Advertisment

ଚୋରି ହୋଇପାରେ ଆପଣଙ୍କ ଆଧାର କାର୍ଡର ବାୟୋମେଟ୍ରିକ୍ ତଥ୍ୟ, ଜାଣନ୍ତୁ କେମିତି କରିବେ ଲକ୍‌...

ଆଧାର କାର୍ଡରେ ବାୟୋମେଟ୍ରିକ୍ ତଥ୍ୟ ରହୁଥିବାରୁ ଏହା ଗୁରୁତ୍ୱପୂର୍ଣ୍ଣ। ଏହିସବୁ ତଥ୍ୟର ସୁରକ୍ଷା ମଧ୍ୟ ଜରୁରୀ। କୌଣସି କାରଣବଶତଃ ଯଦି ଏହି ତଥ୍ୟ ଚୋରି ହୋଇଯାଏ, ତା’ହେଲେ ହୁଏତ ଆପଣ ଅସୁବିଧାରେ ପଡ଼ିପାରନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Know How To Lock Biometric Information On Your Aadhaar Card

Know How To Lock Biometric Information On Your Aadhaar Card

କୌଣସି ସରକାରୀ କାର୍ଯ୍ୟକ୍ରମ ହେଉ କିମ୍ବା ଲାଇସେନ୍ସ ଆବେଦନ ଜଣଙ୍କ ପରିଚୟ ଯାଞ୍ଚ ପାଇଁ ଆଧାରକାର୍ଡ ହେଉଛି ସହଜ ଉପାୟ। ଏଥିରେ UIDAI(Unique Identification Authority) ଦ୍ୱାରା ପ୍ରଦାନ କରାଯାଇଥିବା ଏକ ସ୍ୱତନ୍ତ୍ର ଆଧାର ନମ୍ବର ଅନ୍ତର୍ଭୁକ୍ତ। ଏହାସହ କାର୍ଡରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ତଥ୍ୟ ଯେପରିକି- ଫିଙ୍ଗର ପ୍ରିଣ୍ଟ୍‌, ଆଇରିସ୍ ଏବଂ ଫେସିଆଲ୍‌ ଇମେଜ୍ ଭଳି ବାୟୋମେଟ୍ରିକ୍ ତଥ୍ୟ ରହିଛି।

Advertisment

ଯେହେତୁ ଆଧାର କାର୍ଡରେ ବାୟୋମେଟ୍ରିକ୍ ତଥ୍ୟ ରହୁଛି, ତେଣୁ ଏହା ଗୁରୁତ୍ୱପୂର୍ଣ୍ଣ। ଏହିସବୁ ତଥ୍ୟର ସୁରକ୍ଷା ମଧ୍ୟ ଜରୁରୀ। କୌଣସି କାରଣବଶତଃ ଯଦି ଏହି ତଥ୍ୟ ଚୋରି ହୋଇଯାଏ, ତା’ହେଲେ ହୁଏ ଆପଣ ଅସୁବିଧାରେ ପଡ଼ିପାରନ୍ତି। ତେଣୁ ଡାଟା ପ୍ରାଇଭେସି ଓ ସିକ୍ୟୁରିଟିକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ବାୟୋମେଟ୍ରିକ୍‌ ତଥ୍ୟକୁ ଚୋରି କରି ସାଇବର ଅପରାଧୀ ଓ ଠକମାନେ ଏହାର ଦୂରୁପଯୋଗ କରିଥାନ୍ତି। 

ତେବେ UIDAIରେ ଏମିତି ଏକ ଟୁଲ୍ ରହିଛି, ଯାହାକୁ ବ୍ୟବହାର କରି ଆପଣ ବାୟୋମେଟ୍ରିକ୍‌ ତଥ୍ୟକୁ ଲକ୍‌ କରିପାରିବେ। ଯେଉଁମାନଙ୍କ ଭାଲିଡ୍‌ ଆଧାର କାର୍ଡ ରହିଛି, ସେମାନେ ବାୟୋମେଟ୍ରିକ୍ସ ଲକ୍‌ କରିପାରିବେ।  UIDAI ସୂଚନା ଅନୁସାରେ, ବାୟୋମେଟ୍ରିକ୍‌ ତଥ୍ୟ ଲକ୍‌ କରିବା ପରେ ଜଣେ ବ୍ୟକ୍ତିଙ୍କ ପ୍ରାଇଭେସି ଆଉ ଚୋରି ହୋଇପାରେ ନାହିଁ। 

