/odishatv-khabar/media/post_attachments/uploadimage/library/16_9/16_9_0/Amit_Shah_1754408302.jpg)
Amit Shah
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଲେ ନୂଆ ରେକର୍ଡ। ସେ ଲାଲକୃଷ୍ଣ ଆଡଭାନୀଙ୍କ ରେକର୍ଡକୁ ଭାଙ୍ଗିଦେଲେ। ଦେଶର ସବୁଠାରୁ ଦୀର୍ଘ ଦିନ ଧରି ଗୃହମନ୍ତ୍ରୀ ପଦବୀରେ ରହିବାର ନୂଆ ରେକର୍ଡ କରିଛନ୍ତି ଶାହ।
ଅଗଷ୍ଟ ୪, ୨୦୨୫ ସୁଦ୍ଧା ଅମିତ ଶାହ ଗୃହମନ୍ତ୍ରୀ ଭାବରେ ୨,୨୫୮ ଦିନ କାର୍ଯ୍ୟକାଳ ପୂରଣ କରିଛନ୍ତି। ଏହା ପୂର୍ବରୁ ଲାଲକୃଷ୍ଣ ଆଡଭାନୀ ୧୯ ମାର୍ଚ୍ଚ, ୧୯୯୮ରୁ ୨୨ ମେ’, ୨୦୦୪ ପର୍ଯ୍ୟନ୍ତ ମୋଟ ୨,୨୫୬ ଦିନ ଧରି ଗୃହମନ୍ତ୍ରୀ ରହି ରେକର୍ଡ କରିଥିଲେ। ଅମିତ ଶାହ ୩୦ ମେ’, ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡିଏ ସଂସଦୀୟ ଦଳ ବୈଠକରେ ଅମିତ ଶାହଙ୍କର ପ୍ରଶଂସା କରିଛନ୍ତି। ଶାହଙ୍କ କାର୍ଯ୍ୟକାଳ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ସେଥିମଧ୍ୟରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ଏବଂ ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର ଭଳି ଐତିହାସିକ ନିଷ୍ପତ୍ତି ରହିଛି। ସେବେଠାରୁ, ଏହି ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତିରେ ନାଟକୀୟ ଉନ୍ନତି ଘଟିଛି ଏବଂ ପଥର ଫିଙ୍ଗା ଘଟଣା ପ୍ରାୟ ବନ୍ଦ ହୋଇଯାଇଛି। ସାରା ଦେଶରେ ବାମପନ୍ଥୀ ଉଗ୍ରବାଦ, ନକ୍ସଲବାଦ ଏବଂ ମାଓ କାର୍ଯ୍ୟକଳାପ ତୀବ୍ର ହ୍ରାସ ପାଇଛି।
ଏହି ରେକର୍ଡ କରି ଶାହ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ପରି ପୂର୍ବତନ ଗୃହମନ୍ତ୍ରୀମାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଶାହଙ୍କୁ ଭାରତୀୟ ଜନତା ପାର୍ଟିର ଚାଣକ୍ୟ ବୋଲି କୁହାଯାଏ। ଏହି କାରଣରୁ ଦଳ ତାଙ୍କୁ ୨୦୧୯ ମସିହାରେ ଗୃହମନ୍ତ୍ରୀ ପଦ ଦେଇଥିଲା। ପୂର୍ବରୁ ଶାହ ଗୁଜରାଟର ଗୃହମନ୍ତ୍ରୀ ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିସାରିଛନ୍ତି। ଦଳର ସଭାପତି ଥିବା ସମୟରେ, ଶାହା ଦେଶରେ ଭାରତୀୟ ଜନତା ପାର୍ଟିକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)