Advertisment

Shubman Gill: ଶୁଭମନ ଗିଲ୍ ଅସୁସ୍ଥ, ହସ୍ପିଟାଲର ଆଇସିୟୁରେ ଆଡମିଟ୍

ଆହତ କାରଣରୁ କୋଲକାତା ଟେଷ୍ଟରୁ ବାଦ ପଡିଲେ ଶୁଭମନ୍ ଗିଲ୍। ବେକରେ ଯନ୍ତ୍ରଣା ଯୋଗୁଁ ଗିଲଙ୍କୁ ରିଟାୟାର୍ଡ ହର୍ଟ ହେବାକୁ ପଡିଛି। କୋଲକାତାର ଏକ ହସ୍ପିଟାଲର ଆଇସିୟୁରେ ଆଡମିଟ୍।

author-image
Chinmayee Sahoo
Shubman Gill

Shubman Gill Photograph: (OTV)

ଆହତ କାରଣରୁ କୋଲକାତା ଟେଷ୍ଟରୁ ବାଦ ପଡିଲେ କ୍ୟାପଟେନ୍ ଶୁଭମନ୍ ଗିଲ୍। ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚ ମଧ୍ୟରେ ଭାରତୀୟ ଅଧିନାୟକ ଶୁଭମନ ଗିଲଙ୍କୁ ଟେଷ୍ଟ ମଝିରେ ହଠାତ୍ ମେଡିକାଲରେ ଭର୍ତ୍ତି କରିବାକୁ ପଡିଥିଲା। ମ୍ୟାଚର ଦ୍ୱିତୀୟ ଦିନରେ ଗିଲଙ୍କ ବେକରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ରିଟାୟାର୍ଡ ହର୍ଟ ହେବାକୁ ପଡିଛି । ତାଙ୍କୁ ଏବେ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେ ଏବେ ଆଇସିୟୁରେ ଆଡମିଟ୍ ଅଛନ୍ତି। ଡାକ୍ତରଙ୍କ ନୀରିକ୍ଷଣରେ ଅଛନ୍ତି।

Advertisment

ତାଙ୍କ ଅନୁପସ୍ଥିତିରେ ଋଷଭ ପନ୍ଥ ଅଧିନାୟକ ଦାୟିତ୍ବ ସମ୍ଭାଳିଛନ୍ତି । ଶୁଭମନ୍ ଗିଲ୍ ଆଗାମୀ ଗୌହାଟୀ ଟେଷ୍ଟ ମ୍ୟାଚ ମଧ୍ୟ ଖେଳିନପାରନ୍ତି । ପ୍ରଥମ ସେସନରେ ୱାଶିଂଟନ୍ ସୁନ୍ଦର ଆଉଟ୍ ହେବା ପରେ, ଅଧିନାୟକ ଗିଲ୍ ବ୍ୟାଟିଂ କରିବାକୁ ଆସିଥିଲେ। ଦୁଇଟି ବଲର ସମ୍ମୁଖୀନ ହେବା ପରେ ଗିଲ୍ ତୃତୀୟ ବଲରେ ଏକ ସ୍ୱିପ୍ ସଟ୍ ଖେଳି ଚୌକା ମାରିଥିଲେ। କିନ୍ତୁ ସଟ୍ ମାରିବା ମାତ୍ରେ ତାଙ୍କ ବେକରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ଦଳର ଫିଜିଓ ତାଙ୍କୁ ପରୀକ୍ଷା କରିଥିଲେ। ଅସୁସ୍ଥତା କାରଣରୁ ରିଟାୟର୍ଡ ହର୍ଟ ହେବାକୁ ପଡିଥିଲା ।

•    ଆହତ କାରଣରୁ କୋଲକାତା ଟେଷ୍ଟରୁ ବାଦ ପଡିଲେ ଶୁଭମନ୍ ଗିଲ୍
•    ବେକରେ ଯନ୍ତ୍ରଣା ଯୋଗୁଁ ଗିଲଙ୍କୁ ରିଟାୟାର୍ଡ ହର୍ଟ ହେବାକୁ ପଡିଛି
•    କୋଲକାତାର ଏକ ହସ୍ପିଟାଲର ଆଇସିୟୁରେ ଆଡମିଟ୍
•    ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚ ବେଳେ ଆହତ ହୋଇଥିଲେ 
•    ଗିଲଙ୍କ ଅନୁପସ୍ଥିତିରେ ଋଷଭ ପନ୍ଥ ଅଧିନାୟକ ଦାୟିତ୍ବ ସମ୍ଭାଳିଛନ୍ତି

Advertisment
Shubman Gill
Advertisment
Related Articles
Advertisment