• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସରି ଆସୁଛି ସମୟ । ତୁରନ୍ତ କରନ୍ତୁ ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ୍‌ । ନଚେତ ପଡ଼ିବେ ବଡ଼ ସମସ୍ୟାରେ । ସେପଟେ ଲିଙ୍କ୍‌ କରିବାର ଅବଧି ଧିରେ ଧିରେ ସରି ଆସୁଛି । ସରକାରଙ୍କ ଗାଇଡ୍‌ଲାଇନ୍ ଅନୁଯାୟୀ ୨୦୨୩ ମାର୍ଚ୍ଚ ୩୧ ତାରିଖ ହେଉଛି ଆଧାର କାର୍ଡ ସହ ପାନ୍‌ ଲିଙ୍କ୍‌ କରିବାର ଶେଷ ତାରିଖ । ତେଣୁ ଶେଷ ତାରିଖ ପୂର୍ବରୁ ଆଧାର କାର୍ଡ ସହ ପାନ୍‌ ଲିଙ୍କ୍‌ କରେଇ ନିଅନ୍ତୁ । IT ଆକ୍ଟ ୧୯୬୧ ଅନୁଯାୟୀ, ଦେଶର ପ୍ରତ୍ୟେକ ନାଗରିକ ଆଧାରକାର୍ଡ ସହ ପାନ ଲିଙ୍କ୍‌ କରିବାକୁ ବାଧ୍ୟ । ଏପ୍ରିଲ ପହିଲାରୁ ଆଉ ଚେଷ୍ଟା କଲେ ବି ଅଧାର କାର୍ଡ ସହ ପାନ୍‌ ଲିଙ୍କ କରାଯାଇପାରିବ ନାହିଁ । ଏଭଳି ଏକ ବଡ଼ ନିଷ୍ପତ୍ତି ଶୁଣାଇଛି ଆୟକର ବିଭାଗ ।

ଅଧିକ ପଢ଼ନ୍ତୁ: ଆପଣ ୧୦ ବର୍ଷ ପୂର୍ବେ ଆଧାର କାର୍ଡ ତିଆରି କରିଥିଲେ କି ? ଧ୍ୟାନ ଦିଅନ୍ତୁ…

୨୦୨୨ ମାର୍ଚ୍ଚ ୩୧ ପୂର୍ବରୁ ଆଧାର ସହ ପାନ୍ ଲିଙ୍କ୍‌ କରିବା ସମ୍ପୂର୍ଣ୍ଣ ମାଗଣା ଥିଲ । କିନ୍ତୁ ୨୦୨୨ ଏପ୍ରିଲ ୧ ପରଠାରୁ ୨୦୨୨ ଜୁନ୍‌ ୩୦ ମଧ୍ୟରେ ଯେଉଁମାନେ ଆଧାର ସହ ପାନ୍‌ ଲିଙ୍କ କରିଛନ୍ତି ସେମାନଙ୍କୁ ୫୦୦ ଟଙ୍କା ଦେବାକୁ ପଡ଼ିଲା । ଆଉ ଏବେ ଆପଣଙ୍କୁ ଦେବାକୁ ପଡ଼ୁଛି ୧୦୦୦ ଟଙ୍କା । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯଦି ଆପଣ ଆଧାର ର୍ଡ ସହ ପାନ୍‌ ଲିଙ୍କ୍‌ ନକରିବେ ତେବେ ୨୦୨୩ ଏପ୍ରିଲ ୧ ତାରିଖଠାରୁ ଆପଣଙ୍କ ପାନ କାର୍ଡ ଅଚଳ ହୋଇଯିବ ।

ପାନ୍‌ ସହ ଆଧାର ଲିଙ୍କ୍‌ ନଥିଲେ ଅସୁବିଧା କ’ଣ ?

139AA, 1961 ଆକ୍ଟ ଅନୁଯାୟୀ ଦେଶର ପ୍ରତ୍ୟେକ ଟିକସ ଦାତା ପାନ୍‌ କାର୍ଡ ସହ ଆଧାର କାର୍ଡ ଲିଙ୍କ୍‌ କରିବା ବାଧ୍ୟତାମୂଳକ । ଏହା ନକରିଥିଲେ ଆପଣ ବଡ଼ ସମସ୍ୟାରେ ପଡ଼ିପାରନ୍ତି । ସେଗୁଡ଼ିକ ହେଳା...

