Advertisment

Doctor Dies On Duty: ଡାକ୍ତରଙ୍କ ଅକାଳ ମୃତ୍ୟୁ: ରୋଗୀ ଦେଖୁ ଦେଖୁ ଟଳି ପଡିଲେ

ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ଘଟଣା। ଓପିଡିରେ ରୋଗୀ ଦେଖୁଥିବା ବେଳେ ଡାକ୍ତରଙ୍କ ମୃତ୍ୟୁ। ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡ଼ିଯାଇଥିଲେ ଡାକ୍ତର।

author-image
Chinmayee Sahoo
Doctor Dies

Doctor Dies Photograph: (OTV)

ରୋଗୀ ଦେଖୁ ଦେଖୁ ଟଳିପଡ଼ିଲେ ଡାକ୍ତର। ଡ୍ୟୁଟିରେ ଥିବା ଜଣେ ଡାକ୍ତରଙ୍କ ଅକାଳ ମୃତ୍ୟୁ। ଏଭଳି ଅଭାବନୀୟ ଦୁଃଖଦ ଘଟଣା ବାଲେଶ୍ବର ଜିଲ୍ଲା ନୀଳଗିରି ଡାକ୍ତରଖାନାରେ ଦେଖିବାକୁ ମିଳିଛି। ମୃତକ ହେଲେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ତ୍ରିନାଥ ପାଲ। ଆଜି ସକାଳେ ଓପିଡିରେ ରୋଗୀ ଦେଖୁଥିଲେ ଡାକ୍ତର ତ୍ରିନାଥ ପାଲ।

Advertisment

ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ୱାସରୁମ ଭିତରକୁ ଯାଇଥିଲେ। ହେଲେ କିଛି ସମୟ ପରେ ଓ୍ୱାସରୁମରୁ ବାହାରି ବେଡରେ ଶୋଇଯାଇଥିଲେ। ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସରେ ବାଲେଶ୍ୱର ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ଏହି ଖବର ଜଣାପଡିବା ପରେ ବାଲେଶ୍ବର ସହ ନୀଳଗିରି ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଡାକ୍ତରଖାନାରେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

Advertisment

•    ରୋଗୀ ଦେଖୁ ଦେଖୁ ଟଳିପଡ଼ିଲେ ଡାକ୍ତର
•    ଓପିଡିରେ ରୋଗୀ ଦେଖୁଥିବା ବେଳେ ଡାକ୍ତରଙ୍କ ମୃତ୍ୟୁ
•    ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ଘଟଣା
•    ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ତ୍ରିନାଥ ପାଲଙ୍କ ମୃତ୍ୟୁ
•    ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡ଼ିଯାଇଥିଲେ ଡାକ୍ତର
•    ବାଲେଶ୍ୱର ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

Baleswar
Advertisment
Related Articles
Advertisment