Advertisment

Indian Cricket Icons Visit Jagannath Temple: ଜଗା ଦର୍ଶନ କଲେ ଟିମ୍ ଇଣ୍ଡିଆ ଖେଳାଳି, ଆଶିଷ ଭିକ୍ଷା କଲେ

ବାରବାଟୀ ଟକ୍କର ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଟିମ୍ ଇଣ୍ଡିଆ କୋଚ୍ ଓ କ୍ୟାପଟେନ୍। ଓଟିଭକୁ ଜୟ ଜଗନ୍ନାଥ କହିଲେ ସୂର୍ଯ୍ୟକୁମାର ଯାଦବ।

author-image
Chinmayee Sahoo
INDIAN CRICKET TEAM

INDIAN CRICKET TEAM Photograph: (OTV)

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପୂର୍ବରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ଟିମ ଇଣ୍ଡିଆ ଖେଳାଳି। ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସହ ୩ ଖେଳାଳି ଜଗା ଦର୍ଶନ କରିଛନ୍ତି। ଦର୍ଶନ ପାଇଁ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବଙ୍କ ସହ ତାଙ୍କ ପତ୍ନୀ ସାଙ୍ଗରେ ଆସିଥିଲେ। ଏହାସହ କୋଚ୍ ଗୌତମ ଗମ୍ଭୀର, ତିଲକ ବର୍ମା, ଜିତେଶ ଶର୍ମା ମଧ୍ୟ ସାଙ୍ଗରେ ଆସି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । 

Advertisment

ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ ଭୁବନେଶ୍ବର ଫେରି ଆସିଥିଲେ ଖେଳାଳି। ଟିମ ଇଣ୍ଡିଆ ଖେଳାଳିଙ୍କ ପାଇଁ ଶ୍ରୀମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ବେଳେ ଜୟ ଜଗନ୍ନାଥ କହିଥିଲେ କ୍ୟାପଟେନ ସୁର୍ଯ୍ୟକୁମାର ଯାଦବ।

•    ଜଗା ଦର୍ଶନ କଲେ ଟିମ୍ ଇଣ୍ଡିଆ ଖେଳାଳି
•    ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଟିମ୍ ଇଣ୍ଡିଆ ଖେଳାଳି
•    ମୁଖ୍ୟ କୋଚଙ୍କ ସହ ୩ ଖେଳାଳି କଲେ ଜଗା ଦର୍ଶନ
•    T-20 ମ୍ୟାଚ୍ ପୂର୍ବରୁ ଜଗା ଦର୍ଶନ କଲେ ଭାରତୀୟ ଖେଳାଳି
•    କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବଙ୍କ ସହ ଥିଲେ ତାଙ୍କ ପତ୍ନୀ
•    କୋଚ ଗୌତମ ଗମ୍ଭୀର, ତିଲକ ବର୍ମା, ଜିତେଶ ଶର୍ମା
•    ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରି ଫେରିଲେ 
•    ଖେଳାଳିଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

Advertisment
Indian Cricketers
Advertisment
Related Articles
Advertisment