/odishatv-khabar/media/media_files/2025/12/05/barabati-2025-12-05-08-39-27.jpg)
barabati Photograph: (OTV)
ଆଜିଠୁ ବିକ୍ରି ହେବ ବାରବାଟୀ ମ୍ୟାଚ ଲାଗି ଅଫଲାଇନ୍ ଟିକେଟ୍ । ହେଲେ ଟିକେଟ କିଣିବା ଲାଗି ଗତକାଲି ରାତିରୁ ଲାଗିଲାଣି ଅସମ୍ଭାଳ ଭିଡ । ସ୍ଥିତି ଏମତି ହୋଇଛି ଯେ ସ୍ଥିତି ସମ୍ଭାଳିବାକୁ ପୋଲିସକୁ ନାକେଦମ ହେବାକୁ ପଡିଛି । ଷ୍ଟାଡିୟମ ବାହାରେ ଶହ ଶହ ସଂଖ୍ୟାରେ ଲୋକ ଆସି ଭିଡ ଜମାଇଛନ୍ତି ।
ବ୍ୟାରିକେଡ ଭିତରେ ପଶିବାକୁ ଉଦ୍ୟମ ବେଳେ ଶୀତୁଆ ରାତିରେ ପୋଲିସକୁ ଝାଳ ବୁହାଇବାକୁ ପଡିଛି । ଟିକଟ ବିକ୍ରିକୁ ଏଥର ଶୃଂଖଳିତ କରିବାକୁ ପ୍ରଥମଥର ପାଇଁ ନିଆଯାଇଛି ବଡ ପଦକ୍ଷେପ। ନୂଆ ବ୍ୟବସ୍ଥା ଲାଗୁ କରିଛି କମିନରେଟ ପୋଲିସ। ସର୍ପେନଟାଇନ ଡିଜାଇନରେ ଲୁହା ବ୍ୟାରିକେଡ୍ କରାଯାଇଛି।
ଦର୍ଶକ ପ୍ରଥମେ ଓସିଏ କ୍ରିକେଟ ଏକାଡେମୀ ପଟେ ବ୍ୟାରିକେଡ଼ ଭିତରକୁ ଆସିବେ। ଏହାପରେ ସିଧା ଟିକଟ କାଉଣ୍ଟର ପର୍ଯ୍ୟନ୍ତ ଯିବେ। ଦର୍ଶକଙ୍କ ପାଇଁ ୨ ଫୁଟ ଲେଖାଏଁ ଦୁଇଟି ବ୍ୟାରିକେଡ଼ ଲାଇନ କରାଯାଇଥିବା ବେଳେ ତାପାଖରେ ଆଉ ଗୋଟିଏ ୩ ଫୁଟର ବ୍ୟାରିକେଡ଼ ହୋଇଛି ଯେଉଁଠି ପୋଲିସ ଜଗିଛନ୍ତି। କାଉଣ୍ଟର ପାଖରୁ ଆଠ ଶହ ମିଟର ପର୍ଯ୍ୟନ୍ତ ଷ୍ଟିଲ ବ୍ୟାରିକଡେ ବ୍ୟବସ୍ଥା ହୋଇଛି।
ଟିକେଟ ବିକ୍ରି ପୂର୍ବ ରାତିରୁ କେହି ବି କାଉଣ୍ଟର ପାଖରେ ଲାଇନ ଲଗାଇବା ଉପରେ କଟକଣା ରହିଥିଲା। ସକାଳ ୯ ଟାରେ କାଉଣ୍ଟରରେ ଟିକେଟ ବିକ୍ରି ହେବ, 6 ଟାରୁ ଲାଇନ ଲଗାଇ କାଉଣ୍ଟରରୁ ଟିକେଟ ନେବେ ଲୋକେ। କାଉଣ୍ଟର ପାଖରେ କେବଳ ଟିକେଟ କିଣିବାକୁ ଆସିଥିବା ଲୋକ ରହି ପାରିବେ । ଏହାକୁ ନୋ ମ୍ୟାନ୍ସ ଲ୍ୟାଣ୍ଡ ଘୋଷଣା କରାଯାଇଛି।
ଆଜିଠୁ ଟିକେଟ୍ ବିକ୍ରି, କାଲି ରାତିରୁ ଲାଗିଲାଣି ଭିଡ଼
ଅଫଲାଇନ୍ ଟିକେଟ୍ ବିକ୍ରି ପୂର୍ବରୁ ଅସମ୍ଭାଳ ଭିଡ଼
ଷ୍ଟାଡିୟମ ବାହାରେ ପ୍ରବଳ ଭିଡ଼, ଅସମ୍ଭାଳ ସ୍ଥିତି
ରାଜ୍ୟ ତଥା ବାହାରୁ କ୍ରିକେଟ ପ୍ରେମୀଙ୍କ ଗହଳି
ବ୍ୟାରିକେଡ୍ ଭିତରେ ପଶିବାକୁ ଲୋକଙ୍କ ଉଦ୍ୟମ
ଲୋକଙ୍କୁ ଅଟକାଇବାକୁ ପୋଲିସ ନାକେଦମ୍
ପୋଲିସ-କ୍ରିକେଟ ପ୍ରେମୀଙ୍କ ଭିତରେ ଛକାପଞ୍ଝା
ବାରବାଟୀ ଷ୍ଟାଡିୟମ୍ ବାହାରେ ଖଚାଖଚ ଭିଡ଼
Student Abuse Row: ଛାତ୍ରୀ ନିର୍ଯାତନା ଘଟଣାରେ ବଡ଼ ଆକ୍ସନ୍, ଅଭିଯୁକ୍ତ ଅତିଥି ଅଧ୍ୟାପକ ବହିଷ୍କୃତ

Dramatic Rescue: ପୋଖରୀକୁ ଖସିପଡ଼ିଛି କାର୍, ନାଉରୀ କରୁଛନ୍ତି ଜୀବନ ଉଦ୍ଧାର

A Wedding With a Difference: ନିଆରା ବାହାଘର, ଉଦାହରଣ ସାଜିଲେ ଗୋପବନ୍ଧୁ ସାର୍

Political Storm: ପ୍ରଫୁଲ୍ଲଙ୍କ ଘରୁ ଖଞ୍ଜା ଯାଇଥିବା ଡିନାମାଇଟରେ ଫାଟୁଛି ଭଦ୍ରକ ବିଜେଡି ବନ୍ଧ, ଦଳରୁ ଇସ୍ତଫା ଦେଉଛନ୍ତି ନେତା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)