Advertisment

Viral Video: ବିଡିଓ ହେବ ତ ଏମିତି... ୩ କିଲୋମିଟର ପାହାଡ଼ ଚଢିଲେ, ଲୋକଙ୍କ ସମସ୍ୟା ବୁଝିଲେ

ପୁଣି ଚର୍ଚ୍ଚାରେ ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ । ୩ କିଲୋମିଟର ପାହାଡ଼ ଚଢି ଲୋକଙ୍କ ସମସ୍ୟା ବୁଝିଲେ। ପୂର୍ବରୁ ଡାଇରିଆ ଆକ୍ରାନ୍ତ ଶିଶୁକୁ କୋଳରେ ଧରି ଚର୍ଚ୍ଚାକୁ ଆସିଥିଲେ।

author-image
Chinmayee Sahoo
BDO

BDO Photograph: (OTV)

ପୁଣି ଚର୍ଚ୍ଚାରେ ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ । ପୂର୍ବରୁ ଡାଇରିଆରେ ଆକ୍ରାନ୍ତ ଶିଶୁକୁ କୋଳରେ ଧରି ମେଡିକାଲ୍ ନେବା, ଆଉ ଏବେ ୩ କିଲୋମିଟର ପାହାଡ଼ ଚଢି ଲୋକଙ୍କ ସମସ୍ୟା ବୁଝିଲେ। ଜଙ୍ଗଲ, ପାହାଡିଆ ରାସ୍ତାରେ ଗାଡି ଯାଇପାରୁ ନଥିବାରୁ ଅଧିକାରୀଙ୍କ ସହ ୩ କିଲୋମିଟର ପାହାଡ଼ ଚଢିଛନ୍ତି । ଲୋକଙ୍କ ସମସ୍ୟା ବୁଝିବା ସହ ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏହି ଭିଡିଓ ଭାଇରଲ ହେବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ନନ୍ଦାହାଣ୍ଡି ବିଡ଼ିଓ ।

Advertisment

ଝାଡବନ୍ଧଗୁଡା ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଫୁଟଘର ଗାଁରେ ୫୦ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି । ତିନିଟି ପାହାଡ଼ ଚଢି ଗାଁରେ ପହଞ୍ଚିବାକୁ ହୋଇଥାଏ । ତେବେ ଗାଁରେ ଯେମିତି କୌଣସି ବି ଲୋକେ ସରକାରୀ ଯୋଜନାରୁ ବଞ୍ଚିତ ନ ହୁଅନ୍ତି ଏବଂ ଅନ୍ୟ କିଛି ସମସ୍ୟା ରହିଛି କି ନାହିଁ ଜାଣିବା ପାଇଁ ଗାଁରେ ପହଞ୍ଚିଥିଲେ ।

ତେବେ ଅନେକ ମୌଳିକ ସମସ୍ୟାର ସମାଧାନ ହୋଇଯାଇଥିଲେ ମଧ୍ୟ ଜଣଙ୍କ ବାର୍ଦ୍ଧକ୍ୟ ଭତ୍ତା ରହିଯାଇଛି । ତାହା ଯଥାଶୀଘ୍ର ସମାଧାନ କରାଯିବ ସହ ଗାଁକୁ ପାହାଡିଆ ରାସ୍ତା ଥିବାରୁ କିଛି ରାସ୍ତା ନିର୍ମାଣ ହୋଇଥିବା ବେଳେ ବାକି ରାସ୍ତା କାମ ପାଇଁ ଅନୁଦାନ ଟଙ୍କା ଆସିଥିବାରୁ ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ବିଡ଼ିଓଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି ।

Advertisment

Human Interest Story
Advertisment
Related Articles
Advertisment