ଅଚଳ ହେବ ପାନ୍‌

ଯଦି ପାନ୍‌ ସହ ଆଧାର ଲିଙ୍କ୍ ନହୁଏ ତେବେ ଆଗାମୀ ଏପ୍ରିଲ ୧ ତାରିଖଠାରୁ ପାନ୍‌ କାର୍ଡ ବା ଆପଣଙ୍କ ପାନ୍‌ ନମ୍ବର ଅଚଳ ହୋଇଯିବ । ଏହା ଦ୍ୱାରା ଆପଣଙ୍କୁ କୌଣସି ବି ବ୍ୟାଙ୍କ୍‌ ନେଣ ଦେଣରେ ସମସ୍ୟା ଦେଖାଦେବ । ଆଗକୁ ଆପଣ ନୂଆ ବ୍ୟାଙ୍କ ଆକାଉଣ୍ଟ ବି ଖୋଲି ପାରିବେ ନାହିଁ । ଏମିତିକି ମ୍ୟୁଚୁଆଲ ଫଣ୍ଡରେ ନିବେଶ ମଧ୍ୟ କରିପାରିବେ ନାହିଁ ।

ଟିକସ ଫାଇଲ କରିପାରିବେ ନାହିଁ

ପାନ୍‌ ସହ ଆଧାର ଲିଙ୍କ୍ ନଥିଲେ ଆପଣ ଆୟକର ପୈଠ କରିପାରିବେ ନାହିଁ । ଅର୍ଥାତ୍‌ ଇନ୍‌କମ୍‌ ଟାକ୍ସ ରିଟର୍ଣ୍ଣ ଫାଇଲ୍‌ କରିପାରିବେ ନାହିଁ । ଯାହାଦ୍ୱାରା ଆପଣଙ୍କୁ ମୋଟା ଅଙ୍କର ଜରିମାନା ମଧ୍ୟ ଦେବାକୁ ପଡ଼ିପାରେ । ପେଣ୍ଡିଂ ପଡ଼ିଥିବା ଆୟକର ରିଟର୍ଣ୍ଣ ମଧ୍ୟ ପ୍ରୋସେସିଂ ନହେବାର ସମ୍ଭାବନା ଅଧିକ ରହିଛି ।

ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

ଯଦି ଆପଣଙ୍କ ପାନ୍‌ ସହ ଆଧାର ଲିଙ୍କ୍ ହୋଇନଥିବ ତେବେ ଆପଣଙ୍କୁ ଆୟକର ନିୟମ ଅନୁଯାୟୀ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିପାରେ । 

ଅନେକ ଫାଇଦାରୁ ବଞ୍ଚିତ ହେବେ

ପାନ୍‌ ସହ ଆଧାର ଲିଙ୍କ୍‌ ନଥିଲେ ଆପଣ ଅନେକ ସୁବିଧାରୁ ବଞ୍ଚିତ ହେବେ । ଯେମିତିକି ସରକାରଙ୍କ ବିଭିନ୍ନ ଯୋଜନାରେ ଆପଣ ସାମିଲ ହୋଇପାରିବେ ନାହିଁ କିମ୍ବା ବିଭିନ୍ନ ଯୋଜନାରେ ଥିବା ସବ୍‌ସିଡି ଆପଣଙ୍କୁ ମିଳିବ ନାହିଁ । ତେଣୁ ତୁରନ୍ତୁ ଆପଣଙ୍କୁ ଲିଙ୍କ୍‌ କରେଇବାକୁ ହେବ ।

ତେବେ ଆଧାର ସହ ପାନ୍‌ ଲିଙ୍କ୍‌ ହେବା ପରେ କୌଣସି ଟିକସ ଦାତା ଆଉ ଟିକସ ଫାଙ୍କିପାରିବେ ନାହିଁ ବୋଲି କୁହାଯାଉଛି । ଏମିତି ପ୍ରତ୍ୟେକ ଟିକସ ଦାତାଙ୍କ ଉପରେ ସରକାରଙ୍କ ନଜର ରହିବ । କିଛି ଲୋକ ଏକାଧିକ ପାନ୍‌ କାର୍ଡ କରି ଟିକସ ଫାଙ୍କି ଆସୁଛନ୍ତି । ଆଧାର ସହ ପାନ୍‌ ଲିଙ୍କ ହେବା ପରେ ଏହି ଠକାମି ଆଉ ହୋଇପାରିବ ନାହିଁ ବୋଲି କୁହାଯାଉଛି ।

ଅନେକ ସରକାରୀ ଯୋଜନା ଏବେ ଆଧାର ସହ ଜଡ଼ିତ । ତେବେ ଏହା ପାନ୍‌ କାର୍ଡ ସହ ଯୋଡ଼ି ହେଲେ ସରକାରର ଯୋଜନାର ଅଯୋଗ୍ୟ ହିତାଧିକାରୀ ପଦାରେ ପଡ଼ିବାର ସମ୍ଭାବନା ରହିଛି । ଏହାସହ ସରକାରୀ ଯୋଜନାଗୁଡ଼ିକରେ ହେରଫେର ହେବାର ସମ୍ଭାବନା କମିଯିବ ।