/odishatv-khabar/media/media_files/2025/12/21/sambit-2025-12-21-15-35-36.jpg)
Sambit Photograph: (OTV)
ପାଣ୍ଡିଆନ ନେତା ନୁହଁନ୍ତି, ସେ ଜଣେ ମ୍ୟାନେଜର୍। ନେତା ହିସାବରେ ତାଙ୍କୁ କେବେ ମାନିନାହୁଁ। ଆଜି ଏଭଳି କହିଛନ୍ତି ବିଜେଡି ନେତା ତଥା ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ। ତେବେ ଆଜି ବି ପାଣ୍ଡିଆନଙ୍କ ପ୍ରତି ବିଜେଡି ନେତାଙ୍କର ଦୁର୍ବଳତା ଥିବା ମାନିଛନ୍ତି ସମ୍ବିତ୍। ସେ କହିଛନ୍ତି, ନବୀନଙ୍କ ସେବା କରୁଥିବାରୁ ଆମର ପାଣ୍ଡିଆନଙ୍କ ପ୍ରତି ଦୁର୍ବଳତା ରହିଛି। କିନ୍ତୁ ବିଜେଡିର ନେତା ହେଉଛନ୍ତି କେବଳ ନବୀନ ପଟ୍ଟନାୟକ।
ନବୀନଙ୍କ ନିର୍ଦ୍ଦେଶକୁ ଆମ ପାଖରେ ପହଞ୍ଚାଉଥିଲେ ପାଣ୍ଡିଆନ। ଏଣୁ ସେ ଜଣେ ଭଲ ମ୍ୟାନେଜର୍। ଅନ୍ୟପଟେ ମେଳି ଚର୍ଚ୍ଚାକୁ ଖଣ୍ଡନ କରିବା ସହିତ ଦଳରେ ନେତୃତ୍ବ ସଂକଟ ନଥିବା କହିଛନ୍ତି ସମ୍ବିତ। ଦଳକୁ କେହି ହାଇଜାକ୍ କରିପାରିବେ ନାହିଁ। ଏଥିପାଇଁ ନବୀନଙ୍କ ସୈନିକ ରହିଛନ୍ତି ବୋଲି ସମ୍ବିତ କହିଛନ୍ତି।... ତେବେ ଏନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଫାର୍ମ ହାଉସରେ ଏକାଠି
୨୦୧୨ ମେ’ ୨୯ ଏପିସୋଡ୍ ରିପିଟ୍ ହୋଇଛି। ସେବେ ପ୍ୟାରୀଙ୍କ ଘରେ ଏକାଠି, ଏବେ ଗତ ସପ୍ତାହରେ ଝୁମୁକା ଫାର୍ମ ହାଉସରେ । ଏକାଠି ହୋଇଥିଲେ ୫୫ରୁ ଅଧିକ ପୂର୍ବତନ ବିଧାୟକ ।
ବଡ଼ ରଣନୀତି ପ୍ରସ୍ତୁତ, ଫାଳ ଫାଳ ହୋଇଯିବ କି ବିଜେଡି ?
ବିଜେଡିରେ ପୁଣି ଥରେ ମେ ୨୯ ଏପିସୋଡ୍ । ଏକାଠି ହୋଇଥିଲେ ୫୫ରୁ ଅଧିକ ବରିଷ୍ଠ ନେତା । ଏକାଠି ହୋଇଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି ଅଧିକାଂଶ ପୂର୍ବତନ ବିଧାୟକ । ପ୍ରାୟ ସମସ୍ତେ ଗଲା ବିଧାନସଭା ନିର୍ବାଚନରେ ହାରିଥିଲେ । ପୂର୍ବରୁ ମଝିରେ ମଝିରେ ୪/୬ ଜଣ ନେତା ଏକାଠି ହେଉଥିଲେ । କୌଣସି ରେଷ୍ଟୁରାଣ୍ଟରେ ଏକାଠି ବସି କପେ ଦି କପ ଚା’ ପିଉଥିଲେ । ଫଟୋ ଛାଡୁଥିଲେ । କଣ ଚର୍ଚ୍ଚା ହେଉଛି ତାକୁ ମାପୁଥିଲେ ।
ବିଶେଷକରି ଚନ୍ଦ୍ରସାରଥି ବେହେରା, ସମ୍ବିତ ରାଉତରାୟ, ବିଷ୍ଣୁବ୍ରତ ରାଉତରାୟଙ୍କ ଭଳି ହାତ ଗଣତି କେଇ ଜଣ ଯୁବ ନେତା ଏକାଠି ବସୁଥିଲେ । ପଚାରିଲେ କହୁଥିଲେ ନାଇଁ ଏମିତି ଗପସପ କରିବାକୁ ବସିଥିଲୁ । ପୂର୍ବଭଳି ଏଥର ବି ବସିଲେ ଯେ ହେଲେ ପୂରା ପଲଟନ ଧରି । ଚନ୍ଦକା ନିକଟ ଏକ ଫାର୍ମ ହାଉସରେ ଏକାଠି ହେଲେ ୫୫ ସରିକି ନେତା । ଭୋଜିଭାତ ହେଲା ।
କୁହାଯାଉଛି ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଭୋଜିର ଆୟୋଜନ କରିଥିଲେ । ଏଥିରେ ଚନ୍ଦ୍ରସାରଥିଙ୍କ ସହ ମହେଶ ସାହୁ, ସମ୍ବିତ ରାଉତରାୟ, ରାଜୁ ସାହୁ, ପ୍ରଣବ ବଳବନ୍ତରାୟ, ସୁକାନ୍ତ ନାୟକ, ପ୍ରୀତିରଂଜନ ଘଡ଼ାଇ, ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ଏକାଠି ହୋଇଥିଲେ । ଏକାଠି ହୋଇଥିବା ପ୍ରାୟ ସମସ୍ତେ ଯୁବ ନେତା ହୋଇଥିବା ବେଳେ ଯୁବ ନେତୃତ୍ବ ଆଗକୁ ଆସିବା ଦରକାର, ଯୁବ ନେତୃତ୍ବ ନେଇ ଆଜିଠୁ ଏକ ସମୀକରଣ ଆରମ୍ଭ ହେବ ବୋଲି ଖୋଲାଖୋଲି କହିଥିଲେ ପୂର୍ବତନ ବିଜେଡି ବିଧାୟକ ପ୍ରଭୁ ଜାନି ।
ନେତାଙ୍କ ମେଳିରେ ରାଜନୈତିକ ଆଲୋଚନା କିଛି ହୋଇନି ବୋଲି ଅଧିକାଂଶ ନେତା ନେତ୍ରୀ କହୁଥିଲେ ବି ଦୁଇଦିନ ତଳେ ସମ୍ବିତ ରାଉତରାୟ କିନ୍ତୁ ଗୁମର ଫିଟେଇ ଦେଇଥିଲେ । କୋଡିଏ ପଚିଶଟା ସାହୁକାର ଏକାଠି ହେଲେ ବେପାର କଥା ହେଲା ଭଳି ଆମେ ଏକାଠି ହେଲେ କଣ କଥା ହେବୁ ବୋଲି କହିଥିଲେ ସମ୍ବିତ । ରାଜନୀତି କଥା ହେଲୁ । ଏଥିରେ ବ୍ୟତିକ୍ରମ କିଛି ନାହିଁ ବୋଲି ସମ୍ବିତ କହିଥିଲେ । ଆଜି କହୁ କହୁ ସବୁ ସତ କହିଦେଲେ । କହିଲେ, ପାଣ୍ଡିଆନ ଜଣେ ଭଲ ମ୍ୟାନେଜର୍ । ଆମ ନେତା ନୁହଁନ୍ତି । ଏହି ନେତାମାନେ ପାଣ୍ଡିଆନଙ୍କୁ ନେତା ମାନିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଛି ।
Shubman Gill's T20 World Cup Sacking: କାହିଁକି T20 ବିଶ୍ବକପ୍ ଖେଳିବେନି ଶୁଭମନ୍ ଗିଲ୍? ଖରାପ ଫର୍ମ ନାଁ ରହିଛି ଅନ୍ୟ କାରଣ...

