ବର୍ଡର-ଗାଭାସ୍କର ଟ୍ରଫିରେ ପୂର୍ବ ଚାରି ଟେଷ୍ଟ ସିରିଜ୍ ଜିତିଛି ଭାରତ । କିନ୍ତୁ ଘରେ ନ୍ୟୁଜିଲାଣ୍ଡ ବିପକ୍ଷ ବିପର୍ଯ୍ୟୟ ପରେ ୨୦୨୪-୨୫ ସିରିଜ୍ ଟିମ୍ ପାଇଁ କଷ୍ଟସାଧ୍ୟ ହେବ ବୋଲି ଚର୍ଚ୍ଚା ହେଉଛି । ଡବ୍ଲ୍ୟୁଟିସି ଫାଇନାଲ୍ରେ ପ୍ରବେଶ ଲକ୍ଷ୍ୟ ଦୃଷ୍ଟିରୁ ରୋହିତ ସେନା ଆଗରେ ଏବେ ବଢ଼ିଯାଇଛି ଚାଲେଞ୍ଜ୍ ।
ବିରାଟଙ୍କ ପୋଷ୍ଟକୁ ନେଇ ହଟଚମଟ ହେଲେ ଫ୍ୟାନ୍ । ଯିଏ ଦେଖିଲା ସିଏ ହେଲା ଆଶ୍ଚର୍ଯ୍ୟ ଚକିତ । କା଼ରଣ ପୋଷ୍ଟ ହିଁ ଥିଲା ସେମିତି । ଫ୍ୟାନ୍ ଭାବିଲେ ଅବସର ନେଇଗଲେ ରନ୍ ମେସିନ୍ ।
ଟି -୨୦ ଫର୍ମାଟରେ ପାକିସ୍ତାନ ଦଳର ଅବସ୍ଥା ବର୍ତ୍ତମାନ ବହୁତ ଖରାପ । ଗତ ୯ ଟି -୨୦ ସିରିଜରେ ପାକିସ୍ତାନ ଦଳ କେବଳ ଗୋଟିଏ ସିରିଜ୍ରେ ବିଜୟ ଲାଭ କରିଛି ।
ଯଦି ଟିମ୍ ଇଣ୍ଡିଆ ବର୍ଡର-ଗାଭାସ୍କର ଟ୍ରଫିରେ ବି ପରାଜିତ ହେବ, ତା’ହେଲେ ଗୌତମ ଗମ୍ଭୀରଙ୍କ ଠାରୁ ଟେଷ୍ଟ ଟିମ୍ର କୋଚିଂ ଦାୟିତ୍ୱ କାଢ଼ି ନିଆଯାଇପାରେ । ଏହାପରେ ଏନ୍ସିଏ ମୁଖ୍ୟ ତଥା ପୂର୍ବତନ କ୍ରିକେଟର୍ ଭିଭିଏସ୍ ଲକ୍ଷ୍ମଣ ହୋଇପାରନ୍ତି ଟେଷ୍ଟ ଟିମ୍ର ନୂଆ କୋଚ୍ । ଏହାକୁ ନେଇ ଏବେ ଭାରତୀୟ କ୍ରିକେଟ୍ ମହଲରେ ଚାଲିଛି ଚର୍ଚ୍ଚା ।
ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପାଇଁ ମୋ ପୁଅର କ୍ୟାରିୟର ପ୍ରାୟ ଏକ ଦଶନ୍ଧି ପାଇଁ ନଷ୍ଟ ହୋଇଗଲା । ଏମିତି ବିସ୍ପୋରକ ବୟାନ ଦେଇଛନ୍ତି କ୍ରିକେଟର ସଞ୍ଜୁ ସାମ୍ସନଙ୍କ ବାପା ସାମ୍ସନ ବିଶ୍ୱନାଥ ।
ଗତ ସିଜିନ୍ ଭଳି ଏହି ସିଜିନ୍ରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଚାରି ଜଣ କ୍ୟାପଟେନଙ୍କୁ ନେଇ ଖେଳିବାକୁ ଯାଉଛି ।
ଏକ ବ୍ୟବସାୟିକ ଠକେଇ ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନୋଟିସ୍ ପଠାଇଛି ।
ଟେଷ୍ଟ କ୍ରିକେଟ୍ରେ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମାଙ୍କ ଠାରୁ ଉତ୍ତମ ଅଧିନାୟକ ଥିଲେ ବିରାଟ କୋହଲି । ତାଙ୍କ ନେତୃତ୍ୱରେ ଘରେ ସମସ୍ତ ଟେଷ୍ଟ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ । ଟିମ୍କୁ ବିଶ୍ୱ ମାନ୍ୟତା ଶୀର୍ଷରେ ପହଞ୍ଚାଇବା ସହ ଅଷ୍ଟ୍ରେଲିଆରେ ପ୍ରଥମ ଥର ସିରିଜ୍ ଜିତାଇବାର ଗୌରବ ବି ଅର୍ଜନ କରିଛନ୍ତି କିଙ୍ଗ୍ କୋହଲି।
