/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647172826.jpg)
ମେଷ –
ସ୍ବାସ୍ଥ୍ୟ ସମସ୍ୟା ଆପଣଙ୍କୁ ବିଚଳିତ କରିପାରେ। ଭୁଲ୍ ବୁଝାମଣାରୁ ପାରିବାରିକ ଅଶାନ୍ତି ସୃଷ୍ଟି ହେବ। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ ପରେ ହିଁ ସଫଳତା ପାଇବେ। ଆତ୍ମୀୟଙ୍କ ସମସ୍ୟା ବିଷୟରେ ଚିନ୍ତିତ ରହିପାରନ୍ତି। ଅଟକି ରହିଥିବା କାମଟିକୁ ପୁନଃ ଆରମ୍ଭ କରିପାରନ୍ତି। ଯାତ୍ରା ସମୟରେ ଅସୁବିଧା ଭୋଗିପାରନ୍ତି । ଦୂର ବନ୍ଧୁଙ୍କ ଦର୍ଶନରେ ମନ ଖୁସି ରହିବ। ଗୃହାରମ୍ଭ କିମ୍ବା ଯାନ୍ତ୍ରିକ ଜିନିଷ କିଣିବାର ସୁଯୋଗ ଲାଭ କରିବେ। ଉଚ୍ଚଶିକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ସୁଫଳ ପାଇବେ। ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ନୂଆ ଯୋଜନାର ଶୁଭାରମ୍ଭ କରିପାରନ୍ତି।
ଶୁଭରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା- ୯
ପ୍ରତିକାର- ମଙ୍ଗଳଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ବୃଷ -
ପରିଜନଙ୍କ ସହିତ ଆଜିର ଭ୍ରମଣ ସୁଖ ବେଶ୍ ଉପଭୋଗ୍ୟ ହୋଇପାରେ। ସୁସ୍ଥତା ସାଙ୍ଗକୁ ବନ୍ଧୁବର୍ଗଙ୍କ ଆଦର ଅଭ୍ୟର୍ଥନା ମନୋବଳ ବୃଦ୍ଧିରେ ସହାୟକ ହେବ । ପାରିବାରିକ ବନ୍ଧୁମିଳନରୁ ସାମୟିକ ଖୁସି ରହିପାରନ୍ତି। ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟ କାରବାରରେ ଲାଭବାନ୍ ହେବେ। ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବାର ଆଶା ରହିଛି। ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ସରକାରୀ ସ୍ତରରୁ ଅର୍ଥ ସାହାଯ୍ୟ ପାଇବେ। କର୍ମକ୍ଷେତ୍ରରେ ଆଦରଣୀୟ ହେବେ। ସଭାସମିତିକୁ ନିମନ୍ତ୍ରିତ ହୋଇପାରନ୍ତି। ଖୋଜୁଥିବା ଜିନିଷ ପାଖକୁ ଆସିବ। ଆଶା ଅନୁସାରେ ଫଳ ମିଳିବନି। ଖର୍ଚ୍ଚ ବଢ଼ିବ।
ଶୁଭରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- କୌଣସି ଦୃଷ୍ଟିବାଦିତ ଲୋକଙ୍କୁ ସାହାଯ୍ୟ କରନ୍ତୁ ।
ମିଥୁନ-
ହଠାତ୍ ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃ ବିବାଦ ଦେଖାଦେଇପାରେ। କର୍ମାଧିପ ବ୍ୟୟସ୍ଥ ଯୋଗୁ ନିଜ ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି। ପିଲାଙ୍କ ପଢ଼ା ସମସ୍ୟା, ପରିବହନରେ ଝଗଡ଼ା, ସଭାସମିତିରେ ଅସ୍ଥିରତାର ସୂଚନା ମଧ୍ୟ ରହିଛି। ବ୍ୟବସାୟରେ ନୂତନ ପଦେକ୍ଷପ ଗ୍ରହଣ କରିବା ସକାଶେ ମନ ବଳାଇବେ। ମିତ୍ର କେହି ନିଜର ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ଛଳନା କରି ଦୂରେଇ ଯାଇ ପାରନ୍ତି।
ଶୁଭରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ମା ତ୍ରିପୁରା ସୁନ୍ଦରୀଙ୍କର କବଚ ଧାରଣ କରନ୍ତୁ ।
କର୍କଟ-
