Advertisment

Deepak Rout Murder Accused: ହତ୍ୟାକାରୀ ଦୀପକ ପଛରେ କିଏ ସେ ଯାଜପୁରିଆ ନେତା ? ୨୦୨୨ରେ ତଥ୍ୟ ଲୁଚାଇଥିବା ବିଜେଡିକୁ ଘେରିଲା ବିଜେପି

ଲେଡି କନେଷ୍ଟବଳ ଶୁଭମିତ୍ରା ହତ୍ୟା ଓ ପ୍ରଥମ ପତ୍ନୀ ଅପର୍ଣ୍ଣା ମୃତ୍ୟୁ ମାମଲାରେ ଫସିଥିବା ସ୍ବାମୀ ଦୀପକର ଖୋଲୁଛି ଗୁମର। କେବଳ ବୀମା ଟଙ୍କାକୁ ହଡ଼ପ ପାଇଁ ଅପର୍ଣ୍ଣାଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦିଆଯାଇଥିଲା।

author-image
Manas Ranjan Mohanty
KILLER DEEPAK

KILLER DEEPAK Photograph: (OTV)

 ବିଜେଡିର କେଉଁ ନେତାଙ୍କ ଛତ୍ରଛାୟାରେ ଥିଲା ବହୁଚର୍ଚ୍ଚିତ ଶୁଭମିତ୍ରା ହତ୍ୟା ମାମଲାର ଅଭିଯୁକ୍ତ ଦୀପକ ରାଉତ ? ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରି କାହା ଇସାରାରେ ଦୀପକ ଦେଇଥିଲା ଦୁର୍ଘଟଣାର ରୂପ ? ବିଧାନସଭାରେ ମୁଲତବୀ ଆଲୋଚନାବେଳେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗୁମର ଖୋଲିବା ପରେ ଉଠିଛି ପ୍ରଶ୍ନ।

Advertisment

‘ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁଙ୍କୁ ହତ୍ୟା, ଅପରାଧ ରାଜଧାନୀରେ, ଶବ ଜବତ ହେଲା ଘଟଗାଁରେ’। ଏଭଳି ଶୀର୍ଷକ ମୁଲତବୀ ଆଲୋଚନାରେ ଆଇନମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ୨୦୧୮ରେ ଅପର୍ଣ୍ଣାଙ୍କୁ ବିବାହ କରିଥିଲା ଦୀପକ। କିନ୍ତୁ ବୀମା ରାଶି ପାଇବା ପାଇଁ ୨୦୨୨, ମାର୍ଚ୍ଚ ୧୭ରେ ଅପର୍ଣ୍ଣାଙ୍କୁ କରିଥିଲା ହତ୍ୟା। ସେତେବେଳେ କୁହାଯାଇଥିଲା ଟ୍ରକ୍ ଦୁର୍ଘଟଣାରେ ମୃତ୍ୟୁ ବୋଲି। କିନ୍ତୁ ନା ଦୀପକର ନା ତା ଗାଡ଼ିର, କାହାର ବି କିଛି କ୍ଷତି ହୋଇନଥିଲା। ଯେଉଁ ଟ୍ରକ୍ ଆକ୍ସିଡେଣ୍ଟ କରିଥିଲା, ଦୁର୍ଘଟଣା ଦିନ ରାଉରକେଲାରେ ଥିଲା ସେହି ଟ୍ରକ୍। ସେତେବେଳେ କାହା ସରକାର ଥିଲା ଓ ସତ ଲୁଚାଇବାକୁ କିଏ ଚେଷ୍ଟା କଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଆଇନମନ୍ତ୍ରୀ।

ଆଉ ଏବେ ଶୁଭମିତ୍ରାଙ୍କୁ ହତ୍ୟାର ୧୦ ଦିନ ଭିତରେ ଅଭିଯୁକ୍ତ ଦୀପକ ଓ ୨ ସହଯୋଗୀଙ୍କୁ ଗିରଫ କରାଯାଇଛି। ରୀତି ଅନୁସାରେ ବିବାହ ପାଇଁ ଶୁଭମିତ୍ରା ୨୦ ଲକ୍ଷ ଦାବି କରିବାରୁ ତାଙ୍କୁ ହତ୍ୟା କରିଥିବା ଦୀପକ ମାନିଥିବା କହିଛନ୍ତି ଆଇନମନ୍ତ୍ରୀ।

