Advertisment

Raja Swain Challenges Odisha Government: ତାମିଲକୁ ବାନ୍ଧିବାକୁ ରାଜାଙ୍କ ଆହ୍ବାନ, ସରକାରଙ୍କୁ ଦେଲେ ଚ୍ୟାଲେଞ୍ଜ

ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି କହୁଥିଲ। ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଥିବା ମୋଦି ବି କହିଥିଲେ। ସିବିଆଇ ତଦନ୍ତ କରାଇ ତାମିଲକୁ ବାନ୍ଧ ବୋଲି କହିଛନ୍ତି ରାଜା ସ୍ବାଇଁ।

author-image
Chinmayee Sahoo
Raja Swain

Raja Swain Photograph: (OTV)

ତାମିଲକୁ ବାନ୍ଧିବାକୁ ବିଧାନସଭାରେ ରାଜାଙ୍କ ଆହ୍ବାନ। ଗତକାଲି ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଉପରେ ଗୃହରେ ଆଲୋଚନା ବେଳେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସରକାରଙ୍କୁ ଦେଇଛନ୍ତି ଏଭଳି ଚ୍ୟାଲେଞ୍ଜ। 

Advertisment

“ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଲା ବୋଲି କହୁଥିଲ, CBI ତଦନ୍ତ କରାଇ ତାମିଲକୁ ବାନ୍ଧ” ବୋଲି କହିଥିଲେ ରାଜା ସ୍ବାଇଁ। “ଏମିତିକି ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି ବୋଲି କହିଥିଲେ, ହେଲେ ଚାବି ନେଇଥିବା ସେ ଲୋକକୁ କାହିଁକି ବାନ୍ଧୁନ” ବୋଲି ପ୍ରଶ୍ନ କରିଥିଲେ ରାଜା। 

ତା ସହ “ଆମ ସରକାର କାହାରିକୁ ରାଜନୈତିକ ସୁରକ୍ଷା ଦେଉନି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ଯାହା କହିଥିଲେ ତାହା କୁଆଡ଼େ ଗଲା” ବୋଲି ପ୍ରଶ୍ନ କରିଥିଲେ ରାଜା। ହେଲେ ଏ ନେଇ ବିଜେପିର ପ୍ରତିକ୍ରୟା ମିଳିନାହିଁ।

Advertisment

•    ତାମିଲକୁ ବାନ୍ଧିବାକୁ ରାଜାଙ୍କ ଆହ୍ବାନ
•    ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି କହୁଥିଲ
•    ସିବିଆଇ ତଦନ୍ତ କରାଇ ତାମିଲକୁ ବାନ୍ଧ- ରାଜା ସ୍ବାଇଁ
•    ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଥିବା ମୋଦି ବି କହିଥିଲେ

Raja Swain
Advertisment
Related Articles
Advertisment