/odishatv-khabar/media/media_files/2025/12/30/rathakatha-2025-12-30-19-01-50.jpg)
Rathakatha Photograph: (OTV)
୨୦୨୬ ରଥଯାତ୍ରା ପାଇଁ ପ୍ରସ୍ତୁତି। ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ଦଶପଲ୍ଲା ମା’ ବଡ଼ରାଉଳଙ୍କ ପୀଠରେ ଲାଗି ହେବା ପରେ ପୂଜାର୍ଚ୍ଚନା କରାଯାଇଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀକ୍ଷେତ୍ର ପୁରୀରୁ ୫ଜଣିଆ ପ୍ରତିନିଧି ଦଳ ଆଜ୍ଞା ମାଳ, ଶ୍ରୀଫଳ, ଖଣ୍ଡୁଆ, ମହାପ୍ରସାଦ, ଧରି ଦଶପଲ୍ଲା ରେଞ୍ଜ ବଡମୂଳ ସ୍ଥିତ ମା ବଡ଼ରାଉଳଙ୍କ ପୀଠରେ ପହଞ୍ଚିଥିଲେ ।
ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ
ଏବେ ଗଛ ଚିହ୍ନଟ ପ୍ରକିୟା ଏବଂ ଛେଦନ କରାଯିବ। ଶ୍ରୀପଞ୍ଚମୀ ପୂର୍ବରୁ ବଡ଼ଦାଣ୍ଡରେ ରଥ ଖଳାରେ ରଥ କାଠ ପହଞ୍ଚିବାର ବ୍ୟବସ୍ଥା ରହିଛି। ସରସ୍ୱତୀ ପୂଜାରେ ହିଁ ରୀତିନୀତି ଅନୁସାରେ ରଥକାଠ ଅନୁକୂଳ ହେବ । ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ୪୭ ଖଣ୍ଡ କାଠ ଗତ ବର୍ଷର ବଳକା ରହିଛି ।
ତେଣୁ ଚଳିତ ବର୍ଷ ୮୧୮ ଖଣ୍ଡ ଫାସୀ, ଅସନ, ଶିମିଳି, ଧଉରା କାଠର ଆବଶ୍ୟକତା ଅଛି। ବିଶେଷ କରି ଦଶପଲ୍ଲା ରେଞ୍ଜର ଟାକେରା, ଚଡେୟା ପଲ୍ଲୀ ଏବଂ ପୋଖରୀ ଗୋଛା ସେକ୍ସନରୁ ଏହି କାଠ କଟାଯିବ। ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।
୨୦୨୬ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ
ମା’ ବଡ଼ରାଉଳଙ୍କ ପୀଠରେ ଲାଗି ହେଲା ଆଜ୍ଞାମାଳ
ଦଶପଲ୍ଲାରେ ଶ୍ରୀମନ୍ଦିର ୫ଜଣିଆ ପ୍ରତିନିଧି ଦଳ
ଆଜିଠୁ ଗଛ ଚିହ୍ନଟ ଓ ଛେଦନ କରାଯିବ
ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ
ଗତବର୍ଷର ବଳକା ଅଛି ୪୭ ଖଣ୍ଡ କାଠ
୮୧୮ ଖଣ୍ଡ ଫାସୀ, ଅସନ, ଶିମିଳି, ଧଉରା କାଠ ଆବଶ୍ୟକ
Fire in Subarnapur: ଘରେ ଲାଗିଲା ନିଆଁ; ହୁତୁହୁତୁ ଜଳିଲା, ଆଉ ତା’ ପରେ…

Bangladesh Horror: ବାଂଲାଦେଶରେ ଲୋମଟାଙ୍କୁରା କାଣ୍ଡ, ଶୋଇଥିବା ଅବସ୍ଥାରେ ଲଗାଇଲେ ନିଆଁ

Choudwar Prisoners: ୯ କଏଦୀ ୨୫ ବର୍ଷ ହେବ ପାରୋଲ୍ରେ ଯାଇ ଫେରିଲେ ନାହିଁ

Cuttack Zero Night: ବଲିଉଡ ନାଇଟ୍ ସହ ବିଦେଶୀ ଡ୍ୟାନସରଙ୍କ ଶୋ' ରେ କମ୍ପିବ କ୍ଲବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)