Advertisment

Bangladesh Horror: ବାଂଲାଦେଶରେ ଲୋମଟାଙ୍କୁରା କାଣ୍ଡ, ଶୋଇଥିବା ଅବସ୍ଥାରେ ଲଗାଇଲେ ନିଆଁ

ଅଧରାତିରେ ଆକ୍ରମଣକାରୀମାନେ ଯୋଜନା କରି ପୂରା ଘରକୁ ଘେରି ଯାଇଥିଲେ । ଏହାପରେ ଗୋଟିଏ ଘରେ କିଛି କପଡା ପୂରାଇ ନିଆଁ ଲଗାଇ ଦେଇଥିଲେ । ଫଳରେ ଚାହୁଁ ଚାହୁଁ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା ।

author-image
Tapan Swain
Bangladesh-Horror

Bangladesh-Horror Photograph: (OTV)

ହିନ୍ଦୁଙ୍କୁ ଘରେ ପୂରାଇ ଜାଳିଦେଲେ । ହୁତୁ ହୁତୁ ହୋଇ ଜଳୁଥିବା ଏଇ ଘରଟି ଥିଲା ଗୋଟିଏ ହିନ୍ଦୁ ପରିବାରର । ଯାହାକୁ ରାତିଅଧରେ ଜାଳିପୋଡି ପାଉଁଶ କରିଦେଇଛନ୍ତି ବାଂଲାଦେଶୀ କଟ୍ଟରପନ୍ଥୀ । ଏହି ସମୟରେ ଘର ଭିତରେ ୮ ଜଣ ଶୋଇଥିଲେ । ଆକ୍ରମଣକାରୀ ଘରକୁ ବାହାର ପଟୁ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ । ଥରେ ଭାବନ୍ତୁ କଣ ହୋଇଥିବ ସେମାନଙ୍କର ଅବସ୍ଥା । 

Advertisment

ବାହାରପଟୁ ବନ୍ଦ କରିଦେଇଥିଲେ

ବାଂଲାଦେଶର ପିରୋଜପୁର ଜିଲ୍ଲା ଦୁମ୍ରିତଲା ଗାଁରେ ଏହି ବର୍ବର ଘଟଣା ଘଟିଛି । ସମୟ ୨୭ ତାରିଖ ବିଳମ୍ବିତ ରାତି । ନିଘୋଡ ନିଦରେ ଶୋଇଥିଲେ ଗାଁର ଏକ ହିନ୍ଦୁ ପରିବାର । ଅଧରାତିରେ ଆକ୍ରମଣକାରୀମାନେ ଯୋଜନା କରି ପୂରା ଘରକୁ ଘେରି ଯାଇଥିଲେ । ଏହାପରେ ଗୋଟିଏ ଘରେ କିଛି କପଡା ପୂରାଇ ନିଆଁ ଲଗାଇ ଦେଇଥିଲେ । ଫଳରେ ଚାହୁଁ ଚାହୁଁ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା । ପରିବାର ଲୋକେ ଯେମିତି ବାହାରକୁ ନ ବାହାରିପାରିବେ ସେଥିପାଇଁ ଆକ୍ରମଣକାରୀ ଘରକୁ ବାହାରପଟୁ ବନ୍ଦ କରିଦେଇଥିଲେ । 

ମୃତ୍ୟୁକୁ ଆଖି ସାମ୍ନାରେ ଦେଖି ପରିବାର ଲୋକେ ବଞ୍ଚିବାକୁ ଯଥାସମ୍ଭବ ଉଦ୍ୟମ କରିଥିଲେ । ଘରର ଟିଣ ଓ ବାଉଁଶ ବାଡକୁ କାଟି କୌଣସି ମତେ ଘରୁ ବାହାରି ଯାଇଥିଲେ । ଫଳରେ ସମସ୍ତଙ୍କର ଜୀବନ ବଞ୍ଚିଯାଇଥିଲା । ହେଲେ ନିଆଁରେ ପୂରା ଘର ସହ ଗୃହପାଳିତ ପଶୁ ଜଳିପୋଡି ପାଉଁଶ ହୋଇଯାଇଛନ୍ତି । 

Advertisment

ଜୀବନ ଏବେ ନର୍କ

ହିନ୍ଦୁ ବୋଲି ବାଂଲାଦେଶର ରଙ୍ଗପୁର, ଚିଟ୍ଟାଗଙ୍ଗ, ଢାକା ଓ ମୟମନସିଂହରେ ରହୁଥିବା ସଂଖ୍ୟାଲଘୁଙ୍କ ଜୀବନ ଯେମିତି ଏବେ ନର୍କ ହୋଇଯାଇଛି । ମୁହଁ ଖୋଲିଲେ କାଳେ ଦୀପୁଚନ୍ଦ୍ର ଭଳି ଅବସ୍ଥା ହେବ ସେହି ଡରରେ ସମସ୍ତେ ଚୁପ୍ ରହୁଛନ୍ତି । ତେବେ ଏହି ଘଟଣା ପରେ ପିରୋଜପୁର ଏସପି ପହଞ୍ଚି ତଦନ୍ତ କରିଛନ୍ତି । ୫ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ।

ଛାତ୍ରନେତା ଓସମାନ ହାଦିକୁ ହତ୍ୟା ପରେ ବାଂଲାଦେଶରେ ତେଜିବାରେ ଲାଗିଛି ହିନ୍ଦୁ ବିରୋଧୀ ହିଂସା । ହିନ୍ଦୁଙ୍କୁ ବାଛି ବାଛି ଟାର୍ଗେଟ୍ କରାଯାଉଛି । ଘରେ ରହିଲେ ନିଆଁ ଲଗାଇ ପୋଡି ଦେଉଛନ୍ତି । ଯେଉଁଥିପାଇଁ ହିନ୍ଦୁମାନେ ଭୟ, ଆତଙ୍କରେ ଦିନ କାଟୁଥିବାବେଳେ ୟୁନୁସ୍‌ ସରକାର ସଂଖ୍ୟାଲଘୁ ସମୁଦାୟଙ୍କ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି ।

Murder Bangladesh
Advertisment
Related Articles
Advertisment