ଭାରତ-ପାକିସ୍ତାନ ବିବାଦ ପାଇଁ ଯଦି ଏହି ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରୁହେ କିମ୍ବା ଅନ୍ୟ କୌଣସି ଦେଶକୁ ସ୍ଥାନାନ୍ତରିତ ହୁଏ ତେବେ ଏହା ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଉପରେ ଏହା ଆର୍ଥିକ ପ୍ରଭାବ ପକାଇପାରେ ।
କ୍ରିକେଟର ସଞ୍ଜୟ ବଙ୍ଗରଙ୍କ ପୁଅ ଆର୍ଯ୍ୟନ୍ ପ୍ରାୟ ୧୧ ମାସ ପୂର୍ବେ ତାଙ୍କର ଲିଙ୍ଗ ପରିବର୍ତ୍ତନ ଯାତ୍ରା ଆରମ୍ଭ କରିଥିଲେ । ଯାହାକୁ 'ହରମୋନ୍ ରିପ୍ଲେସମେଣ୍ଟ ଥେରାପି' ବା HRT କୁହାଯାଏ ।
ଆଜି ଖେଳିଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍ରେ ବିଜୟ ଲାଭ କରି ୪ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୨-୦ରେ ଆଗୁଆ ରହିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍ ଖେଳାଯିବ ।
ନ୍ୟୁଜିଲାଣ୍ଡ ବିପକ୍ଷ ବିପର୍ଯ୍ୟୟ ପରେ ଟେଷ୍ଟ ଟିମ୍ରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ କିଏ ହେବେ, ତାହାକୁ ନେଇ ଏବେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା । ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ଉପ-ଅଧିନାୟକ ଯଶପ୍ରୀତ ବୁମ୍ରା ଓ ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ।
ଆଡିଲେଡ୍ରେ ଚାଲିଥିବା ଦିନିକିଆ ମ୍ୟାଚ୍ରେ ୧୬୩ ରନ୍ କରିଥିଲା ଅଷ୍ଟ୍ରେଲିଆ । ଯାହାକୁ ପିଛା କରି ପାକିସ୍ତାନ ୯ ୱିକେଟ୍ରେ ବିଜୟ ହାସଲ କରିଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆସନ୍ତା ନଭେମ୍ବର ୧୧ରେ ଫେବ୍ରୁଆରୀରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇପାରେ ।
ଅଷ୍ଟ୍ରେଲିଆ-ଏ ଓ ଭାରତ-ଏ ମଧ୍ୟରେ ଚାଲିଛି ପ୍ରଥମ ଅନ୍ଫିସିଆଲ ଟେଷ୍ଟ । ପ୍ରଥମରୁ ଖରାପ ପ୍ରଦର୍ଶନ କରିଛି ଭାରତ-ଏ । ଧ୍ରୁବ ଜୁରେଲଙ୍କ ୮୦ ରନ୍ ବଳରେ ଭାରତ-ଏ ମାତ୍ର ୧୬୧ ରନ୍ କରିପାରିଛି ।
ଯଦି ଏହି ଟୁର୍ଣ୍ଣାମେଣ୍ଟ ହୁଏ ତେବେ ବିରାଟ-ବାବର ଓ ରୋହିତ-ରିଜୱାନ୍ଙ୍କ ଭଳି ଖେଳାଳି ଗୋଟିଏ ଦଳରେ ଖେଳୁଥିବାର ନଜର ଆସିବେ । ଯାହା କ୍ରିକେଟ ପ୍ରେମୀଙ୍କ ପାଇଁ ବେଶ୍ ରୋମାଞ୍ଚକର ହେବ ।