Saudi Arabia Deports Pakistanis: ୨୪ ହଜାର ପାକିସ୍ତାନୀଙ୍କୁ ତଣ୍ଟିଆ ମାରି ବିଦା କଲା ସାଉଦି, ବିଶ୍ବର ଚିନ୍ତା ବଢ଼ାଉଛନ୍ତି ପାକ୍ ଭିକାରୀ

Human Sagar Death Case: ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା: ଥାନାରେ ଏତଲା ଦେଲେ ହ୍ୟୁମାନଙ୍କ ମାଆ, ତଦନ୍ତ ଦାବି କଲେ

Train Ticket Price Increased: ବଢ଼ିଲା ଟ୍ରେନ୍ ଭଡ଼ା, ୬୦୦ କୋଟି ଟଙ୍କାର ଆୟ କରିବ ରେଲୱେ

Gaganyaan Boost: ଆଉପାଦେ ଆଗେଇଲା ମିଶନ୍ ଗଗନଯାନ ଅଭିଯାନ, ଡ୍ରୋଗ୍ ପାରାଚ୍ୟୁଟ୍ ପରୀକ୍ଷଣ

Fake Paneer Factory Busted: ଖାଦ୍ୟ ନାଁରେ ବିଷ, ୪୫୦ କେଜି ନକଲି ପନିର ଜବତ, ଫ୍ୟାକ୍ଟିର ଲାଇସେନ୍ସ ବାତିଲ୍

Gunmen Open Fire: ଆଖିବୁଜା ଗୁଳିମାଡ଼ରେ ୧୦ ମୃତ, ଆଉ ୧୦ ଗୁରୁତର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)