Advertisment

ଥରେ ଯଦି ଆପଣ ବାୟୋମେଟ୍ରିକ୍‌ ତଥ୍ୟ ଲକ୍‌ କରି ଦିଅନ୍ତି, ତା’ହେଲେ ଆପଣ ଆଉ ବାୟୋମେଟ୍ରିକ୍‌ ତଥ୍ୟ ବ୍ୟବହାର କରିପାରିବେ ନାହିଁ। ଏହାସହ ଏକ ୟୁନିକ୍‌ ଏରର୍‌ ନମ୍ବର 330 ଆସିବ। ଏହାପରେ କେହିବି ଯଦି ଆପଣଙ୍କ ବାୟୋମେଟ୍ରିକ ତଥ୍ୟ ଚୋରି କରିବାକୁ ଚେଷ୍ଟା କରିବେ ଏହା ଆଉ କାମ କରିବ ନାହିଁ। ଅର୍ଥାତ୍‌ କେହିବି ଆପଣଙ୍କ ବାୟୋମେଟ୍ରିକ ତଥ୍ୟ ଆଉ ଚୋରି କରିପାରିବେନି।

କେମିତି କରିବେ ଆଧାର ବାୟୋମେଟ୍ରିକ୍‌ ଲକ୍‌...

  1. UIDAIର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଯାଇ ‘My Aadhaar’ ଉପରେ କ୍ଲିକ୍‌ କରନ୍ତୁ
  2. ଆଧାର ସର୍ଭିସେସ୍‌ ଚୟନ କରନ୍ତୁ ଓ ଏହାପରେ ନିଜର ବାୟୋମେଟ୍ରିକ୍‌କୁ ସୁରକ୍ଷିତ ପାଇଁ ଅପସନ୍‌ କ୍ଲିକ୍‌ କରନ୍ତୁ
  3. ୧୨ ଡିଜିଟ୍‌ର ଆଧାର ନମ୍ବର ଦେବା ସହ ଭେରିଫିକେସନ୍‌ ପାଇଁ captcha ଦିଅନ୍ତୁ। ଏହାପରେ ଆପଣ Lock/Unlock ବାୟୋମେଟ୍ରିକ୍ସ ଅପସନ୍‌ ବାଛି OTP ପଠାନ୍ତୁ
  4. OTP ଆପଣଙ୍କ ରେଜିଷ୍ଟର ମୋବାଇଲ୍‌ ନମ୍ବରକୁ ଯିବ
  5.  Lock/Unlock ବାୟୋମେଟ୍ରିକ୍ସ ଅପସନ୍‌ ବାଛିବା ପରେ କନଫର୍ମ ଅପସନ୍‌ରେ କ୍ଲିକ୍‌ କରନ୍ତୁ
  6. ଏବେ ଆପଣଙ୍କ ବାୟୋମେଟ୍ରିକ୍ସ ଲକ୍‌ ହୋଇଯିବ

ଧ୍ୟାନ ଦିଅନ୍ତୁ: ଆପଣ ବାୟୋମେଟ୍ରିକ୍ ଲକ୍ କରିବା ପରେ ଏହାକୁ ଆପଣ ଆଉ ପୁନର୍ବାର ଆକ୍ସେସ୍‌ କରିପାରିବେ ନାହିଁ ଯେପର୍ଯ୍ୟନ୍ତ ଆପଣ ଏହାକୁ ଅନ୍‌ଲକ୍‌ କରି ନାହାନ୍ତି କିମ୍ବା ବାୟୋମେଟ୍ରିକ୍‌ ଲକ୍‌କୁ ଟର୍ଣ୍ଣ ଅଫ୍‌ କରି ନାହାନ୍ତି।

Aadhar Aadhar Card
Advertisment
Advertisment