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ କ୍ଲିନ୍ ସୁଇପ୍ ହୋଇଛି ଟିମ୍ ଇଣ୍ଡିଆ । ଏହାପରେ ଡବ୍ଲ୍ୟୁଟିସିରେ ଭାରତର କ୍ରମାଗତ ତୃତୀୟ ଥର ଫାଇନାଲ୍ରେ ପ୍ରବେଶ ଉପରେ ଲାଗିଯାଇଛି ପ୍ରଶ୍ନଚିହ୍ନ । ଅଧିନାୟକ ରୋହିତ ଶର୍ମାଙ୍କ ସହ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ବି ହୋଇଛନ୍ତି କଡ଼ା ସମାଲୋଚନାର ଶରବ୍ୟ । ଏବେ ଗମ୍ଭୀରଙ୍କ ପାଇଁ ଏସିଡ୍ ଟେଷ୍ଟ ହେବ ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫି ।
ଆଜିର ଦୁନିଆରେ ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟ ବିଷୟରେ ଅଧିକ ସଚେତନ ହେଉଛନ୍ତି । ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ଉଦ୍ୟମ କରୁଛନ୍ତି ।
ଭାରତ ଅଲିମ୍ପିକ୍ସ ୨୦୩୬ ପାଇଁ ଏକ ବିଡ୍ ଦାଖଲ କରିଛି । ୨୦୩୬ ମସିହାରେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଆୟୋଜନ କରିବାକୁ ଆଇଓଏ ଆନୁଷ୍ଠାନିକ ଭାବେ ଭାରତର ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
ଏକ ଫୁଟବଲ୍ ମ୍ୟାଚ୍ ଚାଲୁଥିବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା । ଯାହାଫଳରେ ଜଣେ ଖେଳାଳିଙ୍କ ମୃତ୍ୟୁ ହୋଇଛି ।
ଭାରତର ଏକ ଛୋଟ ଗାଁର ପଡ଼ିଆରେ କ୍ରିକେଟ ଖେଳୁଥିବା ଯେକୌଣସି ପିଲାକୁ ପଚାରିବେ ଯଦି ତାର ଆଇଡଲ୍ କିଏ, ତେବେ ପ୍ରାୟ ୯୯ ପ୍ରତିଶତ ଉତ୍ତର ବିରାଟ କୋହଲି ହିଁ ମିଳିବ ।
ଦୀର୍ଘଦିନ ପରେ ଓଡ଼ିଶାକୁ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଫେରିଥିବାରୁ ସମସ୍ତଙ୍କ ଉତ୍ସାହ ଥିଲା। କିନ୍ତୁ ଟିକେଟ୍ ଦର ଶୁଣିବା ପରଠୁ ମରି ଯାଇଛି ଦର୍ଶକଙ୍କ ଉତ୍ସାହ।
ମୁମ୍ବାଇର ୱାଙ୍ଖେଡେରେ ଚାଲିଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ପଡ଼ିଆ ଭିତରେ ବିରାଟ ନାଚୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଫ୍ୟାନ୍ ମଧ୍ୟ ଉତ୍ସାହିତ ହୋଇଥିଲେ ।
ଆଉ କେହିଁ ନୁହେଁ ଧୋନିଙ୍କ ଅତି ଘନିଷ୍ଠ ତଥା ପ୍ରିୟ ବନ୍ଧୁ ସୁରେଶ ରୈନା କହିଛନ୍ତି ଯେ, ପନ୍ତ ଖୁବଶୀଘ୍ର ଚେନ୍ନାଇର ହଳଦିଆ ଜର୍ସି ପିନ୍ଧିଥିବାର ନଜର ଆସିବେ ।