Advertisment

ଆପଣଙ୍କ ଶିଶୁର ‘ବାଲ୍‌ ଆଧାର’ କରାଇଛନ୍ତି ତ ? ଯଦି ନାହିଁ, ତେବେ ଏମିତି କରିବେ ଆବେଦନ..

୫ ବର୍ଷରୁ କମ୍ ବର୍ଗର ପିଲାମାନଙ୍କ ପାଇଁ ଯେଉଁ ଆଧାର କାର୍ଡ ଆବେଦନ କରାଯାଇଥାଏ, ତାହାର ରଙ୍ଗ ବ୍ଲୁ ହୋଇଥାଏ। ଏହାକୁ ସାଧାରଣରେ ବାଲ ଆଧାର ମଧ୍ୟ କୁହାଯାଏ।

author-image
Manoranjan Behera
ଅଦ୍ୟତନ ହୋଇଛି
How to Apply for Baal Aadhaar Card Online

Blue Aadhar Card

ବର୍ତ୍ତମାନ ସମୟରେ ପରିଚୟ ପତ୍ର ଉଠିଲେ ପ୍ରଥମେ ଆମେ ଆଧାର କାର୍ଡକୁ ପ୍ରାଥମିକତା ଦିଆଯାଏ। ଭାରତରେ ୫ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଧାର କାର୍ଡ ରହିଛି, ଯାହାକୁ “ଶିଶୁ ଆଧାର କାର୍ଡ” କିମ୍ବା “ବ୍ଲୁ ଆଧାର କାର୍ଡ” କହିଥାଉ। ବଡ ଲୋକ ମାନଙ୍କର ଆଧାର କାର୍ଡରୁ ଭିନ୍ନ କରିବା ପାଇଁ ଏହି କାର୍ଡ ନୀଳ ରଙ୍ଗର ହୋଇଥାଏ । ତେବେ କେମିତି ପିଲାଙ୍କ ପାଇଁ ଏହି ବ୍ଲୁ ଆଧାର କାର୍ଡ ପାଇବେ, ଜାଣନ୍ତୁ..

Advertisment

ଅଧିକ ପଢ଼ନ୍ତୁ: ଆପଣ ୧୦ ବର୍ଷ ପୂର୍ବେ ଆଧାର କାର୍ଡ ତିଆରି କରିଥିଲେ କି ? ଧ୍ୟାନ ଦିଅନ୍ତୁ…

୫ ବର୍ଷରୁ କମ୍ ବର୍ଗର ପିଲାମାନଙ୍କ ପାଇଁ ଯେଉଁ ଆଧାର କାର୍ଡ ଆବେଦନ କରାଯାଇଥାଏ, ତାହାର ରଙ୍ଗ ବ୍ଲୁ ହୋଇଥାଏ। ଏହାକୁ ସାଧାରଣରେ ବାଲ ଆଧାର ମଧ୍ୟ କୁହାଯାଏ। କିପରି ହୁଏ ଏହାର ଆବେଦନ ? ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (UIDAI) ଭାରତରେ ଆଧାର ପରିଚାଳନା କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ‘ବାଲ୍ ଆଧାର’ ତିଆରି କରିବା ପାଇଁ ବାୟୋମେଟ୍ରିକର ଆବଶ୍ୟକତା ପଡିବ ନାହିଁ । ପିଲାଟିକୁ ଯେତେବେଳେ ୫ ବର୍ଷ ଅତିକ୍ରମ କରିବ ସେତେବେଳେ ଯାଇ ତାର ବାୟୋମେଟ୍ରିକ ଅପଡେଟ କରିଦିଆଯିବ ।

Advertisment

କେମିତି ଆବେଦନ କରିବେ ବ୍ଲୁ ଆଧାର କାର୍ଡ ?

  • ପ୍ରଥମେ ଆପଣ UIDAI www.uidai.gov.in ର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ। ଏହା ପରେ ଆଧାର କାର୍ଡର ଲିଙ୍କରେ କ୍ଲିକ୍‌ କରନ୍ତୁ।
  • ସେଠାରେ ଶିଶୁର ନାମ, ପିତାମାତାଙ୍କ ଫୋନ ନମ୍ବର ଏବଂ ଇମେଲ ID ପ୍ରବେଶ କରନ୍ତୁ।
  • ଏହାପରେ, ଆପଣଙ୍କୁ UIDAI ର ନିକଟତମ ଜନସେବା କେନ୍ଦ୍ରକୁ ଯିବାକୁ ପଡିବ। ଯେଉଁଥି ପାଇଁ ଆପଣଙ୍କୁ ଅନଲାଇନ ଆପଏଣ୍ଟମେଣ୍ଟ ସ୍ଲଟ୍‌ ନେବାକୁ ପଡ଼ିବ
  • ବାୟୋମେଟ୍ରିକ୍ ସ୍ଥାନରେ ଶିଶୁଟିର ଏକ ଫଟୋ କ୍ଲିକ୍ କରାଯିବ।
  • ଶିଶୁର ଆଧାର ତାର ବାପାମାଆଙ୍କର ୟୁଆଇଡି ତଥା ଆଧାର କାର୍ଡ ନମ୍ବରରୁ ଲିଙ୍କ କରାଯିବ।
  • କନଫର୍ମେସନ ପରେ ସ୍ୱୀକୃତି ପତ୍ର ରଖିବାକୁ ହେବ।
  • ଯାଞ୍ଚର ୬୦ ଦିନ ମଧ୍ୟରେ ଆପଣ ଆଧାରକାର୍ଡ ପାଇବେ।

ସୂଚନାଯୋଗ୍ୟ ଯେ ଏଥିପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।

Aadhar Card New Born Baby
Advertisment
Advertisment