/odishatv-khabar/media/media_files/2025/12/30/choudwar-prisoners-2025-12-30-18-05-07.jpg)
୯ କଏଦୀ ୨୫ ବର୍ଷ ହେବ ପାରୋଲ୍ରେ ଯାଇ ଫେରିଲେ ନାହିଁ Photograph: (OTV)
ଚୌଦ୍ୱାର ଜେଲରେ ସଜା କାଟୁଥିବା କଏଦୀ ସ୍ଵତନ୍ତ୍ର ଅନୁମତି ବା ପାରୋଲ୍ରେ ସାମୟିକ ଭାବେ ମୁକୁଳି ଘରକୁ ଗଲେ। ମାତ୍ର ନିର୍ଦ୍ଧାରିତ ସମୟ ପରେ ଆଉ ଜେଲକୁ ଫେରିଲେନିI ମାସେ କି ଦୁଇ ମାସ ନୁହେଁ ବର୍ଷେ କି ଦୁଇ ବର୍ଷ ନୁହେଁ, ଗଲା ୨୫ ବର୍ଷ ଧରି ଆଉ ଫେରି ନାହାନ୍ତି କଏଦୀ। ତାହା ପୁଣି ଜଣେ କି ଦୁଇ ଜଣ ନୁହେଁ, ୯ ଜଣ କଏଦୀ ଯାଇଛନ୍ତି ଯେ ଯାଇଛନ୍ତି। ହେଲେ ଜେଲ୍ ପର୍ତ୍ତୃପକ୍ଷ କେବଳ ସେମାନଙ୍କ ନାଁରେ ଥାନାକୁ ଜଣାଇ ଚୁପ୍ ହୋଇ ବସିଯାଇଛନ୍ତି।
ସେମାନେ ଯଦି ଜେଲରେ ଥାଆନ୍ତେ ହୁଏତ ସେମାନଙ୍କ ଭିତରୁ କିଛି ଜଣଙ୍କ ଅବଧି ସରି ଯାଆନ୍ତାଣି। ହେଲେ ଯେଉଁ ୯ ଜଣ ପାରୋଲ୍ରେ ଯାଇ ଆଉ ଫେରି ନାହାନ୍ତି ସେମାନଙ୍କ ଭିତରୁ ସମସ୍ତେ ଜୀବିତ ଅଛନ୍ତି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ।
ତେବେ ଏଠାରେ ପ୍ରଶ୍ନ ଉଠେ ଏନେଇ ପୋଲିସ କିମ୍ବା ଜେଲ କର୍ତ୍ତୃପକ୍ଷଙ୍କ ସେମାନଙ୍କ ପ୍ରତି ଦରଦ ନାଁ କାମରେ ଖିଲାପ? ଗତ ୨୭ ତାରିଖରେ ଏନେଇ ଜେଲ୍ ପକ୍ଷରୁ ଚୌଦ୍ଵାର ଥାନାରେ ଏତଲା ପରେ ଘଟଣା ପଦାକୁ ଆସିଛି। ଏହି ଘଟଣାରେ ୧୯୯୯ ମସିହାରୁ ଆଜି ପଯ୍ୟନ୍ତ ୯ ଜଣ କଏଦୀ ପାରୋଲରେ ଯାଇଥିଲେ। ସେମାନଙ୍କୁ ଧରି ଜେଲକୁ ଫେରାଇ ଆଣିବା ଦାୟିତ୍ଵ ପୋଲିସର ଥିବାବେଳେ ସେ ସମୟରେ ମଧ୍ୟ ଥାନାକୁ ଲିଖିତ ଭାବେ ଏତଲା ଦିଆଯାଇଛି।
ତେବେ ସେମାନେ କାହିଁକି ଧରିବାରେ ସଫଳ ହୋଇ ନାହାଁନ୍ତି ତାହା ପୋଲିସ କହି ପାରିବ ବୋଲି ଜେଲ ଡିଆଜି ଅନୂଷୟା ଜେନା କହିଛନ୍ତି। ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ।
ପାରୋଲରେ ଯାଇଥିବା କଏଦୀମାନେ ହେଲେ ନୟାଗଡ଼ ଜିଲ୍ଲା ମଙ୍ଗରାଜପୁର ଅଞ୍ଚଳର କାଳିଆ ସେଠୀ। ସେ ୨୦୦୨ ମସିହାରୁ ଯାଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ରବୀନ୍ଦ୍ର କୁମାର କର ୨୦୦୯ ମସିହାରେ, ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳର ରାମ ମଲିକ ୨୦୨୩ ମସିହାରେ, କଟକ ଜିଲ୍ଲା ମାହାଙ୍ଗା ଇଟିପୁର ଅଞ୍ଚଳର ହରେକୃଷ୍ଣ ରାଉତ ୨୦୯୯ ମସିହା, ଚାଉଳିଆଗଞ୍ଜ ବିଦ୍ୟାଧରପୁର ଅଞ୍ଚଳର ସୁମନ୍ତ ଦଳେଇ ୨୦୦୨ ମସିହା, ଜଗତପୁର ଭୟରପୁର ଅଞ୍ଚଳର ପଦନ ମଲିକ ୨୦୦୩ ମସିହା, ଯାଜପୁର ଜିଲ୍ଲା କୁଆଖିଆ ଅଞ୍ଚଳର ଭରତ ଦାସ ୨୦୧୭ ମସିହା, ଜଗତପୁର ଭୟରପୁର ଅଞ୍ଚଳର ସାଜିଦ୍ ଖାନ୍ ୨୦୧୭ ମସିହା ଓ ଜଗତସିଂହପୁର ବାଲିକୁଦା ଅଞ୍ଚଳର କାଳନ୍ଦୀ ରାଉତ ୨୦୦୩ ମସିହାରୁ ଏଯାବତ୍ ୫ ଦିନ ପାଇଁ ପାରୋଲ୍ରେ ଯାଇ ଆଉ ଫେରିନାହାଁନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)