉଥିବା ଜନପ୍ରତିନିଧିଙ୍କ ବିରୋଧରେ ଆଜି ବଡ଼ ବିଲ୍ ଆଣିଛନ୍ତି ମୋଦି ସରକାର । ଯଦି କୌଣସି ନିର୍ବାଚିତ ପ୍ରତିନିଧିଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସେ ଓ ସେ ଗିରଫ ହୁଅନ୍ତି, ତାହେଲେ ନିଆଯିବ କଡ଼ା ଆକ୍ସନ । ବିଲ୍ ଅନୁସାରେ, ଯଦି ଗିରଫ ଜନପ୍ରତିନିଧି ଲଗାତାର ୩୦ ଦିନ ଜେଲ୍ରେ ରୁହନ୍ତି ଓ ସେହି ମାମଲାରେ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ଥାଏ, ତେବେ ତାଙ୍କର ପଦ ରବ୍ଦ ହୋଇଯିବ ।
ପ୍ରଧାନମନ୍ତ୍ରୀଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମନ୍ତ୍ରୀଙ୍କ ଯାଏ, ସମସ୍ତଙ୍କ ଉପରେ ଲାଗୁ ହେବ ଏହି ଆଇନ୍ । ଯେକୌଣସି ନେତା, ସିଏ ଯେତେ ବଡ଼ ପଦରେ ଥାଆନ୍ତୁ ନା କାହିଁକି, ସଂଗୀନ ଅପରାଧିକ ମାମଲାରେ ୩୦ ଦିନ ପର୍ଯ୍ୟନ୍ତ ଜେଲରେ ରହିଲେ ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିବ । ନଚେତ ୩୧ ଦିନକୁ ତାଙ୍କ ପଦ ଆପେ ଆପେ ରଦ୍ଦ ହୋଇଯିବ ।
ଏହା ପୂର୍ବରୁ ଦେଶର ଅନେକ ନେତା ମନ୍ତ୍ରୀ ଗିରଫ ହେବା ପରେ ବି ନିଜ ପଦରେ ରହୁଥିଲେ । ଜେଲ୍ ଯାଇ ବି ଇସ୍ତଫା ଦେଉନଥିଲେ । ଯାହା ଦେଖିବାକୁ ମିଳିଥିଲା ଦିଲ୍ଲୀର ପୂର୍ବ ଆପ୍ ସରକାରରେ । ଗତ ବର୍ଷ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ୍ରୁ ସରକାର ଚଲାଇଥିଲେ ।
ହେଲେ ଏଣିକି ଆଉ ଜେଲ୍ରୁ ଚାଲିପାରିବନି ସରକାର । ସଂଗୀନ ଅପରାଧିକ ମାମଲାରେ ଗିରଫ ହେଲେ ପଦ ହରାଇବେ ନେତା...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)