ତେବେ ଟଙ୍କା ପାଇଁ ଦୁଇ ଦୁଇ ଜଣ ପତ୍ନୀଙ୍କୁ ହତ୍ୟା କରିଥିବା ଦୀପକ କାହାଠୁ ପାଉଥିଲା ଅଭୟ ବର ? ଦୀର୍ଘଦିନ ଧରି ଜାରି ରହିଥିବା ଏହି ଆଶଙ୍କାକୁ ଆଜି ବଳ ଦେଇଛି ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବୟାନ। ଯାଜପୁରର ଜଣେ ପାୱାରଫୁଲ ନେତାଙ୍କୁ ଟାଣିଛନ୍ତି ସନ୍ତୋଷ। କେଉଁ ଗଳାବାଟ ଦେଇ ଦୀପକ ୨୦୦୯ରେ କନେଷ୍ଟବଳ ଚାକିରି ପାଇଲେ ଏବଂ ଗୋଟିଏ ଜାଗାରେ ୧୬ ବର୍ଷ ଧରି କେମିତି ରହିଲେ ବୋଲି ସନ୍ତୋଷ ପ୍ରଶ୍ନ କରିଛନ୍ତି।

Advertisment

ଯାଜପୁରର କିଏ ସେ ଶକ୍ତିଶାଳୀ ବ୍ୟକ୍ତି

ଏଥିସହିତ ପ୍ରଥମ ସ୍ତ୍ରୀ ଅପର୍ଣ୍ଣାଙ୍କୁ ହତ୍ୟା ମାମଲାର ତଦନ୍ତ କିଏ କରିଥିଲା ? ଯାଜପୁରର କିଏ ସେ ଶକ୍ତିଶାଳୀ ବ୍ୟକ୍ତି, ଯାହା ଚାପରେ ଦୀପକକୁ ଖସାଯାଇଥିଲା ? ପୂର୍ବ ସରକାର ଦୀପକକୁ ଖସାଇଦେଇଥିଲେ, ଆମ ସରକାର ପାତାଳରୁ କାଢ଼ି ଆକ୍ସନ ନେଉଛନ୍ତି ବୋଲି ସେ କହିଛନ୍ତି। ଏହାର ଜବାବ ରଖିଛି ବିଜେଡି। 

ସେପଟେ ଝାରପଡ଼ା ଜେଲରେ ଥିବା ଦୀପକକୁ ଧରି ଖୋଳତାଡ଼ ଚଳାଇଛି କମିଶନରେଟ୍ ପୋଲିସ। ପ୍ରଥମ ପତ୍ନୀଙ୍କୁ କୋଟିଏ ଟଙ୍କାର ବୀମା ପାଇଁ ହତ୍ୟାର ସୁରାଗ୍ ପାଇବା ପରେ ସେହି ସମୟରେ କ’ଣ ଥିଲା ତଦନ୍ତର ଗତିବିଧି ? କେମିତି ତାକୁ ଖସାଇ ଦିଆଯାଇଥିଲା ? କଟକ ଗ୍ରାମାଞ୍ଚଳ ପୋଲିସ ସହାୟତାରେ ସେସବୁର ପ୍ରମାଣ ଖୋଜୁଛି କମିଶନରେଟ୍ ପୋଲିସ।

ଏପରିକି ଶୁଭମିତ୍ରାଙ୍କ ମା’ ଦୀପକକୁ ଛୁରୀ ଦେଖାଇ ଭୟଭୀତ କରାଇବା, ଅପର୍ଣ୍ଣା ମୃତ୍ୟୁ ପରେ ବୀମା ରାଶିରୁ ୫୦ ଲକ୍ଷ ଟଙ୍କାରେ ଫାର୍ମ ହାଉସ କିଣିବା, ୟୁନିଟ ୬ ସ୍ଥିତ ରୋଡ୍ ନମ୍ବର ୮ର ଜାମୁକୋଳି ଗଛ ମୁଳରେ ଦୀପକ ଓ ଶୁଭମିତ୍ରାଙ୍କ ଭିତରେ ପାଟିତୁଣ୍ଡ ହେବା, ଆଦି ବିଭିନ୍ନ ପ୍ରସଙ୍ଗରେ ଖୋଳତାଡ଼ ଜାରି ରହିଛି। 

Murder Accused
Advertisment