/odishatv-khabar/media/media_files/2025/10/08/rayagada-anastha-2025-10-08-20-22-28.jpg)
RAYAGADA-ANASTHA Photograph: (OTV)
ରାୟଗଡା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା । ଗଡ଼ ରକ୍ଷା ପାଇଁ ନବୀନ କଲେ ହସ୍ତକ୍ଷେପ ।ଦଳପତିଙ୍କ ଚିନ୍ତା ବଢାଇଲା ୧୯ ବିଜେଡି କାଉନସିଲରଙ୍କ ଅଜ୍ଞାତବାସ !
ଅନାସ୍ଥା ବିରୋଧରେ ଭୋଟ୍ ଦେବାକୁ ବିଜେଡି କାଉନସିଲରଙ୍କ ପାଇଁ ହ୍ବିପ୍ ଜାରି କଲେ । ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ପାଇଁ ନାଲିଆଖି ବି ଦେଖାଇଲେ । ଘାରିଲା କି ଦଳ ଛାଡିଥିବା ଏନ୍ ଭାସ୍କର ରାଓଙ୍କ ଡର ?
ଆସନ୍ତାକାଲି ପୌର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆଗତ ଅନାସ୍ଥା ଉପରେ ଭୋଟ ଗ୍ରହଣ ହେବ। ଯେହେତୁ ରାୟଗଡା ଜିଲ୍ଲାରେ ଦବଦବା ରଖୁଥିବା ଏନ୍ ଭାସ୍କର ରାଓ ଦଳ ଛାଡିଛନ୍ତି, କାଳେ ସେ କିଛି ସମୀକରଣ ବଦଳାଇ ଦେଇପାରନ୍ତି ସେଥିପାଇଁ ନବୀନ ହସ୍ତକ୍ଷେପ କରିଥିବା ଚର୍ଚ୍ଚା ହେଉଛି। ସେପଟେ ଚର୍ଚ୍ଚା ଏୟା ବି ହେଉଛି ଯେ ଅଜ୍ଞାତବାସରେ ଥିବା ୧୯ ବିଜେଡି କାଉନସିଲର୍ ଏବେ ଭାସ୍କର ରାଓଙ୍କ କ୍ୟାମ୍ପରେ।...
ପୂର୍ବରୁ କେବେ ଦେଖାଦେଇନଥିଲା ଯେ ନବୀନ ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ପାଇଁ ନିଜେ ହସ୍ତକ୍ଷେପ କରି ହ୍ବିପ ଜାରି କରିବା। ତେବେ ଏଠି କାହିଁକି ନବୀନଙ୍କ ହସ୍ତକ୍ଷେପ ଜରୁରୀ ପଡିଲା। ନବୀନଙ୍କ ହାତରୁ ଖସୁଛି କି ପକଡ। ନା ବିଦ୍ରୋହୀ ଶିବିରକୁ ମିଳୁଛି ସମର୍ଥନ। ରାଜନୈତିକ ବିଶେଷଜ୍ଞଙ୍କ ମତ ହେଲା ୨୪ ବର୍ଷ ସରକାରରେ ରହିବା ପରେ ଦକ୍ଷିଣ ଓଡିଶା ବିଜେଡିର ଗଡ ବନିଯାଇଥିଲା। ମାତ୍ର ୨୪ ବିପର୍ଯ୍ୟୟ ପରେ ଦକ୍ଷିଣ ଗଡ ଭାଙ୍ଗିବା ସହ ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମରେ ପଦ୍ମ ସୁନାମିରେ ଧରାଶାୟୀ ହୋଇଯାଇଛି ବିଜେଡି। ଅନ୍ୟପଟେ ଏନ୍ ଭାସ୍କର ରାଓ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିବା ପରେ ରାୟଗଡାରେ ସ୍ଥିତି ସମ୍ପୂର୍ଣ୍ଣ ବେହାଲ। କାଉନସିଲର ମାନଙ୍କୁ ନିଜ କ୍ୟାମ୍ପକୁ ଆଣି ବିଜେଡିକୁ ଝଟକା ଦେବା ଲକ୍ଷ୍ୟରେ ଅଛନ୍ତି ଭାସ୍କର ରାଓ।
ଦେଖିବାର କଥା ହେଉଛି ନବୀନଙ୍କ ନାଲିଆଖିକୁ ରାୟଗଡ଼ା ମୁନିସିପାଲିଟି କାଉନସିଲର ମାନେ ମାନୁଛନ୍ତି ନାଁ ବିଭୀଷଣ ହୋଇ ସଂଗଠନକୁ ଭାଙ୍ଗୁଛନ୍ତି।
Worsens Road Condition:ଦଶ କିଲୋମିଟର ରାସ୍ତାରେ ଦଶ ହଜାରରୁ ଅଧିକ ଗର୍ତ୍ତ, ଯିବା ଆସିବା କରନ୍ତି ପାଞ୍ଚ ହଜାର ଲୋକ

Heavy Rain: ବୁଡିଲା ରାଜଧାନୀ, ଆସୁଛି ବଡ଼ ବର୍ଷା

Finance Employee Stabs: ମାମୁ-ଭଣଜାଙ୍କୁ ହାଣିଲେ ଫାଇନାନ୍ସ କର୍ମଚାରୀ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

Vigilance Catches OAS Officer: ଭିଜିଲାନ୍ସ ପଞ୍ଝାରେ OAS ଅଧିକାରୀ, ୨୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)