Advertisment

Mahua Moitra: ସାଂସଦ ମହୁଆ ମୋଇତ୍ରା ସୀମା ଲଂଘିଲେ, ବିଜେପି ଦାଖଲ କଲା ଅଭିଯୋଗ

“ଅମିତ ଶାହଙ୍କ ମୁଣ୍ଡ କାଟି...”, ଏମିତି ବିବାଦୀୟ ବୟାନ ଦେଇଛନ୍ତି ମହୁଆ ମୋଇତ୍ରା । ମହୁଆଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ବିଜେପି ତାଙ୍କ ବିରୋଧରେ ନଦିଆ ଜିଲ୍ଲାର କୃଷ୍ଣନଗର ଥାନାରେ ଅଭିଯୋଗ ଦାଖଲ କରିଛି। ଏହି ଅଭିଯୋଗ ସ୍ଥାନୀୟ ବାସିନ୍ଦା ସନ୍ଦୀପ ମଜୁମଦାର ଦାଖଲ କରିଛନ୍ତି।

author-image
Tapan Kumar Swain
Mahua Moitra

Mahua Moitra

ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ମହୁଆ ମୋଇତ୍ରାଙ୍କର ଏକ ବିବାଦୀୟ ଭିଡିଓ ସାମ୍ନାକୁ ଆସିଛି। ଦାବି କରାଯାଉଛି ଯେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଭିଡିଓରେ ମହୁଆ ବଙ୍ଗଳା ଭାଷାରେ କହୁଛନ୍ତି, “ଅମିତ ଶାହଙ୍କ ମୁଣ୍ଡ କାଟି ଟେବୁଲ ଉପରେ ରଖିଦେବା ଉଚିତ।” ତାଙ୍କର ଏହି ଭିଡିଓ ବଙ୍ଗାଲ୍ ବିଜେପିର ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଇଛି । ଏହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

Advertisment

ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଆଜି ସାମ୍ବାଦିକମାନେ ମହୁଆଙ୍କୁ ରାଜ୍ୟରେ ଅବୈଧ ଅନୁପ୍ରବେଶ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତର ଦେବା ସମୟରେ ସେ ଏହି ମନ୍ତବ୍ୟ ଦେଇଥିଲେ। ମହୁଆ ବଙ୍ଗଳା ଭାଷାରେ କହିଛନ୍ତି, “ଯଦି ଭାରତର ସୀମାକୁ ସୁରକ୍ଷା ଦେବା ପାଇଁ କେହି ନାହାନ୍ତି, ଯଦି ଅନ୍ୟ ଦେଶର ଲୋକେ ପ୍ରତିଦିନ ଶହ, ହଜାର ଓ ଲକ୍ଷ ଲକ୍ଷ ସଂଖ୍ୟାରେ ଅନୁପ୍ରବେଶ କରୁଛନ୍ତି ଏବଂ ଆମ ମା’-ଭଉଣୀମାନଙ୍କ ଉପରେ ନଜର ରଖୁଛନ୍ତି, ଆମ ଜମି ହଡ଼ପ କରୁଛନ୍ତି, ତେବେ ପ୍ରଥମେ ଆପଣଙ୍କୁ ଅମିତ ଶାହଙ୍କ ମୁଣ୍ଡ କାଟି ଟେବୁଲ ଉପରେ ରଖିଦେବା ଉଚିତ।”

ମହୁଆଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ବିଜେପି ତାଙ୍କ ବିରୋଧରେ ନଦିଆ ଜିଲ୍ଲାର କୃଷ୍ଣନଗର ଥାନାରେ ଅଭିଯୋଗ ଦାଖଲ କରିଛି। ଏହି ଅଭିଯୋଗ ସ୍ଥାନୀୟ ବାସିନ୍ଦା ସନ୍ଦୀପ ମଜୁମଦାର ଦାଖଲ କରିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ମହୁଆ ମୋଇତ୍ରାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ମଜୁମଦାର କହିଛନ୍ତି ଯେ ସାଂସଦଙ୍କ ମନ୍ତବ୍ୟ କେବଳ ଅମିତ ଶାହଙ୍କୁ ନୁହେଁ, ବରଂ ଦେଶର ଶାସନ ବ୍ୟବସ୍ଥାକୁ ମଧ୍ୟ ଅପମାନ କରିଛି। ସେ ମହୁଆଙ୍କ ଏହି ବୟାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ପାଣ୍ଡିଆନଙ୍କ ବିରୋଧରେ ମେଳି କଲେଣି ବିଜେଡିର ବହୁ ଛାତ୍ରନେତା 

Amit Shah TMC Mahua Moitra
Advertisment
Advertisment