ମନରେ ନୂଆ ନୂଆ ବିଚାର ଆସିବ। ଇଚ୍ଛା ପୂରା କରିବାର ପ୍ରୟାସ ସଫଳ ହେବ। ଜୀବନସାଥୀଙ୍କୁ ସୁନ୍ଦର ଉପହାର ଦେବେ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ଆସିବ। ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ଖାଦ୍ୟଶସ୍ୟ ବ୍ୟବସାୟୀମାନେ ବଡ଼ ଡିଲ୍ କରିପାରନ୍ତି। ଅଫିସ୍ରେ ପଦୋନ୍ନତିର ସୁଯୋଗ ରହିଛି। ପିଲା ଦିନର ସାଙ୍ଗଙ୍କ ପ୍ରୀତିଭୋଜନକୁ ଯାଇପାରନ୍ତି। ଅଧ୍ୟୟନ ପ୍ରତି ଆଗ୍ରହ ହ୍ରାସ ପାଇବ। ସଠିକ୍ ସମୟରେ ଆପଣଙ୍କର ବୁଦ୍ଧିମତା ବ୍ୟବହାର କରିପାରିବେ ନାହିଁ। ଆପଣଙ୍କ ମନ ଅଯଥାରେ ବିଚରଣ କରିପାରେ । ଛାତ୍ରମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ଆପଣ ଏକ ବଡ଼ ପ୍ରତିଯୋଗିତା ହାତଛଡ଼ା କରିପାରନ୍ତି ।
ଶୁଭରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ପ୍ରତିଦିନ ନିଜ ମାତାଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ ।
ସିଂହ-
ଥଣ୍ଡା, କାଶ ଦେଖାଦେବ। ଦୂରଯାତ୍ରା କରିବେ। ପ୍ରତ୍ୟେକ କାମ ବିଳମ୍ବରେ ସମ୍ପନ୍ନ ହେବ। ଭ୍ରାତୃ ସମ୍ପର୍କରେ ଅବନତି। ସାଂସ୍କୃତିକ କାର୍ୟ୍ୟକ୍ରମରେ ଯୋଗଦେବେ। ସ୍ଥଗିତ କର୍ମାରମ୍ଭ କରିପାରନ୍ତି। ନୂଆ ବନ୍ଧୁ ଘରକୁ ଆସିପାରନ୍ତି। ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ମିଳିବ। ଋଣ ପରିଶୋଧର ଆଲୋଚନା କରିପାରନ୍ତି। ସଭାସମିତିକୁ ନିମନ୍ତ୍ରିତ ହୋଇପାରନ୍ତି। ସବୁ କାମରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ଭଲ ସମ୍ପର୍କ ଥିବା ବନ୍ଧୁ କ୍ରମଶଃ ଦୂରେଇ ରହୁଥିବାର ଅନୁଭବ କରିବେ। କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିବାର ଆଶଙ୍କା ରହିଛି।
ଶୁଭରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ପ୍ରତିଦିନ ସୂର୍ୟ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।
କନ୍ୟା-
ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁ ଚିନ୍ତିତ ରହିପାରନ୍ତି। ଆକସ୍ମିକ ଭାବେ ସୃଷ୍ଟି ହୋଇଥିବା ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। ଭିତରେ ଭିତରେ ଶତ୍ରୁତା ଆଚରଣ କରୁଥିବା ବନ୍ଧୁଙ୍କ ପକ୍ଷପାତିତାକୁ ନାପସନ୍ଦ କରିପାରନ୍ତି। କର୍ମଜଞ୍ଜାଳ ବୃଦ୍ଧି ପାଇବା କାରଣରୁ ଘରକାମ ବୁଝିବାକୁ ସମୟ ପାଇବେ ନାହିଁ। ମିଥ୍ୟା ଅଭିଯୋଗକୁ ବନ୍ଧୁ ସମର୍ଥନ ଦେବା କାରଣରୁ ବିରକ୍ତି ପ୍ରକାଶ କରିବେ। ଋଣ ପରିଶୋଧ କରିପାରିବେ ନାହିଁ। ବନ୍ଧୁ ଅର୍ଥ ସାହାଯ୍ୟର ଦୃଢ଼ ପ୍ରତିଶ୍ରୁତି ଦେଇ ମନକୁ ଖୁସି କରିଦେଇପାରନ୍ତି। ଖଳଲୋକଙ୍କ କଥାରେ ପ୍ରଭାବିତ ହୋଇ ଭୁଲ୍ କାମ କରିପାରନ୍ତି। ଗୃହୋପକରଣ କିଣିବାକୁ ମନ ବଳାଇପାରନ୍ତି।
ଶୁଭରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ବିଷ୍ଣୁଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ତୁଳା-
ପରିବାର ସହିତ ଅଧିକ ସମୟ ବିତିବ। ବେପାରରେ ବୃଦ୍ଧି ହେବ। ନୂଆ କାମ କରିବା ପାଇଁ ଯୋଜନା କରିପାରନ୍ତି। ଅଫିସରେ ଆପଣଙ୍କ ପ୍ରଦର୍ଶନର କର୍ତ୍ତୃପକ୍ଷ ଖୁସି ହେବେ। ପ୍ରେମ ଜୀବନ ଭଲ ରହିବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ପାରିବାରିକ କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। କିଛି ନୂଆ କାମ କରିବା ପାଇଁ ବିଚାର କରିବେ। ଆୟରେ ବୃଦ୍ଧି ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ପାରିବାରିକ ଜୀବନ ଶାନ୍ତିମୟ ହେବ। କାହାରି ଉପରେ ଭରସା କରିବାରେ ନିବୃତ୍ତ ରୁହନ୍ତୁ। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ। ଛାତ୍ରଙ୍କୁ ପଢ଼ିବା କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା।
ଶୁଭରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଶୁକ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ବିଛା-
କାର୍ଯ୍ୟକ୍ଷେତ୍ରରେ ବିରୋଧୀ କିଛି ସମସ୍ୟା ଛିଡ଼ା କରାଇବେ। କାର୍ଯ୍ୟକ୍ଷେତ୍ରରେ ନିଜର ଯୋଗ୍ୟତା ଦେଖାଇବାରେ ମଉକା ପାଇବେ। ଅଫିସରେ କାମ ବଢ଼ିପାରେ। ବିବାଦ ଠାରୁ ଦୂରରେ ରହନ୍ତୁ। ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ମାଗଣାରେ କାହାରିକୁ ପରାମର୍ଶ ଦିଅନ୍ତୁ ନାହିଁ। ଜୀବନ ଭଲ ଢ଼ଙ୍ଗରେ ଜିଇଁବା ପାଇଁ ପ୍ରୟାସ କରିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ । ରାଜନୀତିରେ ସଫଳତା ପାଇବେ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। କଥା କଥାରେ ଆପଣଙ୍କୁ କ୍ରୋଧ ଆସିପାରେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସରେ ଆପଣଙ୍କୁ ବଡ଼ ଦାୟିତ୍ବ ମିଳିପାରେ। ଆପଣଙ୍କର ଧ୍ୟାନ ଧର୍ମକାର୍ଯ୍ୟରେ ଲଗାନ୍ତୁ।
ଶୁଭରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା- ୯
ପ୍ରତିକାର- ହନୁମାନଙ୍କ ମନ୍ଦିରରେ ପେଡା ଭୋଗ ଲଗାନ୍ତୁ ।
ଧନୁ-
ମାନସିକ ଅଶାନ୍ତି ବଢ଼ିପାରେ।କାହାରି ସହିତ ଝଗଡ଼ା କରନ୍ତୁ ନାହିଁ। ସବୁ କାମ ଆପଣଙ୍କ ମନ ମୁତାବକ ପୂରା ହେବ। କାମ ନିର୍ଦ୍ଧାରିତ ସମୟରେ ପୂରା ନହେବା ଯୋଗୁଁ ମାନସିକ ଅଶାନ୍ତି ବଢ଼ିପାରେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଏକାଗ୍ରତା ସହିତ କାମ ପୂରା କରିବାକୁ ଚେଷ୍ଟା କରିବେ।ଚାକିରିରେ ପଦୋନ୍ନତି ମିଳିପାରେ।ଚାକିରିରେ ପଦୋନ୍ନତି ମିଳିପାରେ।ଏକାଗ୍ରତା ସହିତ କାମ ପୂରା କରିବାକୁ ଚେଷ୍ଟା କରିବେ।ଜୀବନସାଥୀ ସହ ବାହାରକୁ ବୁଲି ଯିବେ। ଛାତ୍ର ପାଠପଢ଼ାରେ ଧ୍ୟାନ ଦିଅନ୍ତୁ। ପଇସା ଦିଆନିଆରେ ଟିକେ ସତର୍କ ରହନ୍ତୁ। ଆପଣ କିଛି ଅନୁଭବୀ ଲୋକଙ୍କ ସହ ମିଶିବେ।
ଶୁଭରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ମା ତାରାଙ୍କର ଯନ୍ତ୍ରିକା ଧାରଣ କରନ୍ତୁ
ମକର-
ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ଆର୍ଥିକ ସ୍ଥିତି ସନ୍ତୋଷପ୍ରଦ ହେବ । ବ୍ୟବସାୟ କ୍ଷେତ୍ରରେ ଅର୍ଥକୁ ଭଗବାନ ଜ୍ଞାନ କରି ବିବାଦମାନ ପରିସ୍ଥିତିର ବି ସମ୍ମୁଖୀନ ହେବାକୁ ପଡିପାରେ । ପରିଶ୍ରମର ପରିଣାମ ମିଳିବ କିନ୍ତୁ ଆୟ ବ୍ୟୟରେ ତାଳମେଳ ରହିବ ନାହିଁ । ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ପାଖକୁ ଫେରି ଅସିବେ । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ ।
ଶୁଭରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ମହାଦେବଙ୍କୁ ନୀଳ ଫୁଲ ଅର୍ପଣ କରନ୍ତୁ
କୁମ୍ଭ-
ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ଥିଲେ ମଧ୍ୟ ଲାଭ ସୁନିଶ୍ଚିତ ହେବ । ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ । ରାଜନୀତିରେ ଅତୀତର କୌଣସି ବିବାଦୀୟ ଘଟଣା ଜଟିଳ ଆଡକୁ ଗତି କରି ପାରେ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ସାହିତ୍ୟ, ସାମ୍ବାଦିକତା, କଳା, କ୍ରୀଡା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ରାଜନୀତି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।
ଶୁଭରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଶନି ଦେବଙ୍କ ବୀଜ ମନ୍ତ୍ର ପାଠକରନ୍ତୁ
ମୀନ-
ସ୍ୱାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ ପରିବାରଜନଙ୍କ ଉନ୍ନତିରେ ଅନନ୍ଦିତ ହେବେ । ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ନିତ କରିବାକୁ ଚାହୁଁଥାନ୍ତି, ତା ହେଲେ ଆଗେଇ ନେବା ଉଚିତ୍ । ଉନ୍ନତିମୂଳକ ପଦକ୍ଷେପ ନେବା ଫଳରେ ଆର୍ଥିକ ସ୍ଥିତି ସନ୍ତୋଷପ୍ରଦ ହେବ ।
ଶୁଭରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ବୃହସ୍ପତି ମହାଗ୍ରହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
Daily Horoscope 12th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 12th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Hand-Stitched Portrait of PM: ହାତ ସିଲାଇରେ ଟୁକୁଡ଼ା କପଡ଼ାରୁ ମୋଦୀଙ୍କ ମୁହଁ

Stage Set for Birth of a New Political Party: ଜାତୀୟ ଯୁବ ଦିବସରେ ନୂଆ ରାଜନୈତିକ ଦଳର ପଡିବ ମୂଳଦୁଆ, ସମାବେଶରେ ଯୋଗଦେବେ ଯୁବ ବର୍ଗ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)